Browsing Category

ବିଦେଶ

ଅଷ୍ଟ୍ରେଲିଆର ବ୍ରିଜ୍‌ବେନ୍‌ସ୍ଥିତ ହିନ୍ଦୁ ମନ୍ଦିର ପ୍ରାଚୀରକୁ ବିରୂପ କଲେ ଖଲିସ୍ତାନୀ ସମର୍ଥକ…

ବ୍ରିଜ୍‌ବେନ୍‌: ଆଜି ଅଷ୍ଟ୍ରେଲିଆର ବ୍ରିଜ୍‌ବେନ୍‌ସ୍ଥିତ ହିନ୍ଦୁ ମନ୍ଦିର ପ୍ରାଚୀରରେ ସ୍ଲୋଗାନ୍‌ ଆଦି ଲେଖି ଖଲିସ୍ତାନୀ ସମର୍ଥକମାନେ ବିରୂପ କରିଥିବା କଥା ‘ଦି ଅଷ୍ଟ୍ରେଲିଆ ଟୁ’ଡେ’ ରିପୋର୍ଟ କରିଛି। ଦୁଇ ମାସ ମଧ୍ୟରେ ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିରକୁ ବିରୂପ କରାଯିବାରେ ଏହା ହେଉଛି

ପାକିସ୍ତାନରେ ସାଂଘାତିକ ସ୍ଥିତି: ଓଳିଏ ରୋଷେଇ, ପିଲାଙ୍କ ପାଠପଢ଼ା ବନ୍ଦ

ନୂଆଦିଲ୍ଲୀ : ଘୋର ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ଦରଦାମ୍ ସ୍ଥିତି ବେଲଗାମ ହୋଇପଡ଼ିଥିବାରୁ ବଞ୍ଚିବା ଲାଗି ସାଧାରଣ ଲୋକମାନେ ସଂଘର୍ଷ କରୁଛନ୍ତି। ତିନି ବେଳା ଖାଇବା ଯୋଗାଡ଼ କରିବା ଆଉ ସମ୍ଭବ ହେଉନାହିଁ। ସେଥିପାଇଁ ବହୁ ଲୋକ ଓଳିଏ ରୋଷେଇ କରି ତାହାକୁ ତିନି ବେଳା

ୟୁକ୍ରେନକୁ ଆଉ ୪୦୦ ନିୟୁତ ଡଲାରର ଅସ୍ତ୍ର ଯୋଗାଇବ ଆମେରିକା

କିଭ୍‌ : ୟୁକ୍ରେନକୁ ଆଉ ୪୦୦ ନିୟୁତ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାକୁ ଆମେରିକା ନିଷ୍ପତ୍ତି ନେଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଜର୍ମାନୀ ଚାନ୍ସେଲର ଓଲାଫ୍ ସ୍କୋଲଜଙ୍କ ସହିତ ଆଲୋଚନା କାଳରେ ଏହି ସାମରିକ ସହାୟତା ବାବଦରେ ଘୋଷଣା କରିଛନ୍ତି। ଏହି ଅସ୍ତ୍ରଶସ୍ତ୍ର ମଧ୍ୟରେ

ଭୟଙ୍କର ରୋଗରୁ ମୁକ୍ତ ହେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ୱାସ୍ଥ୍ୟକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଙ୍କ ଛାତିରୁ ସଫଳତାପୂର୍ବକ ସ୍କିନ କ୍ୟାନ୍ସରର କ୍ଷତକୁ ସର୍ଜରୀ କରି ହଟାଇ ଦିଆଯାଇଛି । ଏବେ ତାଙ୍କ ଉପରେ କୌଣସି ବିପଦ ନାହିଁ । ତେବେ ବର୍ତ୍ତମାନ ସେ ସୁସ୍ଥ ଥିବା

ଭାରତ ଉପରେ ପାକିସ୍ତାନ ଉଡ଼ାଉଛି ଚୀନ ନିର୍ମିତ ଗୁପ୍ତଚର ଡ୍ରୋନ…

ନୂଆଦିଲ୍ଲୀ : ପାକିସ୍ତାନପଟୁ ଡ୍ରୋନଗୁଡ଼ିକ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ଭାରତ ଭିତରକୁ ଆସୁଛି । ପୁଣି ଭାରତ ଉପରେ ନିଜର ରଖିବାକୁ ପାକିସ୍ତାନ ଚୀନ ନିର୍ମିତ ଡ୍ରୋନ ବ୍ୟବହାର କରୁଛି । ଆହୁରି ଚିନ୍ତାଜନକ ବିଷୟ ହେଉଛି ପଞ୍ଜାବରେ ପୁଣି ଖଲିସ୍ତାନ ଆନ୍ଦୋଳନ ମୁଣ୍ଡ ଟେକୁଥିବାବେଳେ ପାକିସ୍ତାନ ଓ

