Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଉଛୁଳିଲା ଶରଧାବାଲି: ପହଣ୍ଡି ବିଜେ କରି ଆଡ଼ପ ମଣ୍ଡପରେ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି
ପୁରୀ: ଘୋଷଯାତ୍ରାର ତୃତୀୟ ଦିବସରେ ଭକ୍ତିମୟ ପରିବେଶ ମଧ୍ୟରେ ଜନ୍ମବେଦୀରେ ପହଞ୍ଚିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଗୋଟିଏ ଦିନ ବିଳମ୍ବରେ, ରବିବାର ସନ୍ଧ୍ୟାରେ ଗୋଟି ପହଣ୍ଡିରେ ମହାପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥ ଗୁଣ୍ଡିଚା ମନ୍ଦିର ସ୍ଥିତ ଆଡ଼ପ!-->…
ପୁରୀ ଦୁର୍ଘଟଣାର ପ୍ରଭାବ: ସ୍ଥଗିତ ରହିଲା ବିଜେପି ରାଜ୍ୟ ସଭାପତି ନିର୍ବାଚନ
ଭୁବନେଶ୍ୱର: ପୁରୀ ଶରଧାବାଲିରେ ଘଟିଥିବା ଦୁଃଖଦ ଦଳାଚକଟା ଘଟଣାକୁ ଦୃଷ୍ଟିରେ ରଖି ରାଜ୍ୟ ବିଜେପିର ସଭାପତି ନିର୍ବାଚନକୁ ସ୍ଥଗିତ ରଖାଯାଇଛି। କେବଳ ସଭାପତି ନିର୍ବାଚନ ନୁହେଁ, ରାଷ୍ଟ୍ରୀୟ ପରିଷଦ ସଦସ୍ୟ ପାଇଁ ହେବାକୁ ଥିବା ନିର୍ବାଚନକୁ ମଧ୍ୟ ସାମୟିକ ଭାବେ ସ୍ଥଗିତ କରାଯାଇଛି।
!-->!-->!-->…
ଅତିରିକ୍ତ ଡିଜିପି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମିଳିଲା ରଥଯାତ୍ରାରେ ପୋଲିସ ପରିଚାଳନା ଦାୟିତ୍ବ
କଟକ: ପୁରୀ ଶରଧାବାଲିରେ ଘଟିଥିବା ଦଳାଚକଟା ଦୁର୍ଘଟଣା ପରେ ରାଜ୍ୟ ସରକାର ଏକ ବଡ଼ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରିଛନ୍ତି। ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ADG ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଚଳିତ ବର୍ଷ ରଥଯାତ୍ରାର ସୁରକ୍ଷା ଓ ପରିଚାଳନାର ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି। ଏଥିସହ!-->…
ଶରଧାବାଲି ଦଳାଚକଟା: ଉଚ୍ଚସ୍ତରୀୟ ତଦନ୍ତ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଗଜପତିଙ୍କ ଆହ୍ୱାନ
ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିର ନିକଟ ଶରଧାବାଲିରେ ଶନିବାର ରାତିରେ ଘଟିଥିବା ଦଳାଚକଟା ଘଟଣାରେ ତିନି ଜଣ ଭକ୍ତଙ୍କ ମୃତ୍ୟୁ ଏବଂ ଅନେକ ଆହତ ହେବା ଖବରରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଗଭୀର ମର୍ମାହତ ହୋଇଛନ୍ତି।
ଏହି ଦୁଃଖଦ ଘଟଣାକୁ ନେଇ ଗଜପତି ମହାରାଜ ନିଜର ଶୋକ ପ୍ରକାଶ!-->!-->!-->…
ଆଇଏଏସ ଶାଶ୍ୱତ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ
ଭୁବନେଶ୍ୱର: ଆଇଏଏସ ଶାଶ୍ୱତ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ। ସେ ଅର୍ଥ ବିଭାଗର ପ୍ରମୁଖ ସଚିବ ମଧ୍ୟ ଅଛନ୍ତି। ଏଥି ସହିତ ଇଡ଼କୋର ଅଧ୍ୟକ୍ଷ ମଧ୍ୟ ଅଛନ୍ତି।
ସାଧାରଣ ପ୍ରଶାସନ ପକ୍ଷରୁ ଏ ନେଇ ଵିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଓ!-->!-->!-->…
ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ସ୍ଥଗିତ
ଭୁବନେଶ୍ୱର: ଆସନ୍ତାକାଲି, ଅର୍ଥାତ୍ ଜୁନ୍ ୩୦, ୨୦୨୪ (ସୋମବାର) ଦିନ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଘଟିଥିବା ଦଳାଚକଟା ଘଟଣା ଏବଂ ଏହାର ପରବର୍ତ୍ତୀ ପରିସ୍ଥିତି!-->…
“ପୂର୍ବ ଅଭିଜ୍ଞତାକୁ ନେଇ କାମ କରିବି”: ଦାୟିତ୍ୱ ନେବା ପରେ କହିଲେ ପୁରୀର ନୂଆ ଏସ୍ପି ପିନାକ ମିଶ୍ର
ପୁରୀ: ଶରଧାବାଲିରେ ଘଟିଥିବା ମର୍ମନ୍ତୁଦ ଦଳାଚକଟା ଘଟଣା ପରେ ରାଜ୍ୟ ସରକାରଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ କ୍ରମରେ ପୁରୀର ନୂତନ ଏସ୍ପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ପିନାକ ମିଶ୍ର। ଦାୟିତ୍ୱ ନେବା ପରେ ସେ ନିଜର ପ୍ରତିକ୍ରିୟା ରଖିଛନ୍ତି।
ଶ୍ରୀ!-->!-->!-->…
ପୁରୀ ଦୁର୍ଘଟଣାକୁ ‘ଗମ୍ଭୀର ଚେତାବନୀ’ କହିଲେ ରାହୁଲ ଗାନ୍ଧୀ, ଭିଡ଼ ପରିଚାଳନା ନେଇ ଉଠାଇଲେ ପ୍ରଶ୍ନ
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁରୀରେ ଘଟିଥିବା ଦଳାଚକଟା ଘଟଣାକୁ ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଛନ୍ତି। ସୋସିଆଲ ମିଡିଆ ‘X’ରେ ଏକ ପୋଷ୍ଟ ମାଧ୍ୟମରେ ସେ ମୃତକଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ଆହତମାନଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି।!-->…
ରଥଯାତ୍ରା ସୁପରିଚାଳନା ପାଇଁ ନୂଆ ଦାୟିତ୍ୱ: ବରିଷ୍ଠ IAS ଅରବିନ୍ଦ ଅଗ୍ରୱାଲଙ୍କ ତଦାରଖରେ ହେବ ବାକି ନୀତି
ଭୁବନେଶ୍ୱର: ପୁରୀ ଶରଧାବାଲିରେ ଘଟିଥିବା ମର୍ମନ୍ତୁଦ ଦଳାଚକଟା ଘଟଣା ପରେ ରାଜ୍ୟ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଭିଡ଼ ପରିଚାଳନାରେ ବିଫଳତା ପାଇଁ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସ୍ପି ବିନିତ ଅଗ୍ରୱାଲଙ୍କୁ ବଦଳି କରାଯାଇଥିବା ବେଳେ ଡିସିପି!-->…
ଲଗାଣ ବର୍ଷାରେ ଫୁଲୁଛି ଜଳକା: ବିପଦ ସଙ୍କେତ ଟପିଲା ଜଳସ୍ତର, ବନ୍ୟା ଭୟରେ ଲୋକେ
ବାଲେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାର ଜଳକା ନଦୀ ଫୁଲିବାରେ ଲାଗିଛି। ମଥାନୀଠାରେ ନଦୀର ଜଳସ୍ତର ବିପଦ ସଙ୍କେତ ୬.୫୦ ମିଟରରେ ପ୍ରବାହିତ ହେଉଛି। ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ନଦୀକୂଳିଆ ଲୋକମାନେ ବନ୍ୟା ଆଶଙ୍କାରେ ଭୟଭୀତ ହୋଇପଡ଼ିଛନ୍ତି।
!-->!-->…