Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଏ ରାଜାଙ୍କ ବେନାମୀ କମ୍ପାନୀ ନାଁରେ ଥିବା ୫୫ କୋଟିର ପ୍ଲଟ ସିଜ୍ କଲା ଇଡି
ଚେନ୍ନାଇ: ଡିଏମକେ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏ ରାଜାଙ୍କ ବେନାମୀ କମ୍ପାନୀ ନାଁରେ ଥିବା ୪୫ ଏକର ଜମିକୁ ସିଜ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ତାମିଲନାଡୁର କୋଏମ୍ବାଟୁରରେ ଥିବା ଏହି ଜମିର ମୂଲ୍ୟ ୫୫ କୋଟି ଟଙ୍କା ହେବ ବୋଲି ଇଡି କହିଛି।
ୟୁପିଏ-୧ ସରକାରରେ!-->!-->!-->…
ପାଠପଢ଼ୁପଢ଼ୁ ପେନସିଲ ଚୋପା ନେଲା ଶିଶୁର ଜୀବନ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହମିରପୁର ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜଣେ ଛଅର୍ଷର ଶିଶୁ ପେନସିଲ ଚୋପା ଗିଳି ଦେବାରୁ ତାଙ୍କର ମୃତ୍ୟ ହୋଇଯାଇଥିଲା। ମୃତ ଶିଶୁ ଜଣକ ପ୍ରଥମଶ୍ରେଣୀରେ ପାଠପଢ଼ୁଥିବା ଜଣାପଡ଼ିଛି।
କୋତବାଲିର ପହାଡିବୀର ଗ୍ରାମରେ ରହୁଥିବା ମୃତ ଶିଶୁର ବାପା!-->!-->!-->…
ସଂକ୍ରମଣ ବୃଦ୍ଧି ଆଶଙ୍କାକୁ ନେଇ ହୋଇଥିବା ଉଚ୍ଚ ସ୍ତରୀୟ ବୈଠକ ଶେଷ
ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ ସଂକ୍ରମଣ ବଢ଼ିବାର ଆଶଙ୍କା ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ। ଏହି ବୈଠକରେ କରୋନା ପାଇଁ ପ୍ରସ୍ତୁତି, ଟିକାକରଣର ସ୍ଥିତି, ନୂତନ କୋଭିଡ-୧୯ ଭାରିଆଣ୍ଟର ଆଗମନ ଏବଂ ଏହାର ପ୍ରଭାବ ଆକଳନ କରିବା ନେଇ ବୈଠକରେ!-->…
ମହିଳା କମିଶନଙ୍କ ନୋଟିସ ପରେ ସୋସିଆଲ ମିଡିଆରୁ ‘ରେଡ୍-ହଟ୍ ଗାର୍ଲସ୍’… ପୋଷ୍ଟକୁ ହଟାଇଲା ସ୍ପାଇସ୍ଜେଟ୍
ନୂଆଦିଲ୍ଲୀ: ସ୍ପାଇସ୍ଜେଟ୍ ନିଜର ଷ୍ଟିୱାର୍ଡ ଏବଂ ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ରଙ୍କୁ ନେଇ ଏକ ସୋସିଆଲ ମିଡିଆରେ କରିଥିବା ଏକ ପୋଷ୍ଟକୁ ନେଇ ଜାତୀୟ ମହିଳା କମିଶନଙ୍କ ଠାରୁ ନୋଟିସ ପରେ ଏହାକୁ ହଟାଇ ଦେଇଛି। ତେବେ, ସ୍ପାଇସ୍ଜେଟ୍ ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି ଯେ ମହିଳା!-->…
୨୦୨୪ରେ ମହାକାଶକୁ ମଣିଷ ପଠାଇବ ଭାରତ
ନୂଆଦଲ୍ଲୀ : ୨୦୨୪ ୪ର୍ଥ ତିନିମାସରେ ଭାରତ ମହାକାଶକୁ ମାନବଯୁକ୍ତ ମହାକାଶଯାନ ପଠାଇବ ବୋଲି କେନ୍ଦ୍ର ସରକାର ସଂସଦକୁ ସୂଚୀତ କରିଛନ୍ତି ।
ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ତଥା ମହାକାଶ ବିଜ୍ଞାନ, ପରମାଣୁ ଶକ୍ତି ମନ୍ତ୍ରୀ ଜିତେନ୍ଦ୍ର ସିଂ!-->!-->!-->…
