ଅନୁଗୁଳ ଓ ସମ୍ବଲପୁର କୋର୍ଟକୁ ବୋମା ଧମକ

ଭୁବନେଶ୍ୱର : ସକାଳୁ ସକାଳୁ ଅନୁଗୁଳ ଓ ସମ୍ବଲପୁର କୋର୍ଟକୁ ମିଳିଛି ବୋମା ଧମକ। ଅନୁଗୁଳ ଜିଲା କୋର୍ଟକୁ ସୋମବାର ବୋମାରେ ଉଡାଇଦେବାକୁ ଧମକ ମିଳିବା ପରେ କୋର୍ଟ ପରିସର ଖାଲି କରାଯାଇଥିଲା। ଇ-ମେଲ୍ ଯୋଗେ ଏହି ଧମକ ମିଳିବା ପରେ ପୁଲିସ, ବମ୍ ଓ ଡଗ୍ ସ୍କ୍ୱାର୍ଡ ପହଞ୍ଚି ଯାଞ୍ଚ ଆରମ୍ଭ…

ରଥଯାତ୍ରାରେ ରାଜଧାନୀ ପାଇଁ ଟ୍ରାଫିକ୍ କଟକଣା

ଭୁବନେଶ୍ୱର : ରଥଯାତ୍ରା ପାଇଁ ରାଜଧାନୀ ଭୁବନେଶ୍ୱର ପାଇଁ ଆସିଲା ଟ୍ରାଫିକ୍ କଟକଣା। ଆସନ୍ତା ଜୁଲାଇ ୧୬, ୨୪ ଓ ୨୫ ପାଇଁ ଭୁବନେଶ୍ୱର ସ୍ଥିତ ଇସ୍କନ୍ ମନ୍ଦିର ରଥଯାତ୍ରା, ବାହୁଡା ଯାତ୍ରା ଏବଂ ସୁନାବେଶ ଅନୁଷ୍ଠିତ ହେବ। ଇସ୍କନ ମନ୍ଦିର ଯିବା ରାସ୍ତା ଏବଂ ଏହାର ଚର୍ତୁପାଶ୍ୱର୍ରେ ବହୁଳ…

ରଥଯାତ୍ରା ପୂର୍ବରୁ ମାତିଲେ ଲୁଟେରା ଗ୍ୟାଙ୍ଗ, ଗହଳି ସ୍ଥାନ ଦେଖି ବୁଲାଉଛନ୍ତି କଳାକନା

ଭୁବନେଶ୍ୱର : ରଥଯାତ୍ରା ପୂର୍ବରୁ ମାତିଲେ ବନଜାରା ଗ୍ୟାଙ୍ଗ । ଗହଳି ସ୍ଥାନ ଦେଖି ବୁଲାଉଛନ୍ତି କଳାକନା । ଆମ ବସରେ ପଶି ଲୁଟୁଛନ୍ତି । ଭିଡ଼ ମାର୍କେଟ ଏରିଆରେ ଲୁଟୁଛନ୍ତି ଗହଣା । ଏନେଇ କମିସନରେଟ ପୋଲିସର ସ୍ପେଶାଲ ଡ୍ରାଇଭ୍ । ସ୍ପେଶାଲ ସ୍କ୍ୱାଡ ଜରିଆରେ ନୟାପଲ୍ଲୀ ଅଞ୍ଚଳରେ…

ଆସନ୍ତା ୧୯ ରେ ରତ୍ନଭଣ୍ଡାର ଗଣତି

ପୁରୀ : ରତ୍ନଭଣ୍ଡାର ଗଣତି ପାଇଁ ନୂଆ ତାରିଖ! । ଜୁଲାଇ ୧୯ରେ ଗଣାହେବ ମହାପ୍ରଭୁଙ୍କ ଗହଣା! । ଗତ ମେ ୨୩ ତାରିଖରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ସୁନା-ଗହଣା ଓ ମୂଲ୍ୟବାନ ଜିନିଷ ଗଣତି ବନ୍ଦ ରହିଛି। ଏବେ ସ୍ନାନ ପୂର୍ଣ୍ଣିମା ସମୟରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଓହ୍ଲାଇଥିବା ଗହଣାଗୁଡ଼ିକୁ…

ଚିତ୍ରକୋଣ୍ଡା କପାତୁଟି ପଞ୍ଚାୟତରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ସହିତ କନ୍ଧଗୁଡ଼ା ଗ୍ରାମରେ ‘ମୁଖ୍ୟମନ୍ତ୍ରୀ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ କପାତୁଟି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ଏକ ‘ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର’ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି…

