Browsing Category

ଦେଶ

କୋଇଲା ଚୋରି: ମମତାଙ୍କ ପୁତୁରା ଓ ବୋହୂଙ୍କୁ ଜେରା କରିବ ଇଡି

କୋଲକାତା: ପଶ୍ଚିମବଙ୍ଗର ବହୁ ଚର୍ଚ୍ଚିତ କୋଇଲା ଚୋରି ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଓ ତାଙ୍କ ବୋହୂଙ୍କୁ ଜେରା କରିବ ଇଡି। ଏନେଇ ସୁପ୍ରିମକୋର୍ଟ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଗ୍ରୀନ୍‌ ସିଗ୍‌ନାଲ ଦେଇଛନ୍ତି। ୨୪ ଘଣ୍ଟାର ନୋଟିସ୍‌ ଦେଇ ପ୍ରବର୍ତ୍ତନ…

ମିଡିଆକୁ ତଥ୍ୟ ଲିକ୍‌ କରି ବହିଷ୍କୃତ ହେଲେ ଜ୍ଞାନବାପୀ ସର୍ଭେର କମିଶନର

ବାରାଣସୀ: ଉତ୍ତର ପ୍ରଦେଶର ବାରାଣସୀରେ ଥିବା ଜ୍ଞାନବାପୀ ମସଜିଦ ଭିତରେ ଚାଲିଥିବା ସର୍ଭେକୁ ନେଇ ବିବାଦ ଦେଖାଯାଇଛି। କୋର୍ଟ ନିଯୁକ୍ତ କରିଥିବା ଟିମ୍‌ ସର୍ଭେ ଶେଷ କରିଥିଲେ ମଧ୍ୟ ରିପୋର୍ଟ ଉପସ୍ଥାପନ କରିବାକୁ ଆହୁରି ଦୁଇ ଦିନ ସମୟ ମାଗିଛି। ବାରାଣସୀ କୋର୍ଟ ଏଥିପାଇଁ ରାଜି ମଧ୍ୟ…

ଶିବଲିଙ୍ଗର ସୁରକ୍ଷା କର, କିନ୍ତୁ ନମାଜ ବନ୍ଦ ନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଜ୍ଞାନବାପୀ ମସଜିଦକୁ ନେଇ ସୃଷ୍ଟି ହୋଇଥିବା ବିବାଦ ସଂକ୍ରାନ୍ତ ମାମଲାର ଶୁଣାଣିକୁ ଗୁରୁବାର ଯାଏ ଘୁଞ୍ଚାଇ ଦେଇଛନ୍ତି ସୁପ୍ରିମକୋର୍ଟ। ମସଜିଦର ସର୍ଭେ ବେଳେ ଶିବଲିଙ୍ଗ ମିଳିବା ନେଇ ଦାବି କରାଯାଇଥିଲା। ଏହି ଦାବି ଅନୁଯାୟୀ ଠାବ ହୋଇଥିବା ଶିବଲିଙ୍ଗର ସୁରକ୍ଷା ପାଇଁ ଆଜି…

ମୁଦ୍ରାସ୍ଫୀତି ଏବଂ ବେରୋଜଗାରୀ ବିରୋଧରେ ବାମପନ୍ଥୀ ଦଳଗୁଡିକ ମେ ୨୫ରୁ ୩୧ ପର୍ଯ୍ୟନ୍ତ କରିବେ ଦେଶବ୍ୟାପୀ ବିରୋଧ

ନୂଆଦିଲ୍ଲୀ: ବାମପନ୍ଥୀ ଦଳଗୁଡ଼ିକ ମୁଦ୍ରାସ୍ଫୀତି ଏବଂ ବେରୋଜଗାରୀ ବିରୋଧରେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିବାକୁ ଆହ୍ଵାନ ଦେଇିଛନ୍ତି। ପ୍ରସ୍ତାବିତ ଦେଶବ୍ୟାପି ବିରୋଧ ମେ ୨୫ ରୁ ଆରମ୍ଭ ହୋଇ ମେ ୩୧ ପର୍ଯ୍ୟନ୍ତ ଚାଲିବ।ଏହି ପରିପ୍ରେକ୍ଷୀରେ ବାମଦଳଗୁଡ଼ିକ ପକ୍ଷରୁ କେନ୍ଦ୍ର ସମ୍ମୁଖରେ…

କରୋନା ସମୟରେ ଗଙ୍ଗା ନଦୀ କୂଳରୁ ମିଳିଥିଲା କେତେ ମୃତଦେହ, ସରକାରଙ୍କୁ ରିପୋର୍ଟ ମାଗିଲେ ଗ୍ରୀନ ଟ୍ରିବ୍ୟୁନାଲ

