Browsing Category

ଦେଶ

ମନ୍ଦିରରେ ଲାଉଡସ୍ପିକର ବଜାଇବାରୁ ପିଟିପିଟି ହତ୍ୟା, ୬ ଗିରଫ

ଅହମ୍ମଦାବାଦ: ଦେଶରେ ଲାଉଡସ୍ପିକରକୁ ନେଇ ବିବାଦ ଲାଗି ରହିଛି। ମସଜିଦ ଗୁଡିକରୁ ଲାଉଡସ୍ପିକର ହଟାଇବାକୁ ନେଇ ଦାବି ହେଉଛି। ଏହାରି ଭିତରେ ଗୁଜରାଟ ମେହସଣାରୁ ଏକ ହୃଦୟକ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାକାର ଜଣେ ବ୍ୟକ୍ତିଙ୍କୁ ମନ୍ଦିରରେ ଲାଉଡସ୍ପିକର ବଜାଇବାରୁ ଅତି ଦୟନୀୟ ଭାବେ ପିଟି…

ପଶ୍ଚିମବଙ୍ଗରେ ବିଜେପି କର୍ମୀଙ୍କ ହତ୍ୟାକୁ ଦୃଢ଼ନିନ୍ଦା କଲେ ଅମିତ ଶାହ

କୋଲକାତା: ପଶ୍ଚିମବଙ୍ଗରେ ବିଜେପି କର୍ମୀଙ୍କ ହତ୍ୟାକୁ ଦୃଢ଼ନିନ୍ଦା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। କୋଲକାତାରେ ଏକ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଟିଏମସିକୁ ନିଶାନା କରିଛନ୍ତି ଶାହ। ବିଜେପି କର୍ମୀଙ୍କ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ଶାହ। କୋଲକାତାର…

ୟୁକ୍ରେନ ଉପରେ ତୁରନ୍ତ ଆକ୍ରମଣ ବନ୍ଦ କରିବାକୁ ମିଳିତ ବିବୃତିରେ କହିଲେ ମୋଦୀ ଓ ମାକ୍ରନ

ପ୍ୟାରିସ୍‌: ଭାରତ ଏବଂ ଫ୍ରାନ୍ସ ପକ୍ଷରୁ ଏକ ମିଳିତ ବିବୃତିରେ ୟୁକ୍ରେନବାସୀଙ୍କ ଉପରେ ଚାଲିଥିବା ଅତ୍ୟାଚାରକୁ ବନ୍ଦ କରିବାକୁ ବୁଧବାର ପୁଣିଥରେ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଡ଼ୋଶୀ ଦେଶ ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ଅତ୍ୟନ୍ତ ନିନ୍ଦା କରିଛନ୍ତି।ୟୁକ୍ରେନ୍‌ରେ…

୧୧ଦିନ ପରେ ଜେଲରୁ ମୁକୁଳିଲେ ରାଣା ଦମ୍ପତି, ମିଳିଛି ସର୍ତ୍ତମୂଳକ ଜାମିନ

ମୁମ୍ବାଇ: ହନୁମାନ ଚାଳିଶା ବିବାଦ ହେତୁ ଗିରଫ ହୋଇଥିବା ମହାରାଷ୍ଟ୍ରର ସାଂସଦ-ବିଧାୟକ ଦମ୍ପତି ନବନୀତ ଓ ରବି ରାଣାଙ୍କୁ ଗତକାଲି ମୁମ୍ବାଇର ଏକ ସ୍ବତନ୍ତ୍ର ଅଦାଲତ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ। ଜାମିନ ମିଳିବା ପରେ ଆଜି ଦୁହେଁ ଜେଲରୁ ମୁକୁଳିଛନ୍ତି। ନବନୀତ ଭାୟଖଲା ମହିଳା ଜେଲରୁ…

ଦେଶଦ୍ରୋହ ଆଇନକୁ ଚ୍ୟାଲେଞ୍ଜ; ଶୁଣାଣି ଆରମ୍ଭରୁ ସ୍ଥଗିତ; ପରବର୍ତ୍ତୀ ଶୁଣାଣି ମେ ୧୦ରେ

ନୂଆଦିଲ୍ଲୀ: ଗୁରୁବାର ଦିନ ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ ଦେଶଦ୍ରୋହ ଉପରେ ଔପନିବେଶିକ ଯୁଗର ଦଣ୍ଡବିଧାନ ଆଇନକୁ ଚ୍ୟାଲେଞ୍ଜ କରି ଆଗତ ଆବେଦନକୁ ଏକ ବୃହତ ଖଣ୍ଡପୀଠକୁ ପଠାଯିବ କି ନାହିଁ ଏବଂ ଏହାର ପ୍ରତିକ୍ରିୟା ଦାଖଲ କରିବାକୁ କେନ୍ଦ୍ର ସରକାରଙ୍କୁ ସମୟ ଦିଆଯାଇଛି…

