ଭୀମସାରର ୨ ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ସମ୍ବଲପୁର: ବୁଧବାର ଦିନ ଓଡ଼ିଶା ଭିଜିଲାନ୍ସ ବୁର୍ଲାର ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ୍ ରିସର୍ଚ୍ଚ (VIMSAR)ର ଦୁଇ ଅଧିକାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ଏଷ୍ଟାବ୍ଲିସ୍ମେଣ୍ଟ୍ ଅଫିସର-କମ୍-ଅଫିସ୍ ସୁପରିଣ୍ଟେଣ୍ଡେଣ୍ଟ୍ ଧନୁର୍ଦ୍ଧର ବିଶ୍ୱାଳ…

୨୦୨୭ ଫେବ୍ରୁଆରୀରୁ ଦ୍ୱିତୀୟ ପର୍ଯ୍ୟାୟ ଜନଗଣନା, ଆଜିଠୁ ପ୍ରି ଟେଷ୍ଟ୍‌

ଭୁବନେଶ୍ୱର: ମେ’ ୧୫ ତାରିଖ ସୁଦ୍ଧା ଶେଷ ହେଲା ପ୍ରଥମ ପର୍ଯ୍ୟାୟ ଜନଗଣନା। ଏପ୍ରିଲ ୧ ତାରିଖରୁ ଜନଗଣନା ପାଇଁ ସ୍ୱ-ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ତା ପରେ ମ୍ୟାପିଂ ସରିଛି। ୨୦୨୭ ଫେବ୍ରୁଆରୀରୁ ଦ୍ୱିତୀୟ ପର୍ଯ୍ୟାୟ ଜନଗଣନା ଆରମ୍ଭ ହେବାକୁ ଯାଉଛି। ସେଥିପାଇଁ ପ୍ରସ୍ତୁତି ଆରମ୍ଭ…

ଏଣିକି ଡ୍ରେନରେ ଲାଗିବ ସେନସର୍‌ : ବିଏମ୍‌ସି ବୈଠକରେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର: ବର୍ଷା ଦିନ ଆସିଲେ ସହରର ସମସ୍ତ ଡ୍ରେନରେ ପାଣି ଭରିଯାଏ। ଏହାଛା ଡ୍ରେନରେ ପଙ୍କ ଭରିଗଲେ ମଧ୍ୟ ଡ୍ରେନ ପାଣି ଓଭର ପ୍ଲୋ ହୁଏ। ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ନୂଆ ଏକ ପଦକ୍ଷେପ ଗ୍ରହଣ କରାଯାଇଛି। ଏଣିକି ବିଏମ୍‌ସି ଅଧିନରେ ଥିବା ବଡ଼ ବଡ଼ ଡ୍ରେନରେ ସେନସର୍‌ ଲାଗିବ।…

ଲାଠିକଟା ପୋଲିସ ପକ୍ଷରୁ ଆମ ପୋଲିସ ବୈଠକ…

ବୀରମିତ୍ରପୁର : ଲାଠିକଟା ପଞ୍ଚାୟତ କାର୍ଯ୍ୟାଳୟରେ ଜନପ୍ରତିନିଧି, ସମ୍ପ୍ରଦାୟ ନେତା, ଆମ ପୋଲିସ ସମିତିର ସଦସ୍ୟ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ଅଂଶଗ୍ରହଣରେ ଏକ ଆମ ପୋଲିସ ବୈଠକ ଅନୁଷ୍ଠିତ ହୋଇଥିଲା ! ଏହି ବୈଠକରେ ପୋଲିସ-ଜନସାଧାରଣ ସହଭାଗୀତାକୁ ସୁଦୃଢ଼ ​​କରିବା, ଅପରାଧ ନିବାରଣରେ…

ବରିଷ୍ଠ ପ୍ରଶାସନିକ ଅଧିକାରୀ (ଏମ ଭି ଆଇ )ରାଜ କୁମାର ବେହରା ଙ୍କୁ ବିଦାୟ କାଳୀନ ସମର୍ଦ୍ଧନା…!

ବ୍ରହ୍ମପୁର: ଦୀର୍ଘ ପ୍ରାୟ ଚାରି ଦଶନ୍ଧିର ଗୌରବମୟ ସରକାରୀ ସେବା ପରେ ପରିବହନ ବିଭାଗର ବରିଷ୍ଠ ମୋଟର ଯାନ ନିରୀକ୍ଷକ ଏମ ଭି ଆଇ ରାଜ କୁମାର ବେହେରା ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ଆୟୋଜିତ ବିଦାୟ କାଳୀନ ସମର୍ଦ୍ଧନା ସଭା ଏକ ଭାବବିହଳ ପରିବେଶ ରେ ଅନୁଷ୍ଠିତ ହୋଇଯାଇଛି। ତାଙ୍କ ସହ…

ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣ : ୩୬ ମୃତ

କାବୁଲ:ପାକିସ୍ତାନ ଏବଂ ଆଫଗାନିସ୍ତାନ ସୀମାରେ ପୁନର୍ବାର ଉତ୍ତେଜନା ପ୍ରକାଶ ପାଇଛି। ରବିବାର ବିଳମ୍ବିତ ରାତିରେ ପାକିସ୍ତାନ ସେନା ତରଫରୁ ଆଫଗାନିସ୍ତାନ ସୀମାରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପାକିସ୍ତାନ ତରଫରୁ ହୋଇଥିବା ବିମାନ ଆକ୍ରମଣରେ ୩୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ…

ଭାଣିଜୀକୁ ଜାଳି ହତ୍ୟା ଘଟଣା: ଅଭିଯୁକ୍ତ ମାମୁଁକୁ ମୃତ୍ୟୁ ଦଣ୍ଡାଦେଶ

ବ୍ରହ୍ମପୁର, ୩୦ ଜୁନ୍: ଭାଣିଜୀକୁ କିରୋସିନି ଢ଼ାଳି ଅତି ନିର୍ମମ ଭାବେ ହତ୍ୟା କରିବା ମାମଲାରେ ଅଭିଯୁକ୍ତ ମାମୁଁକୁ ମୃତ୍ୟୁ ଦଣ୍ଡାଦେଶ (ଫାଶୀ) ଶୁଣାଇଛନ୍ତି କୋର୍ଟ। ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଆଡହୋକ ପକ୍ସୋ କୋର୍ଟର ବିଚାରପତି ରୋହିତ ଲାଲ ପଣ୍ଡା ସମସ୍ତ ସାକ୍ଷ୍ୟ…

ହ୍ୱାଟ୍ସଆପ୍ ଆଣିଲା ବଡ ପରିବର୍ତ୍ତନ: ମୋବାଇଲ୍ ନମ୍ବର ନୁହେଁ, ୟୁଜରନେମ୍‌ରେ ହେବ ଚାଟ୍!

ନୂଆଦିଲ୍ଲୀ : ହ୍ୱାଟ୍ସଆପ୍ ବ୍ୟବହାରକାରୀଙ୍କ ପାଇଁ ବଡ ଖବର। ହ୍ୱାଟ୍ସଆପ୍ ଆଣୁଛି ବଡ଼ ପରିବର୍ତ୍ତନ। ବ୍ୟବହାରକାରୀମାନେ କାହା ସହ ଚାଟ୍ ଆରମ୍ଭ କରୁଥିଲେ ତାଙ୍କୁ ମୋବାଇଲ୍ ନମ୍ବର ଆବଶ୍ୟକ ପଡୁଥିଲା। କିନ୍ତୁ ଏବେ ସେହି ବାଧ୍ୟତା ଧୀରେ ଧୀରେ ଶେଷ ହେବାକୁ ଯାଉଛି।ମେଟା ମାଲିକାନାରେ…

ଯାତ୍ରୀବାହି ଅଟୋ ସହ ଟ୍ରକ ମୁହାଁମୁହିଁ ଧକ୍କା ଦୁର୍ଘଟଣାରେ ଛିଣ୍ଡିଲା ହାତ ପାଞ୍ଚ ଗୁରୁତର !

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଧରାକୋଟ ଥାନା ଅନ୍ତର୍ଗତ ରେଡ୍ଡୀ ଦାମୋଦର ପଲ୍ଲୀ ଛକ ଠାରେ ଯାତ୍ରୀବାହି ଅଟୋ ସହ ଟ୍ରକ ମୁହାଁମୁହିଁ ଧକ୍କା ପାଞ୍ଚ ଗୁରୁତର ଆହତ। ଗୁରୁତର ମାନେ ହେଲେ ଅଟୋ ଚାଳକ ୫୮ବର୍ଷୀୟ ବିଦ୍ୟାଧର ଲେଙ୍କା ସହ ଅଟୋ ଚାଳକ ୪୨ ବର୍ଷୀୟ ସୋମ ନାଥ ନାୟକ,୧୮ ବର୍ଷୀୟା ସୁପ୍ରିୟା…

ପେଟ୍ରୋଲ, ଡିଜେଲ କଟକଣା ପ୍ରତ୍ୟାହୃତ, ଜୁଲାଇ ୧ରୁ ହେବ ଲାଗୁ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ କ୍ଷେତ୍ରର ତୈଳ ବିପଣନ କମ୍ପାନୀଗୁଡ଼ିକର ଖୁଚୁରା ଦୋକାନ ମାଧ୍ୟମରେ ମୋଟର ସ୍ପିରିଟ୍ (ଏମଏସ) ଏବଂ ହାଇ ସ୍ପିଡ୍ ଡିଜେଲ(ଏଚଏସଡି)ର ବିକ୍ରୟ ଏବଂ ବଣ୍ଟନକୁ ନିୟନ୍ତ୍ରଣ କରୁଥିବା ଅସ୍ଥାୟୀ ନିୟାମକ ପଦକ୍ଷେପଗୁଡ଼ିକୁ ପ୍ରତ୍ୟାହାର କରିଛନ୍ତି। ଜୁଲାଇ…