Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଦୂଷିତ ପାଣି ହେଲା କାଳ: ଇନ୍ଦୋରରେ ଜୀବନ ହାରିଲେଣି ୮, ଅନେକ ହସ୍ପିଟାଲରେ ଭର୍ତ୍ତି
ଇନ୍ଦୋର: ଦେଶର ସବୁଠାରୁ ସ୍ୱଚ୍ଛ ସହର ଇନ୍ଦୋର। କିନ୍ତୁ ଏହି ସହରରେ ହଠାତ୍ ଦୂଷିତ ପାଣି ସାଜିଲା କାଳ। ସୂଚନା ଅନୁସାରେ ଭାଗୀରଥପୁରାରେ ଦୂଷିତ ପାଣି ପିଇବା ପରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହିତ, ବିଭିନ୍ନ ହସ୍ପିଟାଲରେ ୬୬ରୁ ଅଧିକ ଅସୁସ୍ଥ ଲୋକଙ୍କୁ ଚିକିତ୍ସା କରାଯାଉଛି।!-->…
କାରରୁ ୧୫୦ କିଲୋ ଆମୋନିୟମ୍ ନାଇଟ୍ରେଟ୍ ଜବତ; ୨ ଗିରଫ
ନୂଆଦିଲ୍ଲୀ:ରାଜସ୍ଥାନର ଟୋଙ୍କ ଜିଲ୍ଲାରେ DST (ଜିଲ୍ଲା ସ୍ପେଶାଲ୍ ଟିମ୍) ଦଳ ବିପୁଳ ପରିମାଣର ବିସ୍ଫୋରକ ଜବତ କରିଛି। ନୂଆବର୍ଷର ପାର୍ଟି ପୂର୍ବରୁ ରାଜସ୍ଥାନର ଟୋଙ୍କ ଜିଲ୍ଲାରେ ପୋଲିସର ଜିଲ୍ଲା ସ୍ୱତନ୍ତ୍ର ଦଳ (DST) ଏକ ବଡ଼ ଅଭିଯାନ ଚଳାଇଥିଲେ। ବରୋନି ପୋଲିସ ଷ୍ଟେସନ ଅଞ୍ଚଳରେ ଏକ!-->…
ଖାଲିଦା ଜିଆଙ୍କ ପୁଅଙ୍କୁ ଭେଟି ମୋଦିଙ୍କ ପତ୍ର ଦେଲେ ଜୟଶଙ୍କର
ନୂଆଦିଲ୍ଲୀ: ୩ ଥର ବାଂଲାଦେଶର ପ୍ରଧାନମନ୍ତ୍ରୀ ହୋଇଥିବା ଖାଲିଦା ଜିଆଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ବୁଧବାର ଦିନ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଢାକାରେ ପହଞ୍ଚିଛନ୍ତି। ସେଠାରେ ସେ ଖାଲିଦା ଜିଆଙ୍କ ପୁଅ ତଥା କାର୍ଯ୍ୟକାରୀ ବିଏନପି ଅଧ୍ୟକ୍ଷ ତାରିକ ରହମାନଙ୍କୁ ଭେଟି!-->…
ପୁଟିନଙ୍କୁ ଟାର୍ଗେଟ ପରେ… ପରାମାଣୁ ମିସାଇଲ ଆକ୍ଟିଭ କଲା ରୁଷ
ନୂଆଦିଲ୍ଲୀ:ପରମାଣୁ କ୍ଷମତାସମ୍ପନ୍ନ ଓରେସନିକ କ୍ଷେପଣାସ୍ତ୍ର ପ୍ରଣାଳୀ ମୁତୟନ କଲା ରୁଷ । ମଙ୍ଗଳବାର ଦିନ ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଘୋଷଣା କରିଛି । ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ନିକଟରେ ଡ୍ରୋନ ଆକ୍ରମଣ ପରେ ଏହି ନିଷ୍ପତ୍ତି ନିଆଯାଇଛି ।
ବେଲାରୁଷ ନିଜ!-->!-->!-->…
ପ୍ରସାଦ ସେବନ କରି ୫୦ ଗୁରୁତର, ହସ୍ପିଟାଲରେ ଭର୍ତ୍ତି
ରାଜଗଡ: ରାଜଗଡ ଜିଲାରେ ଏକ ଧାର୍ମିକସ୍ଥଳରେ ଆୟୋଜିତ ପ୍ରସାଦ ସେବନ ପରେ ୫୦ରୁ ଅଧିକ ଲୋକ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୋମବାର ରାତିରେ ରାଜଗଡ ଜିଲା ଖିଲଚିପୁର ଥାନା ଅନ୍ତର୍ଗତ ଗାଦିୟା ଲୁହାର ଗାଁରେ ଆୟୋଜିତ ଏକ ଧାର୍ମିକ ସଭାରେ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା।!-->…
ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ଗୁଳି କରି ହତ୍ୟା; ହତ୍ୟାକାରୀ କହିଲା-ମୁଁ ମଜା କରୁଥିଲି
ବାଂଲାଦେଶ: ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ହତ୍ୟା କରାଯାଇଛି। ସେ ହେଲେ ବଜେନ୍ଦ୍ର ବିଶ୍ଵାସ(୪୨)। ଏକ କାରଖାନା ଭିତରେ ସୁରକ୍ଷାକର୍ମୀ ଭାବେ ଡ୍ୟୁଟି କରୁଥିବା ସମୟରେ ବଜେନ୍ଦ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଗୁଳି କରିବା ପରେ ହତ୍ୟାକାରୀ ତାତ୍ସଲ୍ୟ କରି ‘ମୁଁ ମଜାକ କରୁଥିଲି’!-->…
ଦେଶର ଅତ୍ୟାଧୁନିକ ହେଲିକପ୍ଟର DHRUV-NG ଉଦ୍ଘାଟିତ
ନୂଆଦିଲ୍ଲୀ: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ବେଙ୍ଗାଲୁରୁର ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL) ଠାରେ ପରବର୍ତ୍ତୀ ପିଢ଼ିର ସିଭିଲ୍ ହେଲିକପ୍ଟର DHRUV-NG ଉଦଘାଟନ କରିଛନ୍ତି । ମନ୍ତ୍ରୀ ଶ୍ରୀ ନାଇଡୁ ଏରୋ ଇଣ୍ଡିଆ ଶୋ’ରେ HAL ଦ୍ୱାରା ପ୍ରଦର୍ଶିତ!-->…
୨୦୨୬ରେ ବେଙ୍ଗଲରେ ବିଜେପି ସରକାର: ସୌରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ
ନୂଆଦିଲ୍ଲୀ: ବେଙ୍ଗଲ ନିର୍ବାଚନ ପୂର୍ବରୁ କୋଲକାତାରେ ଅମିତ ଶାହଙ୍କ ରଣହୁଁକାର । ୨୦୨୬ ମସିହାରେ ବେଙ୍ଗଲରେ ବିଜେପି ସରକାର ନିଶ୍ଚିତ ବୋଲି କହିଛନ୍ତି ସୌରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ। ଆହୁରି ମଧ୍ୟ ସେ କହିଛନ୍ତି ୨୦୨୪ରେ ଓଡ଼ିଶା ଓ ଆନ୍ଧ୍ରରେ ପ୍ରଥମ କରି ସରକାର ଗଠନ କରିଛୁ। ୨୦୨୬ରେ!-->…
ଘାଟିରୁ ଖସିଲା ବସ୍ : ୭ ଯାତ୍ରୀ ମୃତ, ୧୫ ଆହତ
ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ଏକ ଭୟଙ୍କର ବସ୍ ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୧୫ ଜଣ ଆହତ ହୋଇ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।
ସୂଚନା ଅନୁସାରେ ଉତ୍ତରଖଣ୍ଡର ଆଲମୋରା ଜିଲ୍ଲାର ଭିକିଆସେନ ନିକଟରେ ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଗଭୀର ଘାଟିରେ!-->!-->!-->…
ପୁଟିନ୍ଙ୍କ ଘର ଉପରେ ଡ୍ରୋନ୍ ଆକ୍ରମଣ
ମସ୍କୋ- ପୁଟିନ୍ଙ୍କ ଘର ଉପରେ ଡ୍ରୋନ୍ ଆକ୍ରମଣ କରିବା ପାଇଁ ଚେଷ୍ଟା କରାଯାଇଥିବା ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ୍ ସୂଚନା ଦେଇଛନ୍ତି । ୟୁକ୍ରେନ୍ ଏହି ଆକ୍ରମଣ କରିବା ପାଇଁ ଉଦ୍ୟମ କରିଥିବା ସେ କହିଛନ୍ତି । ଡିସେମ୍ବର ୨୮ ଏବଂ ୨୯ ତାରିଖରେ ଏହି ଆକ୍ରମଣ କରାଯାଇଥିଲା ।!-->…