Browsing Category

ଓଡିଶା

ସରିଲା ୨୦ଟି ଇଞ୍ଜିନିୟରିଂ ପାଠ୍ୟ ପୁସ୍ତକର ଓଡ଼ିଆ ଅନୁବାଦ; ଲୋକାର୍ପଣ କରିବେ ରାଷ୍ଟ୍ରପତି

କଟକ ୦୪/୧୧: ଇଂରାଜୀରୁ ଓଡ଼ିଆକୁ ଅନୁବାଦ ହୋଇଥିବା ଇଞ୍ଜିନିୟରିଙ୍ଗ ପାଠ୍ୟକ୍ରମର ୨୦ଟି ବିଷୟର ବହି ଏହା ମଧ୍ୟରେ ପ୍ରସ୍ତୁତ ହୋଇସାରିଛି। ଏହି ବହି ଗୁଡିକ ଆଗାମୀ ନଭେମ୍ୱର ୧୧ରେ ମହାମହିମ ରାଷ୍ଟ୍ରପତି ଲୋକାର୍ପଣ କରିବେ। ଭୁବନେଶ୍ୱର ଜୟଦେବ ଭବନରେ ଏନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହେବ।

ନଭେମ୍ୱର ୨୩ରୁ ଆରମ୍ଭ ହେବ ମାଟ୍ରିକ ସମେଟିଭ୍‌-୧ ପରୀକ୍ଷା

କଟକ ୦୪/୧୧: ମାଟ୍ରିକ ସମେଟିଭ୍‌-୧ ପରୀକ୍ଷା ନେଇ ସମ୍ୱାଦିକ ସମ୍ମିଳନୀ କରି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି। ଆସନ୍ତା ୨୩ରୁ ମାଟ୍ରିକ ସମେଟିଭ୍‌-୧ ଆରମ୍ଭ ହେବାକୁ ଯାଉଛି ବୋଲି ପରୀକ୍ଷା ବୋର୍ଡ ସଭାପତି କହିଛନ୍ତି। ନଭେମ୍ୱର ୨୩ ରୁ ୩୦ ଯାଏ ଏହି ପରୀକ୍ଷା ହେବ। ଅନ୍ଯପଟେ

ଭୁବନେଶ୍ବର ଏମ୍ସରୁ ୧୩ ଦଲାଲ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ଏମ୍‌ସରୁ ଦଲାଲ୍‌ ଗିରଫ । ଟିକେଟ ଦଲାଲ କରୁଥିବା ଅଭିଯୋଗ ୧୩ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନେ ବହୁ ଦିନ ହେବ ଡାକ୍ତରଙ୍କ ପରାମର୍ଶ ପାଇଁ ଟିକେଟ୍‌ କାଟି ବ୍ଲାକରେ ବିକ୍ରି କରୁଥିଲେ । ଏମ୍‌ସରେ ଡାକ୍ତରଙ୍କ ପରାମର୍ଶ ପାଇଁ ମାଗଣା ସେବା ଉପଲବ୍ଧ ହେଉଛି ।

ସୀମା ବିବାଦ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର ୦୪/୧୧: ସୀମା ବିବାଦ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୀମା ବିବାଦର ସମାଧାନ ପାଇଁ ଗଠିତ ଆନ୍ତଃରାଜ୍ୟ କମିଟିର ଅଗ୍ରଗତି କାର୍ଯ୍ୟର ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ହାତୀ ଆକ୍ରମଣରେ ୨ ଶିଶୁ ମୃତ, ବର୍ତ୍ତିଗଲେ ବାପା ଓ ମାଆ

ଝାରସୁଗୁଡା: ଝାରସୁଗୁଡା କିରମୀରା ବ୍ଳକର ଭଅଁରା ଗାଁରେ ଅଘଟଣ। ରାତିରେ ଶୋଇଥିବା ସମୟରେ ଘରେ ପଶିଗଲା ହାତୀ। ହାତୀ ଆକ୍ରମଣରେ ଉଭୟ ସ୍ବାମୀ, ସ୍ତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ଦୁଇ ଶିଶୁଙ୍କ ମୃତ୍ଯୁ ହୋଇଥିବା ସୂଚନା ମିଳିଛି। ଆହତ ସ୍ବାମୀ ଓ ସ୍ତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ

ମହା କାର୍ତ୍ତିକର ପହିଲି ପଞ୍ଚୁକ, ଚନ୍ଦ୍ରଚୁଡ଼ ବେଶରେ ଦର୍ଶନ ଦେଲେ ବାବ ଧବଳେଶ୍ୱର

ଆଠଗଡ ୦୪/୧୧: ମହାକାର୍ତ୍ତିକର ପହିଲି ପଞ୍ଚକ । ଚନ୍ଦ୍ରଚୁଡ଼ ବେଶରେ ଦର୍ଶନ ଦେଉଛନ୍ତି ବାବ ଧବଳେଶ୍ୱର । କାର୍ତ୍ତିକ ମାସ ଧର୍ମର ମାସ ହୋଇଥିବାରୁ ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂର୍ଣ୍ଣ୍ୟ ମିଳିବା ସହିତ ମାନସିକ ଶାନ୍ତି ମିଳିଥାଏ ବୋଲି ଧାର୍ମିକ ବିଶ୍ୱାସ ରହିଛି ।

ଉତ୍କଳ ବିଶ୍ୱବିଦ୍ୟାଳୟରେ ମହିଳା ଇଣ୍ଟର କଲେଜ ବାସ୍କେଟବଲ୍ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ବିଜୁ ପଟ୍ଟନାୟକ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଫାଇନାଲ ଯୋନ ୨୦୨୨-୨୩ ମହିଳା ଇଣ୍ଟର କଲେଜ ବାସ୍କେଟବଲ୍ ଟୁର୍ନାମେଣ୍ଟ କୁଳସଚିବ ଡ଼ ଅଭୟ କୁମାର ନାୟକଙ୍କ ଦ୍ୱାରା ଆଜି ଉଦ୍ଘାଟିତ ହୋଇଯାଇଛି । ଉତ୍କଳ ବିଶ୍ୱବିଦ୍ୟାଳୟର ଅଧୀନରେ ଥିବା ତିନିଟି ମହାବିଦ୍ୟାଳୟ

ସରିଲା ଧାମନଗର ଉପନିର୍ବାଚନ: ଇଭିଏମରେ ସିଲ୍ ହେଲା ଭାଗ୍ୟ, ୬୬.୬୩ ପ୍ରତିଶତ ମତଦାନ

ଭୁବନେଶ୍ବର/ଭଦ୍ରକ: ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ଗୁରୁବାର ମତଦାନ ଶେଷ ହୋଇଛି।ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁଶୀଲ କୁମାର ଲୋହାନୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ମତଦାନ ଶେଷ ସୁଦ୍ଧା ପ୍ରାୟ ୬୬.୬୩ ପ୍ରତିଶତ ମତଦାନ ହୋଇଥିବା ନେଇ ନିର୍ବାଚନ କମିସନଙ୍କ ପକ୍ଷରୁ

ମା’ ଓ ଝିଅଙ୍କୁ ହତ୍ୟା ମାମଲା : ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ସର୍ତ୍ତମୂଳକ ଜାମିନ

ଝାରସୁଗୁଡ଼ା: ମା-ଝିଅ ହତ୍ୟାକାଣ୍ଡ ଅଭିଯୁକ୍ତ ତଥା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ସର୍ତ୍ତମୂଳକ ଜାମିନ୍‌ ମିଳିଛି। ୨୦୧୬ ମସିହାରେ ମା’ ଓ ଝିଅଙ୍କ ହତ୍ୟା ମାମଲାରେ ଅନୁପ ସାଏଙ୍କୁ ଛତିଶଗଡ଼ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ପୂର୍ବରୁ ଅନୁପ ସାଏଙ୍କୁ ଗତ ଏପ୍ରିଲ ମାସରେ

ଆଇପିଏସ୍ ଲଳିତ ଦାସଙ୍କୁ ଦୀର୍ଘ ୭ମାସ ପରେ ନୂଆ ନିଯୁକ୍ତି

ଭୁବନେଶ୍ୱର: ୧୯୯୨ ବ୍ୟାଚ୍ ଓଡ଼ିଆ ଆଇପିଏସ୍ ଲଳିତ ଦାସଙ୍କୁ ଦୀର୍ଘ ୭ମାସ ପରେ ରାଜ୍ୟ ସରକାର ନୂଆ ନିଯୁକ୍ତି ଦେଇଛନ୍ତି । ଗତ ଏପ୍ରିଲ ଦ୍ୱିତୀୟ ସପ୍ତାହରେ ସରକାର ତାଙ୍କୁ ଅଚାନକ ଗୁଇନ୍ଦା ନିର୍ଦ୍ଦେଶକ ପଦରୁ ହଟାଇ ଗୃହ ବିଭାଗର ଓଏସଡି ଭାବେ ବସାଇ ଦେଇଥିଲେ । ଆଜି ଗୃହ ବିଭାଗ ପକ୍ଷରୁ