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ୱିତୀୟ ଲହରୀ ସମୟରେ ଉତ୍ତରପ୍ରଦେଶ ଓ ବିହାରର ଗଙ୍ଗା ନଦୀରେ ଭାସୁଥିବା ମୃତଦେହ ଘଟଣାକୁ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ (NGT) ଗୁରୁତର ସହ ନେଇଛି। କୋଭିଡ ମହାମାରୀ ଆରମ୍ଭ ହେବା ପରଠାରୁ ଚଳିତ ବର୍ଷ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଗଙ୍ଗାରେ ଭାସୁଥିବା ଏବଂ ନଦୀ…

ରାମ ମନ୍ଦିର ନିର୍ମାଣ ଖବର ଶୁଣି ନେପାଳବାସୀ ଖୁବ ଖୁସି, ନେପାଳ ବିନା ପ୍ରଭୁ ରାମ ଅସମ୍ପୂର୍ଣ୍ଣ: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ନେପାଳର ପ୍ରଧାନମନ୍ତ୍ରୀ ଶେର୍‌ ବାହାଦୁର୍‌ ଦେଉବାଙ୍କ ନିମନ୍ତ୍ରଣ ରକ୍ଷା କରି ଆଜି ଲୁମ୍ବିନୀ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭାରତ ଓ ନେପାଳ ମଧ୍ୟରେ ଥିବା ସମ୍ପର୍କକୁ ଅଧିକ ନିବିଡ଼ କରିବା ତାଙ୍କର ଉଦ୍ଦେଶ୍ୟ ବୋଲି ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ…

ଆମେରିକାରେ ଥମୁନି ହିଂସାତ୍ମକ ଘଟଣା, ଚର୍ଚ୍ଚରେ ଆଖି ବୁଜା ଗୁଳି ଚାଳନା

କାଲିଫର୍ନିଆ: ଯୁକ୍ତରାଷ୍ଟ୍ର ଆମେରିକାରେ ହିସାଂତ୍ମକ ଘଟଣା ଥମିବା ନାଁ ଧରୁନି । ଗତ ଶନିବାର ଆମେରିକାର ବଫେଲୋ ସହରସ୍ଥିତ ଏକ ସୁପର ମାର୍କେଟରେ ଆଖି ବୁଜା ଗୁଳି ଚାଳନା ଯୋଗୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ରବିବାର କାଲିଫର୍ନିଆର ଏକ ଚର୍ଚ୍ଚରେ ଘଟିଛି ସମାନ ଘଟଣା। ସନ୍ଦିଗ୍ଧଙ୍କ…

ମହିଳା ଓକିଲଙ୍କୁ ସର୍ବସମ୍ମୁଖରେ ଗୋଇଠା, ବିଧା ମାଡ଼

ବେଙ୍ଗାଲୁରୁର: ସର୍ବସମ୍ମୁଖରେ ମହିଳା ଓକିଲଙ୍କ ପ୍ରତି ଅଶୋଭନୀୟ ଆଚରଣ। ନିଜର ହିତାହିତ ଜ୍ଞାନ ଭୁଲି ମହିଳା ଓକିଲଙ୍କୁ ଆକ୍ରମଣ କଲେ । ମହିଳା ଓକିଲଙ୍କୁ ଜଣେ ବ୍ୟକ୍ତି ଅତି ନିର୍ଦ୍ଦୟ ଭାବେ ଗୋଇଠା ବିଧା ମାରୁଥିବା ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ସମ୍ବେଦନଶୀଳ…

ଆଣ୍ଡାମାନ ନିକୋବର ଛୁଇଁଲା ମୌସୁମୀ, ୨୭ରେ କେରଳ

ନୂଆଦିଲ୍ଲୀ: ଚାଷୀ କୂଳଠାରୁ ଆରମ୍ଭ କରି ସମସ୍ତଙ୍କ ପାଇଁ ଖୁସି ଖବର। ଏଥର ଆଗୁଆ ଆସିଛି ମୌସୁମୀ। ସୋମବାର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପ୍ରବେଶ କରିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଏହାର ପ୍ରଭାବରେ ଆଣ୍ଡାମାନ…

ବଜରଙ୍ଗ ଦଳର କ୍ୟାମ୍ପରେ ବନ୍ଧୁକ ଚାଳନାର ଟ୍ରେନିଂ !

ବେଙ୍ଗାଲୁରୁ: ବଜରଙ୍ଗ ଦଳର କ୍ୟାମ୍ପରେ ସଦସ୍ୟମାନଙ୍କୁ ବନ୍ଧୁକ ଚାଳନାର ଟ୍ରେନିଂ ଦିଆଯାଉଛି। ବନ୍ଧୁକ ଚାଳନାର ଟ୍ରେନିଂ ଦିଆଯାଉଥିବା ବେଳର ଭିଡିଓ ଓ ଫଟୋ ସାମ୍ନାକୁ ଆସିବା ପରେ ସଂଗଠନ ପକ୍ଷରୁ ଏଥିରେ ତାଳି ପକାଇବାକୁ ଉଦ୍ୟମ କରାଯାଇଛି। ବଜରଙ୍ଗ ଦଳର ନେତା ରଘୁ ସକଲେଶପୁର କହିଛନ୍ତି ଯେ…