‘ସୁପାରୀ କିଲର୍‌ ସଚିନ ବାଜେ’, ମନସୁଖଙ୍କୁ ହତ୍ୟା କରିବାକୁ ଦେଇଥିଲା ୪୫ ଲକ୍ଷ

ମୁମ୍ବାଇ: ବହୁଚର୍ଚ୍ଚିତ ବ୍ୟବସାୟୀ ମନସୁଖ ହିରେନ ହତ୍ୟା ମାମଲାରେ ଏନଆଇଏ ବମ୍ବେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛି। ମନସୁଖ ହିରେନଙ୍କୁ ମାରିବା ପାଇଁ ପୂର୍ବତନ ପୁଲିସ ଅଧିକାରୀ ସଚିନ ବାଜେ ସୁପାରି କିଲର ସହ ଡିଲ୍ କରିଥିଲା । ଏହି ସୁପାରୀ କିଲର ହେଉଛନ୍ତି ତାଙ୍କର ସହଯୋଗୀ ତଥା…

ପୁନାୱାଲାଙ୍କ ସୂଚନା, ୧୨ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କୁ କୋଭୋଭାକ୍ସ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ମୁଣ୍ଡ ଟେକିଲାଣି ମହାମାରୀ କରୋନା। ଏହି ମହାମାରୀ ଠାରୁ ବର୍ତ୍ତିବା ପାଇଁ ଟିକାକରଣ ଜୋରସୋରରେ ଚାଲିଛି। ଏହାରି ଭିତରେ ପୁଣେ ସ୍ଥିତ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ସିଇଓ ଆଦର ପୁନାୱାଲା ଟିକାକୁ ନେଇ ବଡ ସୂଚନା ଦେଇଛନ୍ତି।୧୨ ବର୍ଷରୁ ଉର୍ଦ୍ଧ୍ୱ…

୩ ହଜାର କିଲୋମିଟର ପଦଯାତ୍ରା କରିବେ ପ୍ରଶାନ୍ତ କିଶୋର, ରାଜେନୈତିକ ଦଳ ଗଠନ କରିବେ ନାହିଁ

ପାଟଣା: ସମସ୍ତ ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପକାଇଲେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର। ନିକଟରେ ସେ ନିଜର ଏକ ନୂଆ ରାଜନୈତିକ ଦଳ ଗଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଏହାକୁ ଏବେ ସେ ଖାରଜ କରିଛନ୍ତି। ସେ କୌଣସି ନୂଆ ଦଳ ଗଢ଼ିବେ ନାହିଁ ବୋଲି ସଫା ସଫା ମନା କରିଦେଇଛନ୍ତି। ବିହାର…

ରାଜଧାନୀରେ ବିସ୍ଫୋରଣ ଷଡ଼ଯନ୍ତ୍ର ବିଫଳ, ଧରାପଡ଼ିଲେ ୪ ଆତଙ୍କବାଦୀ

ନୂଆଦିଲ୍ଲୀ: ଦେଶରେ ରାଜଧାନୀ ଦିଲ୍ଲୀକୁ ଉଡାଇବାକୁ ହୋଇଥିବା ଷଡଯନ୍ତ୍ର ବିଫଳ। ଧରାପଡିଲେ ୪ ଖଲିସ୍ଥାନୀ ଆତଙ୍କବାଦୀ। ପଞ୍ଜାବ ହରିୟାଣା କର୍ଣ୍ଣାଲରୁ ଏମାନଙ୍କୁ ଗିରଫ କରାଯାଇଛି। ଏହି ଆତଙ୍କବାଦୀମାନେ ପଞ୍ଜାବରୁ ଦିଲ୍ଲୀ ଆସୁଥିଲେ। ଏମାନଙ୍କ ଠାରୁ ବିପୁଳ ମାତ୍ରାରେ ଗୁଳିଗୋଳା ଜବତ ହୋଇଛି।…

ଭାରତୀୟ ସୀମାରେ ପାକିସ୍ତାନୀ ସୁଡଙ୍ଗର ସନ୍ଧାନ ମିଳିଲା

ଶ୍ରୀନଗର: ଭାରତୀୟ ସୀମାରୁ ପାକିସ୍ତାନକୁ ଲମ୍ବିଛି ସୁଡଙ୍ଗ। ଜମ୍ମୁ-କଶ୍ମୀର ସୀମା ନିକଟ ସାମ୍ବା ବର୍ଡରରୁ ଏକ ସନ୍ଦିଗ୍ଧ ସୁଡଙ୍ଗର ସନ୍ଧାନ ମିଳିଛି। ବିଏସ୍‌ଏଫ୍‌ ଯବାନମାନେ ଏହି ସୁଡଙ୍ଗର ସନ୍ଧାନ କରିଛନ୍ତି। ଆଜି ଭୋରରୁ ଚାକ ଫାକିରାର ସୀମା ଆଉଟପୋଷ୍ଟ ଅଞ୍ଚଳରେ ଯବାନମାନେ ସନ୍ଦିଗ୍ଧ ଟନେଲ…