ଦେଶ ଏବେ ଅନ୍ଧାର ସମୟ ଦେଇ ଗତି କରୁଛି: ମମତା ବାନାର୍ଜୀ
କୋଲକାତା: ୫୦ ବର୍ଷ ତଳର ଲୋକପ୍ରିୟ ବେଙ୍ଗଲୀ ଫିଲ୍ମର ଗୋଟିଏ ଗୀତକୁ ମନେ ପକାଇ ଦେଶ ଅନ୍ଧାର ସମୟ ଦେଇ ଗତି କରୁଛି ଓ ଏକତା ବର୍ତ୍ତମାନ ସମୟର ଆବଶ୍ୟକତା ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପାର୍କ ଷ୍ଟ୍ରିଟରେ ଥିବା ଆଲେନ ପାର୍କରେ ଖ୍ରୀଷ୍ଟମାସ କାର୍ଯ୍ୟକ୍ରମର!-->…
ବଢ଼ିଲା ରବର୍ଟ ଭଦ୍ରା ଓ ତାଙ୍କ ମା’ଙ୍କ ଅଡୁଆ
ଜୟପୁର: ଜମି କିଣାବିକା ମାମଲାରେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭଦ୍ରା ଓ ତାଙ୍କ ମା’ ମୌରିନ୍ ଭଦ୍ରାଙ୍କ ଅଡୁଆ ବଢ଼ିଛି। ରବର୍ଟ ଭଦ୍ରାଙ୍କ କମ୍ପାନୀ ସ୍କାଏଲାଇଟ୍ ହସ୍ପିଟାଲିଟିର ଆବେଦନକୁ ରାଜସ୍ଥାନ ହାଇକୋର୍ଟ ଖାରଜ କରିଦେଇଛନ୍ତି। ତେବେ ରବର୍ଟ!-->…
କରୋନାକୁ ନେଇ ଭାରତ ସରକାରଙ୍କ ସତର୍କତା
ନୂଆଦିଲ୍ଲୀ: ଚାଇନାରେ ଚିହ୍ନଟ ହୋଇଥିବା ମହାମାରୀ କରୋନାର ମାରାତ୍ମକ ଓମିକ୍ରନର ସବ ଭ୍ୟାରିଏଣ୍ଟ ବିଏଫ.୭ ଭାରତରୁ ଚିହ୍ନଟ ହେବା ପରେ ସମସ୍ତଙ୍କ ମନରେ ଛନକା ପଶିଛି। ଚାଇନାରେ ଏହି ଭ୍ୟାରିଏଣ୍ଟ ଯୋଗୁ ହାହାକାର ସ୍ଥିତି ସୃଷ୍ଟି ହୋଇଛି। ଚାଇନା ବ୍ୟବତୀତ ଆମେରିକା, ଜାପାନ ଓ ବ୍ରାଜିଲରେ ବି!-->…
ଚାଇନା ଫେରନ୍ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଲା
ଭାବନଗର: ଚାଇନାରୁ ଫେରିଥିବା ଜଣେ ବ୍ୟକ୍ତିଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଚାଇନାରେ ଓମିକ୍ରନ ଭାରିଏଣ୍ଟର ବିଏଫ ୭ ଆତଙ୍କ ଖେଳାଇଥିବା ବେଳେ ସେଠାରୁ ଫେରିଥିବା ଜଣେ ବ୍ୟକ୍ତିଙ୍କ ଟେଷ୍ଟ ରିପୋର୍ଟ ପଜିଟିଭି ଆସିବା ସମସ୍ତଙ୍କୁ ଭୟଭୀତ କରିଛି।
ଗୁଜରାଟର ଭାବନଗରକୁ କିଛି ଦିନ!-->!-->!-->…
କଂଗ୍ରେସକୁ ଚିଠି ଲେଖିଲା ମନ୍ତ୍ରଣାଳୟ, କିନ୍ତୁ ସଂକ୍ରମଣ ଭୟରେ ଆନ୍ଦୋଳନ ବନ୍ଦ କଲା ବିଜେପି
ନୂଆଦିଲ୍ଲୀ: ମହାମାରୀ କରୋନା ପୁଣିଥରେ ଡରେଇବାରୁ ଦିନକ ତଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କଂଗ୍ରେସକୁ ଚିଠି ଲେଖି ଭାରତ ଯୋଡ଼ୋ ଯାତ୍ରା ବନ୍ଦ କରିବାକୁ ପରୋକ୍ଷରେ ପରାମର୍ଶ ଦେଇଥିଲା। ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରାରେ ପ୍ରବଳ ଭିଡ଼ ହେଉଥିବାରୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି।!-->…