Browsing Category

ବିଦେଶ

ବିଗୁଡୁଛି ନେପାଳ ସ୍ଥିତି, ୬ ହଜାର କଏଦୀ ଜେଲରୁ ଫେରାର

କାଠମାଣ୍ଡୁ : ନେପାଳ ସରକାର ବିରୋଧରେ ଜେନ୍-ଜି ବିକ୍ଷୋଭ ପରେ ନେପାଳର ପରିସ୍ଥିତି ଆହୁରି ଖରାପ ହୋଇଯାଇଛି । ଏପର୍ଯ୍ୟନ୍ତ ୨୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ଶହ ଶହ ଲୋକ ଆହତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଇସ୍ତଫା ପରେ ମଧ୍ୟ ପ୍ରଦର୍ଶନକାରୀଙ୍କ ରାଗ

କତାର ଉପରେ ଇସ୍ରାଏଲର ଆକ୍ରମଣ, ୬ ମୃତ

କତାରରେ ଇସ୍ରାଏଲର ପ୍ରଥମ ଆକ୍ରମଣ । ଦୋହାର କତାର ଜିଲ୍ଲାରେ ଇସ୍ରାଏଲ ବିମାନ ଆକ୍ରମଣ କରିଛି । ହମାସର ରାଜନୈତିକ ବ୍ୟୁରୋର ଆବାସିକ ମୁଖ୍ୟାଳୟକୁ ଟାର୍ଗେଟ କରାଯାଇଛି । ଆକ୍ରମଣରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଦୋହା ସହରରେ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା ଏବଂ ପେଟ୍ରୋଲ ଷ୍ଟେସନ ନିକଟରେ

ପଦ ଛାଡ଼ିଲେ ନେପାଳ ରାଷ୍ଟ୍ରପତି ରାମଚନ୍ଦ୍ର ପଉଡେଲ

ନେପାଳ ରାଷ୍ଟ୍ରପତି ରାମଚନ୍ଦ୍ର ପଉଡେଲ ଇସ୍ତଫା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ଇସ୍ତଫା ପରେ ବି ଦେଶର ମାହୋଲ ଶାନ୍ତ ନ ପଡ଼ିବାରୁ ଶେଷରେ ରାଷ୍ଟ୍ରପତି ପଉଡେଲ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଫଳରେ ବର୍ତ୍ତମାନ ଦେଶର ସେନା ମୁଖ୍ୟଙ୍କ ହାତକୁ କ୍ଷମତା ହସ୍ତାନ୍ତର

ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଦେଲେ ଇସ୍ତଫା, ଘର ଜାଳିଦେଲେ ବିକ୍ଷୋଭକାରୀ

ନେପାଳ : ନେପାଳରେ ସୋସିଆଲ ମିଡିଆ ବ୍ୟାନକୁ ନେଇ ସମଗ୍ର ଦେଶ ଜଳୁଛି । ଦ୍ବିତୀୟ ଦିନ ପାଇଁ ସାରା ଦେଶରେ ହିଂସାକାଣ୍ଡ ଜାରି ରହିଛି । ଦେଶରେ ବ୍ୟାପକ ହିଂସାକାଣ୍ଡ ପରେ ଶେଷରେ କୌଣସି ଉପାୟ ନପାଇ ଇସ୍ତଫା ଦେଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି । ତାଙ୍କ ମନ୍ତ୍ରିମଣ୍ଡଳରେ

ନେପାଳରେ ପରିସ୍ଥିତି ଅଣାୟତ୍ତ: ଅନିର୍ଦ୍ଦିଷ୍ଟ କାଳ ପାଇଁ ଉଡାଣ ବନ୍ଦ, ଭାରତ-ନେପାଳ ସୀମାରେ ହାଇ ଆଲର୍ଟ

କାଠମାଣ୍ଡୁ : ନେପାଳରେ ସୋସିଆଲ ମିଡିଆ ଆପ୍ ବନ୍ଦ ହେବା ପରେ ଜେନ-ଜି ପିଢି ଭୟଙ୍କର ବିକ୍ଷୋଭ କରୁଛନ୍ତି । ଫଳରେ ଅଶାନ୍ତ ନେପାଳ ପାଇଁ ଓ କାଠମାଣ୍ଡୁ ସାରା ହିଂସା ଲାଗି ରହିଥିବାରୁ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଉଡାଣ ବନ୍ଦ କରାଯାଇଛି । ଭାରତରୁ