ଆନ୍ଧ୍ରରେ କାୟା ମେଲାଇଲାଣି କୋଭିଡ, ଓଡ଼ିଶାରେ ହାଇ ଆଲର୍ଟ

ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶରେ ପୁଣି କାୟା ମେଲାଇଲାଣି କୋଭିଡ । ଆନ୍ଧ୍ରରେ ୨ ମୃତ୍ୟୁ ପରେ ସୀମାନ୍ତ ଓଡ଼ିଶାରେ ହାଇଆଲର୍ଟ। ରାଜ୍ୟରେ ସବୁ ସମୟରେ କୋଭିଡ ସତର୍କତା ରହିଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ସବୁବେଳେ ଟେଷ୍ଟ ହେଉଛି । ଆନ୍ଧ୍ର ସୀମାନ୍ତ ଓଡ଼ିଶାର ସମସ୍ତ…

ଭୁଲ ଇଞ୍ଜେକ୍ସନ ଦେବାରୁ ରୋଗୀ ମୃତ୍ୟୁ ଅଭିଯୋଗ, ଡାକ୍ତରଙ୍କୁ ଉଠାଇନେଲା ପୋଲିସ

ଭଦ୍ରକ: ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ । ଡାକ୍ତରଙ୍କୁ ଉଠାଇ ନେଲା ପୋଲିସ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଆରଡ଼ି ଛକ ନିକଟରେ ଥିବା ଏକ ଘରୋଇ କ୍ଲିନିକରେ ଉତ୍ତେଜନା । ଅଭିଯୋଗ ଅନୁଯାୟୀ, ଧୂଷୁରୀ ଥାନା ଗୋବିନ୍ଦପୁର ପଞ୍ଚାୟତ ଅଜମନ୍ତପୁର ଗାଁର ଅଭୟ ଜେନାଙ୍କୁ ଘରୋଇ…

ପୁରୀରେ ରଥଯାତ୍ରା ପାଇଁ ସୁରକ୍ଷା କଡ଼ାକଡ଼ି, NDRFର ସ୍ବତନ୍ତ୍ର ଟିମ୍ ମୁତୟନ

ପୁରୀ: ରଥଯାତ୍ରା ପାଇଁ ପୁରୀରେ ସୁରକ୍ଷା କଡ଼ାକଡ଼ି । ବିପର୍ଯ୍ୟୟ ପରିଚାଳନା ଓ ଜରୁରୀକାଳୀନ ସହାୟତା ଯୋଗାଇବା ପାଇଁ ମୁତୟନ ହୋଇଛନ୍ତି NDRFର ସ୍ବତନ୍ତ୍ର ଟିମ୍। ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥା ସହ ପର୍ଯ୍ୟଟକଙ୍କ ସୁରକ୍ଷିତ ସ୍ନାନ ଲାଗି ସମୁଦ୍ର କୂଳରେ ନିୟୋଜିତ ହେବେ ୩ଶହରୁ…

ବୁଡ଼ିଗଲା କାଳୀ ବୋଟ୍’, ୯ ମୃତଦେହ ଉଦ୍ଧାର, ୬ ମତ୍ସ୍ୟଜୀବୀଙ୍କ ମିଳୁନି ପତ୍ତା

ବାଲେଶ୍ୱର : ସମୁଦ୍ରରେ ମୃତ୍ୟୁର ତାଣ୍ଡବ । ବୁଡ଼ିଗଲା ମାଆ କାଳୀ’ ଟ୍ରଲର। ୯ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର, ଏବେ ବି ୬ ନିଖୋଜ । ବଙ୍ଗୋପସାଗରରୁ ଆସିଲା ବଡ଼ ଦୁଃଖଦ ଖବର । ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଥିବା ମାଛଧରା ଟ୍ରଲର ମା କାଳୀ’ର ସନ୍ଧାନ ମିଳିଛି । କିନ୍ତୁ ସାଥୀରେ…

କାରକୁ କ୍ଲିନିକ୍ କରି ଦୁର୍ଗମ ଆଦିବାସୀ ଗାଁରେ ରୋଗୀଙ୍କ ସେବା କଲେ ଡାକ୍ତର

ବରଗଡ଼:ଡାକ୍ତରଖାନା ନୁହେଁ, କାର ହେଲା କ୍ଲିନିକ୍ । ଦୁର୍ଗମ ଆଦିବାସୀ ଗାଁରେ ମାନବିକତାର ପରିଚୟ ଦେଖାଇଲେ ଡାକ୍ତର ଶଙ୍କର ରାମଚନ୍ଦାନି । ଆଜିର ବ୍ୟସ୍ତବହୁଳ ସମାଜରେ ଯେଉଁଠି ଚିକିତ୍ସା ସେବା ଧୀରେ ଧୀରେ ବ୍ୟବସାୟର ରୂପ ନେଉଛି, ସେଠାରେ ଭୀମସାରର ଆସିଷ୍ଟାଣ୍ଟ ପ୍ରଫେସର ତଥା…