Browsing Category

ଓଡିଶା

ଆଜି ମୁଁ ଯାହା ହୋଇଛି, ବିଜେପି ପାଇଁ ହୋଇଛି: ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ଓଡ଼ିଶାକୁ ନିର୍ବାଚନ ପ୍ରଚାରରେ ଆସିଥିବା ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ରାତ୍ୟ ଅତିଥି ଭବନରେ ବିଜେପି ସାଂସଦ ଓ ବିଧାୟକମାନଙ୍କୁ ସମ୍ବୋଧିତ କଲା ବେଳେ ଭାବବିହ୍ୱଳ ହୋଇଛନ୍ତି । ଭାଷଣ ଆରମ୍ଭରୁ ବିଜେପିର କାର୍ଯ୍ୟକର୍ତାଙ୍କ…

ଏସ୍‌ଆରସି ଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ୍ କରି ଟଙ୍କା ମାଗିଲେ ସାଇବର ଠକ

ଭୁବନେଶ୍ୱର: ସାଇବର ଠକଙ୍କ ଟାର୍ଗେଟରେ ବରିଷ୍ଠ ଆଇଏଏସ ଅଫିସର । ଏସଆରସି ପ୍ରଦୀପ ଜେନାଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ୍ କରି ଟଙ୍କା ମାଗିଲେ ସାଇବର ଠକ । ଏନେଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି ଏସଆରସି ପ୍ରଦୀପ ଜେନା । ତାଙ୍କ ଫଟୋକୁ ବ୍ୟବହାର କରି ଅନ୍ୟ ଏକ ଆକାଉଣ୍ଟ ଖୋଲିଛନ୍ତି ଦଲାଲ୍ ।…

ଡିଜେରେ ବିଦ୍ୟୁତ୍ ତାର ଲାଗି ଜଣେ ବରଯାତ୍ରୀ ମୃତ, ୨ ଗୁରୁତର

ଭଦ୍ରକ: ବାଣ ସୋରଣୀ ଚାଲିଥିଲା। କନ୍ୟାଘର ଅଭିମୁଖେ ବାହାରିଥିଲା ବରଯାତ୍ରୀଙ୍କ ଶୋଭାଯାତ୍ରା। ଡିଜେ ସାଉଣ୍ଡରେ ଉଚ୍ଛୁଳି ପଡୁଥିଲା ମାହୋଲ। ହେଲେ କେଇ ମୁହୁର୍ତ୍ତରେ ଉତ୍ସବ ମୁଖର ପରିବେଶ ଶୋକାକୂଳ ମାହୋଲରେ ପରିଣତ ହୋଇଛି। ଡିଜେ ସମୟରେ ତାର ଲାଗି ଜଣେ ବରଯାତ୍ରୀଙ୍କ ମୃତ୍ୟୁ ଘଟିଥିବା…

ମମିତା ହତ୍ୟା ମାମଲାରେ ଗୋବିନ୍ଦ ସାହୁକୁ ଜାମିନ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମମିତା ହତ୍ୟା ମାମଲାରେ ନେଇ ଆସିଛି ଆଉ ଏକ ଖବର । ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କଲେ ହାଇକୋର୍ଟ । ଆଜିଠାରୁ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଆନ୍ତରୀଣ ଜାମିନ ପାଇଛି ଗୋବିନ୍ଦ । ହାଇକୋର୍ଟଙ୍କ ନିଷ୍ପତ୍ତି କ୍ରମେ…

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାହୁଡ଼ା ଯାତ୍ରା ପାଇଁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ, ଅପରାହ୍ନ ୪ ଟାରେ ରଥ ଟଣା

ପୁରୀ: ବାହୁଡ଼ା ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ହୋଇଛି ନୀତି ନିର୍ଘଣ୍ଟ । ଶନିବାର ବାହୁଡ଼ା ଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।‌ ୭୫ପ୍ଲାଟୁନ ପୋଲିସ ଫୋର୍ସ ସହ ୧୦୦୦ ପୋଲିସ ଅଧିକାରୀ ମୁତୟନ ରହିବେ । ଶନିବାର ଭୋର ୪ ଟାରେ…

ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କଲେ ମାନସ ମଙ୍ଗରାଜ ଓ ସୁଲତା ଦେଓ

ନୂଆଦିଲ୍ଲୀ : ରାଜ୍ୟସଭା ସାଂସଦ ଭାବେ ଆଜି ଶପଥ ନେଲେ ମାନସ ମଙ୍ଗରାଜ ଓ ସୁଲତା ଦେଓ । ନବ ନିର୍ବାଚିତ ସାଂସଦ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ନିଜ ନିଜ ପରିବାର ସହିତ ୨ ସାଂସଦ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ । ସାଂସଦ ମାନସ ମଙ୍ଗରାଜ ନିଜ ପରିବାର ସହ ଶପଥ ଗ୍ରହଣ ଉତ୍ସବରେ ସାମିଲ…

୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ରରୁଆଁ ତହସିଲଦାର ଓ ଅମିନ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ରରୁଆଁ ତହସିଲ ଅଫିସରେ ଭିଜିଲାନ୍ସର ଚଢାଉ । ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତହସିଲଦାର ଓ ଅମିନ ଧରାପଡିଲେ ଭିଜିଲାନ୍ସ ହାତରେ । ସୂଚନା ଅନୁଯାୟୀ, ଚକ୍ରଧର ମହାନ୍ତ ନାମକ ଜନୈକ ବ୍ୟକ୍ତିଙ୍କ ଠାରୁ ଜମି ପଟ୍ଟା କରିବା ପାଇଁ ରରୁଆଁ…

ମହାପ୍ରଭୁଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ କଲେ କଣ୍ଠଶିଳ୍ପୀ ଅନୁରାଧା ପଢ଼ୁଆଲ

ପୁରୀ: ମହାପ୍ରଭୁଙ୍କୁ ଆଡପ ମଣ୍ଡପରେ ଆଜି ଦର୍ଶନ କରିଛନ୍ତି ବିଶିଷ୍ଟ କଣ୍ଠଶିଳ୍ପୀ ଅନୁରାଧା ପଢୁଆଲ୍ । ଆଜି ଆଡପ ମଣ୍ଡପରେ ଶେଷ ଦର୍ଶନ ହୋଇଥିବାରୁ ଅନୁରାଧା ଗର୍ଭଗୃହକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ମହାପ୍ରଭୁଙ୍କ ଦର୍ଶନ ଓ ସାନିଧ୍ୟ ଲାଭ କରି ସେ ବେଶ୍ ଖୁସି ବୋଲି ମତବ୍ୟକ୍ତ…

ରାଜ୍ୟରେ ୫ ଦିନ ଯାଏ ବର୍ଷା ଲାଗି ରହିବ ବର୍ଷା, ୪ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ

ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା । ୫ ଦିନ ଯାଏ ବର୍ଷା ଲାଗି ରହିବ । କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୪ ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି…

ଶ୍ରୀଗୁଣ୍ଡିଚା ମନ୍ଦିର ଭିତର‌ ଫଟୋ ଭାଇରାଲ୍

ପୁରୀ: ପୁଣି ଶ୍ରୀଗୁଣ୍ଡିଚା ମନ୍ଦିର ଭିତର‌ ଫଟୋ ଭାଇରାଲ୍ ।‌ ଜଣେ ବଙ୍ଗୀୟ ପର୍ଯ୍ୟଟକ ଏହି ଫଟୋ ଭାଇରାଲ୍ କରିଥିବା ଚର୍ଚ୍ଚା ହେଉଛି । ଆଜି ନବମୀ ସନ୍ଧ୍ୟା ଦର୍ଶନ ଥିବାରୁ କଡା ସୁରକ୍ଷା ବଳୟ ମଧ୍ୟରେ ଶ୍ରୀଗୁଣ୍ଡିଚା ମନ୍ଦିର ରହିଛି । ମହାପ୍ରଭୁ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ…