Browsing Category

ଓଡିଶା

ଘରକୁ ଆସିଥିବା ପୁଲିସ କନେଷ୍ଟବଳଙ୍କ ଆତ୍ମହତ୍ୟା

ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ହାତିନୋଟା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଗତକାଲି ରାତିରେ ଗାଁର ପ୍ରେମାନନ୍ଦ ନାଏକ ତାଙ୍କ ଘର ପାଖରେ ଥିବା ସଜୁନା ଗଛରେ ବେକରେ ଚୁନି ବାନ୍ଧି ଆତ୍ମହତ୍ୟା କରିଛନ୍ତି। ପ୍ରେମାନନ୍ଦ ପେୁଲିସ୍ କନେଷ୍ଟବଳ (ଏ.ଏସ୍.ଏ.ପି) ଭାବରେ

ରାଜଧାନୀରେ ଆରମ୍ଭ ହେଲା ଡ୍ରୋନ ପାଟ୍ରୋଲିଙ୍ଗ

ଭୁବନେଶ୍ୱର : ରାଜଧାନୀକୁ ଆକାଶ ମାର୍ଗରୁ ନଜର ରଖିବ ଡ୍ରୋନ । ବିଶୃଙ୍ଖଳା ସୃଷ୍ଟି କରୁଥିବା ଯୁବକ ବା ବ୍ୟକ୍ତିଙ୍କୁ ଜଗିବ ପୋଲିସ । ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅଭିଯାନ । ଭୁବନେଶ୍ବର ଇଉପିଡ଼ିକୁ ଏସପିଜି ପକ୍ଷରୁ ଏକ ହାଇ ପରଫର୍ମିଂ ଡ୍ରୋନ

କାଳବୈଶାଖୀରେ ଭାଙ୍ଗିଗଲା ଯବାନଙ୍କ ବାରାକ,୧୧ ଆହତ

ମାଲକାନଗିରି: କାଳବୈଶାଖୀ ପ୍ରଭାବରେ ୧୧ ଯବାନ ଗୁରୁତର । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବସ୍ତର ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ଭାଙ୍ଗିଲା CRPF ଯବାନଙ୍କ ୩ଟି ବ୍ୟାରେକ । ପ୍ରବଳ ବର୍ଷା ପବନ ଯୋଗୁଁ ବ୍ୟାରେକର ଛାତ ଉଡ଼ାଇ ନେବା ସହ ଭାଙ୍ଗିରୁଜି ଯାଇଥିଲା । ଫଳରେ ୧୧

ଆଜି ୪୩ ଡିଗ୍ରୀ ଉପରେ ୩ ସହର, ୪୩.୭ ଡିଗ୍ରୀ ସହ ବଲାଙ୍ଗିର ଉତ୍ତପ୍ତ ସହର

ଭୁବନେଶ୍ୱର : ରାଜ୍ୟରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଲାଗି ରହିଛି। ଯାହାଫଳରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ଆଜି ୪୩ ଡିଗ୍ରୀ ଉପରେ ୩ ସହର ରହିଛି। ୪୩.୭ ଡିଗ୍ରୀ ସହ ବଲାଙ୍ଗିର ପାଲଟିଛି ଉତ୍ତପ୍ତ ସହର। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏନେଇ ସତର୍କ ସୂଚନା ଜାରି ରହିଛି।

ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ୫ଟି ସଚିବ ଭିକେ ପାଣ୍ଡିଆନ

ଭୁବନେଶ୍ବର: କଳାହାଣ୍ଡି ବିଶ୍ବବିଦ୍ୟାଳୟର କ୍ଲାସରୁମ୍‌, ଇ-ଲାଇବ୍ରେରି, ପରୀକ୍ଷାଗାର ଓ ଅନ୍ୟ ସୁବିଧା ସ୍ମାର୍ଟ ହେବ। ଉତ୍‌କେଲା ଏୟାରଷ୍ଟ୍ରିପ୍‌ର ରନ୍‌ୱେ ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ସଂପ୍ରସାରଣ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ଠାରୁ

ହାତୀ ଆକ୍ରମଣରେ ବୃଦ୍ଧ ମୃତ

ଯୁଯୁମୁରା: ହାତୀ ଆକ୍ରମଣରେ ପୁଣି ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଗାଁ ନିକଟ ଜଙ୍ଗଲକୁ କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ବରିଷ୍ଠ ନାଗରିକ ଜଣକ ହାତୀ ଆକ୍ରମଣର ଶିକାର ହୋଇଛନ୍ତି। ସମ୍ବଲପୁର ବନଖଣ୍ଡ ପଡ଼ିଆବାହାଲ ସେକ୍ସନ ବଡସାହିର ସେକ୍ସନ ଅନ୍ତର୍ଗତ ବାନ୍ଦେର୍ ସଂରକ୍ଷିତ ଜଙ୍ଗଲର

ବାହାବେଦିରେ ବାଇକ୍‌ ଡିମାଣ୍ଡ କଲା ବର: ଥାନାରେ ଅଟକ

ବଲାଙ୍ଗୀର: ବଲାଙ୍ଗୀର ସହରର ଶ୍ରୀରାମନଗର ଏକ ବାହାଘରରେ ବେଦିରେ ବାଇକ ମାଗି ଏବେ ଥାନାରେ ଅଟକ ବର। ବାହା ଭାଙ୍ଗି ଥାନାର ଦ୍ୱାରସ୍ଥ ହେଲେ କନ୍ୟା ପିତା। ବେଦିରୁ ବରକୁ ଉଠାଇଆଣିଲା ଟାଉନ ପୁଲିସ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ସହର ଶ୍ରୀରାମନଗର ପଡ଼ାରେ। ବୁର୍ଲାର ଏମଡି ଶେଖ

ଶାଢ଼ିରେ ନିଆଁ ଲାଗି ମହିଳା ଗୁରୁତର

ଦେଓଗାଁ: ଆଜି ଥିଲା ପବିତ୍ର ସାବିତ୍ରୀ ବ୍ରତ। ସ୍ଵାମୀଙ୍କ ଦୀର୍ଘାୟୁ କାମନା କରି ମହିଳାମାନେ କରିଥିଲେ ଉପବାସ। ହେଲେ ବ୍ରତରେ ଜଳୁଥିବା ଜାଗର ନିଆଁ ଯୋଗୁଁ ଅଘଟଣ ଘଟିଛି। ଜାଗର ନିଆଁ ଶାଢ଼ିରେ ଲାଗିବାରୁ ଜଣେ ମହିଳା ଗୁରୁତର ହେବା ଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା

ମାଟ୍ରିକ୍‌ ପରୀକ୍ଷାରେ ୫୧୯ ନମ୍ବର ରଖି ପାସ କରିଥିଲେ ଚନ୍ଦନ, ଆଜି ପାଣିରେ ବୁଡ଼ିଗଲେ..

ଭଦ୍ରକ //ଚରମ୍ପା: ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷାରେ ୫୧୯ ନମ୍ବର ରଖି ପାସ୍‌ କରିଥିବା ବାଳକ ସାଙ୍ଗମାନଙ୍କ ସହିତ ଖୁସିରେ ପୋଖରୀରେ ‌ଗାଧୋଇବା ବେଳେ ବୁଡ଼ିଯାଇଛି। ଭଦ୍ରକ ବ୍ଲକ ଅନ୍ତର୍ଗତ ଚରମ୍ପା ପଂଚାୟତର ଶ୍ରୀରାମପୁର ଗାଁରେ ଏଭଳି ଅଭାବନୀୟ ଘଟଣା