ଆକ୍ସନ ମୁଡ୍‌ରେ ତାଲିବାନ, IS ଖୁରାସାନ ମିଲିଟାରୀ ମୁଖ୍ୟକୁ କଲା ହତ୍ୟା

ନୂଆଦିଲ୍ଲୀ : ଇସ୍‌ଲାମିକ ଷ୍ଟେଟ୍ ଖୁରାସାନ ଉପରେ ବଡ଼ ଆକ୍ସନ ନେଇଛି ଆଫଗାନିସ୍ତାନର ତାଲିବାନ ସରକାର। ISKPର ମିନିଷ୍ଟର ଅଫ୍ ୱାର ତଥା ମିଲିଟାରୀ ଚିଫ୍ କାରୀ ଫତେହକୁ ହତ୍ୟା କରିଛି ତାଲିବାନ୍। କାରୀ ଫତେହକୁ ୟୁଏନ୍‌ଏସ୍‌ସି ମନିଟରିଂ ଟିମ୍ ମେ’ ୨୦୨୨ରେ ISKPର ମିଲିଟାରୀ ଚିଫ

ଦେବାଳିଆ ପାକିସ୍ତାନକୁ ସାହାଯ୍ୟ କରିବ ଚାଇନା, ଚିନ୍ତାରେ ଆମେରିକା…

ନୂଆଦିଲ୍ଲୀ : ଘୋର ଆର୍ଥିକ ସମସ୍ୟା ଦେଇ ଗତି କରୁଛି ପାକିସ୍ତାନ। ପାକିସ୍ତାନ ବିଦେଶୀ ମୁଦ୍ରା ଭଣ୍ଡାରେ ଆଉ ପାଖାପାଖି ୩ ଶହ କୋଟି ଡଲାର ରହିଛି । ଫଳରେ ଏହା ଦେବାଳିଆ ସ୍ଥିତିକୁ ଆସିଯାଇଛି । ପାକିସ୍ତାନରେ ଏବେ କ୍ଷୀର ଲିଟର ୨୫୦ ଟଙ୍କା ଓ ଚିକେନ୍ କେଜି ୭୮୦ ଟଙ୍କାରେ ବିକ୍ରି ହେଉଛି ।

ପାକିସ୍ତାନ ଗୃହ ମନ୍ତ୍ରୀଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ୍‌…

ଇସ୍‌ଲାମାବାଦ: ଆର୍ଥିକ ସଂକଟ ମଧ୍ୟରେ ଗତି କରୁଥିବା ପାକିସ୍ତାନ ରାଜନୀତିରେ ମଧ୍ୟ ଲଗାତାର ହଲଚଲ ଦେଖିବାକୁ ମିଳୁଛି । ସଦ୍ୟତମ ମାମଲାରେ ପାକିସ୍ତାନ ଗୃହ ମନ୍ତ୍ରୀ ରାଣା ସନାଉଲ୍ଲାହ ଖାନ୍‌ଙ୍କ ବିରୋଧରେ ଆରେଷ୍ଟ୍ ୱାରେଣ୍ଟ୍ ଜାରି ହୋଇଛି । ସାର୍ବଜନିକ ଭାଷାରେ କଥିତ ଭାବେ ନ୍ୟାୟପାଳିକାକୁ

ଅଷ୍ଟ୍ରେଲିଆ: ଇଣ୍ଡିଆନ୍ କନ୍‌ସୁଲେଟ୍ ଉପରେ ଆକ୍ରମଣ…

ବ୍ରିସ୍‌ବେଅନ: ଅଷ୍ଟ୍ରେଲିଆର ବ୍ରିସ୍‌ବେନ୍‌ରେ ଥିବା ଇଣ୍ଡିଆନ୍ କନ୍‌ସୁଲେଟ୍ ଉପରେ ଆକ୍ରମଣ ହୋଇଛି । ୨୧ ତାରିଖ ରାତିରେ ହୋଇଥିବା ଏହି ଆକ୍ରମଣ ସମ୍ପର୍କରେ ଭାରତର କାଉନ୍‌ସିଲ୍ ଅର୍ଚ୍ଚନା ସିଂହ ୨୨ ତାରିଖରେ କ୍ୱିନ୍ସଲାଣ୍ଡ ପୁଲିସକୁ ସୂଚନା ଦେଇଥିବା ଏଏନ୍‌ଆଇ ରିପୋର୍ଟରେ କୁହାଯାଇଛି ।

ଚୀନ୍‌କୁ ଭାରତର ସିଧା ଜବାବ; ଇଣ୍ଡୋନେସିଆ ପହଞ୍ଚିଲା ଆଇଏନ୍‌ଏସ୍ ସିନ୍ଧୁକେଶରୀ…

ଜାକର୍ତ୍ତା : ଦକ୍ଷିଣ ଚୀନ୍ ସାଗରକୁ ନେଇ ଚୀନ୍ ଏବଂ ଆସିଆନ୍ ଦେଶ ମଧ୍ୟରେ ଲାଗିଥିବା ବିବାଦ ମଧ୍ୟରେ ଭାରତୀୟ ସବ୍‌ମେରିନ୍ ଆଇଏନ୍‌ଏସ୍ ସିନ୍ଧୁକେଶରୀ ପ୍ରଥମ ଥର ପାଇଁ ଜାକର୍ତ୍ତାରେ ପହଞ୍ଚିଛି । ଏହା ଚୀନ୍‌କୁ ଭାରତର ସିଧା ଜବାବ ବୋଲି କୁହାଯାଉଛି । ଭାରତୀୟ ନୌସେନା ପକ୍ଷରୁ କୁହାଯାଇଛି