ଭାରତୀୟ ସୀମାରେ ପାକିସ୍ତାନୀ ସୁଡଙ୍ଗର ସନ୍ଧାନ ମିଳିଲା

add-all

ଶ୍ରୀନଗର: ଭାରତୀୟ ସୀମାରୁ ପାକିସ୍ତାନକୁ ଲମ୍ବିଛି ସୁଡଙ୍ଗ। ଜମ୍ମୁ-କଶ୍ମୀର ସୀମା ନିକଟ ସାମ୍ବା ବର୍ଡରରୁ ଏକ ସନ୍ଦିଗ୍ଧ ସୁଡଙ୍ଗର ସନ୍ଧାନ ମିଳିଛି। ବିଏସ୍‌ଏଫ୍‌ ଯବାନମାନେ ଏହି ସୁଡଙ୍ଗର ସନ୍ଧାନ କରିଛନ୍ତି। ଆଜି ଭୋରରୁ ଚାକ ଫାକିରାର ସୀମା ଆଉଟପୋଷ୍ଟ ଅଞ୍ଚଳରେ ଯବାନମାନେ ସନ୍ଦିଗ୍ଧ ଟନେଲ ଚିହ୍ନଟ କରିଥିଲେ।
ବିଏସଏଫ (ଜାମ୍ମୁ) ଡେପୁଟି ଇନ୍ସପେକ୍ଟର ଜେନେରାଲ ଏସପି ସାନ୍ଧୁ କହିଛନ୍ତି ଯେ ‘ସାମ୍ବାରେ ଥିବା ୱାଡ଼ ନିକଟରେ ଏକ ସାଧାରଣ ଅଞ୍ଚଳରୁ ଏହି ସୁଡଙ୍ଗ ମିଳିଛି। ସନ୍ଦିଗ୍ଧ ଟନେଲର କିଛି ଫଟୋ ଶେଆର କରି ସାନ୍ଧୁ କହିଛନ୍ତି, ଅନ୍ଧକାର ହେତୁ ଅଧିକ ସନ୍ଧାନ କରାଯାଇପାରି ନାହିଁ। ସକାଳର ଆଲୋକରେ ବିସ୍ତୃତ ସନ୍ଧାନ କରାଯିବ।’
ସେପଟେ ଆଇଜି ବିଏସ୍‌ଏଫ୍‌ ଜମ୍ମୁ କହିଛନ୍ତି, ଦେଢ଼ ବର୍ଷରୁ ବି କମ୍‌ ସମୟ ମଧ୍ୟରେ ସୀମାରୁ ମିଳିଥିବା ଏହା ପଞ୍ଚମ ସୁଡଙ୍ଗ। ଏହି ସୁଡଙ୍ଗର ବ୍ୟବହାର ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହୋମ୍ମଦ ଦୁଇଟି ଆତ୍ମଘାତି ବିସ୍ଫୋରଣ ଘଟାଇବା ପାଇଁ ବ୍ୟବହାର କରିଥିବା ସନ୍ଦେହ କରାଯାଉଛି।
ଜମ୍ମୁର ସୁଞ୍ଜୱା ଅଞ୍ଚଳରେ ଏପ୍ରିଲ୍ ୨୨ରେ ହୋଇଥିବା ଏକ ଏନକାଉଣ୍ଟର ପରେ ଅନ୍ତର୍ଜାତୀୟ ସୀମା (ଆଇବି) କୌଣସି ବି ଟନେଲ୍ର ଚିହ୍ନଟ କରିବା ପାