Browsing Category

ଓଡିଶା

ରାଜ୍ୟ ମୁଖ୍ୟ ସୂଚନା କମିଶନର(ସିଆଇସି)ପାଇଁ ବିଜ୍ଞପ୍ତି, ଲୋକାୟୁକ୍ତ ଅଧ୍ୟକ୍ଷ ପଦ ପୂରଣ ହେବ କେବେ ?

ଭୁବେନଶ୍ବର : ରାଜ୍ୟ ମୁଖ୍ୟ ସୂଚନା କମିଶନର(ସିଆଇସି) ଜଳଦ କୁମାର ତ୍ରିପାଠୀଙ୍କ କାର୍ଯ୍ୟକାଳ ଆସନ୍ତାକାଲି ଶେଷ ହେଉଛି। ଆଜି ଏହି ପଦବୀ ପୂରଣ ପାଇଁ ରାଜ୍ୟ ସରକାର ବିଜ୍ଞାପନ ଜାରି କରିଛନ୍ତି । ମାତ୍ର ଦୀର୍ଘଦିନ ଧରି ଖାଲି ପଡ଼ିଥିବା ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି) ଅଧ୍ୟକ୍ଷ,

ଆହାର କେନ୍ଦ୍ରରେ ଲୋକଙ୍କ ସହିତ ଖାଇଲେ ରାଜସ୍ୱ ମନ୍ତ୍ରୀ

ସମ୍ବଲପୁର : ଆହାର କେନ୍ଦ୍ରରେ ଖାଇବା ପାଇଁ ଧାଡ଼ିରେ ଛିଡ଼ା ହୋଇ ଟୋକନ୍‌ କଲେ। ଟୋକନ୍‌ ନେଇ ଲୋକଙ୍କ ସହିତ ଖାଇଲେ। ଆଉ ସୁଖ ଓ ଦୁଃଖ ପଚାରି ବୁଝିଲେ। ସମାଧାନ ପାଇଁ ଲୋକଙ୍କୁ ପ୍ରତିଶ୍ରୁତି ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସମ୍ୱଲପୁର ଥାଉନ୍‌ରେ ଦେଖିବାକୁ ମିଳିଛି ଏପରି ଚିତ୍ର।

ନିଜର ଇସ୍ତଫା ଓ ଉପନିର୍ବାଚନ ଚର୍ଚ୍ଚାକୁ ଖଣ୍ଡନ କଲେ ବିଧାୟକ ସୁଜାତା ସାହୁ

ଯାଜପୁର : ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ର ଭାବେ ପରିଚିତ ପ୍ରଣବ ପ୍ରକାଶ ଦାସଙ୍କ ବୟାନ ପରେ ଯାଜପୁର ସଦର ବିଧାୟକ ସୁଜାତା ସାହୁଙ୍କ ଇସ୍ତଫା ଓ ଉପନିର୍ବାଚନ ହେବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ଏହି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ସୁଜାତା ସାହୁ। ଆଉ ସବୁ ଦୋଷ ଗଣମାଧ୍ୟମକୁ ଠେଲିଛନ୍ତି।

ନଭେମ୍ବର ୧୩ରେ ଧବଳେଶ୍ୱର ବଡ଼ଓଷା

କଟକ : ଧବଳେଶ୍ୱର ପୀଠରେ କାର୍ତ୍ତିକ ପଞ୍ଚକ ବ୍ରତ ଓ ବଡ଼ଓଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଅକ୍ଟୋବର ୧୮ରୁ ନଭେମ୍ବର ୧୫ ଯାଏ ଧବଳେଶ୍ୱର ପୀଠରେ କାର୍ତ୍ତିକ ବ୍ରତ ପାଳନ ହେବ। ସେହିପରି ୧୨ ନଭେମ୍ବରରୁ ୧୫ ଯାଏ ୪ ଦିନ ଧରି ପଞ୍ଚକ ବ୍ରତ ପାଳନ କରାଯିବ।୧୩ରେ ବଡ଼ଓଷା, ବଡ଼ସିଂହାର ବେଶରେ ଦର୍ଶନ

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ଆମ୍ବାସାଡର୍ ମିଟ୍‌: କହିଲେ- ଓଡ଼ିଶା ହେବ ଶିଳ୍ପ ହବ୍‌

ନୂଆଦିଲ୍ଲୀ : ଓଡ଼ିଶାକୁ ଅଧିକ ପୁଞ୍ଜି ଆଣିବା ସହ ଆଗାମୀ ଦିନରେ ବିଦେଶୀ ପୁଞ୍ଜି ନିବେଶ ବଢ଼ାଇବା ଲକ୍ଷ୍ୟ ନେଇ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସେଠାରେ ଆମ୍ବାସାଡର ମିଟ କରିଛନ୍ତି। ପ୍ରାୟ ୩୪ଟି ଦେଶର ରାଷ୍ଟ୍ରଦୂତ ଏହି ବୈଠକରେ ଯୋଗ ଦେଇଥିଲେ। ବୈଠକ ପରେ

ପାର୍ବଣରେ ବାଜିବ ଡିଜେ; କିନ୍ତୁ ଧୀରେ

କଟକ : ପାର୍ବଣ ଋତୁରେ କଟକ ମହାନଗରରେ ଡିଜେ ବାଜିବ। କିନ୍ତୁ ଧୀରେ ବାଜିବ। ଅର୍ଥାତ ୬୫ ଡେସିବଲଠାରୁ ଅଧିକ ଜୋରରେ ଡିଜେ ବାଜି ପାରିବ ନାହିଁ। ଏଥିସହ କଟକ ରାସ୍ତାଘାଟ ମରାମତି ନେଇ ଅସନ୍ତୋଷ ଝାଡ଼ିଛନ୍ତି ଓଡିଶା ହାଇକୋର୍ଟ। ଦଶହରା ପୂର୍ବରୁ ବନ୍ଦ ଓ ଅଚଳ ହୋଇ ପଡିଥିବା ସମସ୍ତ ଷ୍ଟ୍ରିଟ୍‌

BMCର ନିର୍ଦ୍ଦେଶ: ପୂଜା ପେଣ୍ଡାଲରେ ପ୍ଲାଷ୍ଟିକ ମନା

ଭୁବନେଶ୍ବର : ଆଉ ଦିନ କେଇଟା ପରେ ଦୁର୍ଗାପୂଜା। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମା’ଙ୍କ ଆଗମନକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି। ଏସବୁ ଭିତରେ ବିଏମସି ପକ୍ଷରୁ ପୂଜାକୁ ନେଇ ଦିଆଯାଇଛି କଡ଼ା ନିର୍ଦ୍ଦେଶ। ଭୁବନେଶ୍ୱରରେ ପୂଜା ପେଣ୍ଡାଲରେ କୌଣସି ପ୍ରକାରର ପ୍ଲାଷ୍ଟିକ

ଓଡ଼ିଶାରେ ଅଛନ୍ତି ୬୯୬ କଲରାପତରିଆ

ଭୁବନେଶ୍ବର : ଓଡ଼ିଶାରେ ଅଛନ୍ତି ମୋଟ୍ ୬୯୬ କଲରାପତରିଆ। ରାଜ୍ୟର ପ୍ରଥମ କଲରାପତରିଆ ଗଣନା ରିପୋର୍ଟରୁ ଆସିଛି ଏହି ତଥ୍ୟ। ଚଳିତ ଥର ନିଜସ୍ୱ କଲରାପତରିଆ ଗଣନା କରିଛି ବନ ବିଭାଗ। NTCA ରିପୋର୍ଟ ଅନୁସାରେ ୨୦୨୨ରେ ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ୫୬୮ଟି କଲରାପତରିଆ ରହିଥିଲେ। ୨୦୧୮ରେ କଲରାପତରିଆ

ଗଞ୍ଜାମ: ଦେବୀଙ୍କ ପୀଠରେ ନବରାତ୍ରି ପୂଜା ଆରମ୍ଭ

ଗଞ୍ଜାମ: ଗଞ୍ଜାମ ସହର ସମେତ ଗଞ୍ଜାମ ବ୍ଲକ ଅଂଚଳରେ ଗୁରୁବାରଠାରୁ ବିଭିନ୍ନ ଦେବୀ ପୀଠରେ ନବରାତ୍ରି ପୂଜା ଆରମ୍ଭ ହୋଇଛି। ଫଳରେ ଏହି ସବୁ ଅଂଚଳ ବର୍ତ୍ତମାନ ଉତ୍ସବମୁଖର ହୋଇଉଠିଛି। ସେଥିମଧ୍ୟରୁ ଗଞ୍ଜାମ ସହରସ୍ଥିତ ଦୁର୍ଗା ଦେବୀ ସାହିରେ ଅବସ୍ଥିତ ମା’ ଦୁର୍ଗାଙ୍କ ପୀଠରେ ପବିତ୍ର ନବରାତ୍ରି

ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ଲାଗିଲା ବର୍ଷେ, ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କ୍ରାଇମବ୍ରାଞ୍ଚ…

ଭୁବନେଶ୍ବର: ଜଣେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ଗୋଟିଏ ବର୍ଷ ଲାଗିଛି। ବିଭାଗୀୟ ଡାକ୍ତର ପୁଲିସକୁ ଗୋଟିଏ ବର୍ଷ ପରେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ପ୍ରଦାନ କରିଛନ୍ତି। ବିଳମ୍ବିତ ରିପୋର୍ଟକୁ ନେଇ ସ୍ବାସ୍ଥ୍ୟ ସଚିବଙ୍କୁ କ୍ରାଇମବ୍ରାଞ୍ଚ