ସୋସିଆଲ୍ ମିଡିଆ ଉପରୁ ପ୍ରତିବନ୍ଧକ ହଟାଇଲେ ନେପାଳ ସରକାର

କାଠମାଣ୍ଡୁ: ସୋସିଆଲ୍ ମିଡିଆ ଉପରୁ ପ୍ରତିବନ୍ଧକ ହଟାଇଲେ ନେପାଳ ସରକାର। ବିକ୍ଷୋଭକାରୀଙ୍କ ମୃତ୍ୟୁ ଓ ତୀବ୍ର ଉତ୍ତେଜନା ପରେ ନିଷ୍ପତ୍ତି ନେଲେ ସରକାର। ଏବେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଇସ୍ତଫା ଦେବେ ନାହିଁ ବୋଲି ସୂଚନା ମିଳିଛି। ସୋସିଆଲ୍ ମିଡିଆ ବ୍ୟାନ୍‌ ବିରୋଧରେ କାଠମାଣ୍ଡୁରେ

ଟାରିଫ ୱାର: ଖୋଲାଖୋଲି ଭାବେ ଟ୍ରମ୍ପଙ୍କୁ କଲେ ସମର୍ଥନ ଜେଲେନସ୍କି

ଭାରତ- ଆମେରିକା ଟାରିଫ ୱାର ମଧ୍ୟରେ ଜେଲେନସ୍କିଙ୍କ ବଡ଼ ବୟାନ । ଭାରତ ଉପରେ ଟାରିଫ ଲଗାଇ ଆମେରିକା ଠିକ୍ କରିଛି ବୋଲି ଜେଲେନସ୍କି କହିଛନ୍ତି । ଭାରତ ପ୍ରତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫକୁ ଖୋଲାଖୋଲି ଭାବେ ସମର୍ଥନ କରିଛନ୍ତି ଜେଲେନସ୍କି । ଆମେରିକାର ଚେତାବନୀ

ଆଉ ଏକ ବଡ଼ ନରସଂହାର: ୬୦ରୁ ଅଧିକ ଲୋକଙ୍କୁ ହତ୍ୟା କଲେ ଆତଙ୍କବାଦୀ

ନାଇଜେରିଆର ଉତ୍ତର-ପୂର୍ବ ବୋର୍ଣ୍ଣୋ ରାଜ୍ୟରେ ଆତଙ୍କୀ ଗୋଷ୍ଠୀ ବୋକୋ ହରାମ ବିଳମ୍ବିତ ରାତିରେ ଏକ ଗାଁକୁ ସମ୍ପୂର୍ଣ୍ଣ ମାଟିରେ ମିଶାଇ ଦେଇଛି। ଆତଙ୍କବାଦୀମାନେ ଆକ୍ରମଣ କରି ୬୦ ଜଣଙ୍କୁ ହତ୍ୟା କରିଛନ୍ତି। ଏହି ଗାଁରେ ଆଭ୍ୟନ୍ତରୀଣ ବିସ୍ଥାପିତଙ୍କ ପାଇଁ ଏକ ବନ୍ଦ ଶିବିରରୁ ଫେରିଥିବା

କ୍ୟାନସରକୁ ଶେଷ କରିବାକୁ ଆସିଲା ଭ୍ୟାକ୍ସିନ, କ୍ଲିନିକାଲ ଟ୍ରାଏଲ୍ ରେ ରୁଷକୁ ମିଳିଲା ସଫଳତା

କ୍ୟାନସରକୁ ଶେଷ କରିବାକୁ ଆସିଲା ଭ୍ୟାକ୍ସିନ । କ୍ଲିନିକାଲ ଟ୍ରାଏଲ୍ ରେ ସଫଳ ହେଲା ରୁଷ ଭ୍ୟାକ୍ସିିନ । ଏନେଇ ବଡ଼ ଘୋଷଣା କରିଛନ୍ତି ରୁଷୀୟ ବୈଜ୍ଞାନିକ । ରୁଷର ସଂଘୀୟ ମେଡିକାଲ ଏଜେନ୍ସି ବା ଏଫଏମବିଏର ମୁଖ୍ୟ ଏହି ଘୋଷଣା କରି କହିଛନ୍ତି ପ୍ରୋ

ଇସ୍ତଫା ଦେବାକୁ ଘୋଷଣା କଲେ ଜାପାନ ପ୍ରଧାନମନ୍ତ୍ରୀ

ଜାପାନ : ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବା ଅଚାନକ ପଦବୀରୁ ଇସ୍ତଫା ଦେବା ପାଇଁ ଘୋଷଣା କରିଛନ୍ତି । ସେ ନିଜ ପାର୍ଟି ଭିତରେ ଲଗାତାର ଚର୍ଚ୍ଚା ଏବଂ ଜୁଲାଇରେ ହୋଇଥିବା ସଂସଦୀୟ ନିର୍ବାଚନରେ ବଡ଼ ପରାଜୟ ପରେ ନେଇଛନ୍ତି । ଜାପାନୀ ଟିଭି ରିପୋର୍ଟସ ମୁତାବକ, ଦଳୀୟ ନେତାମାନେ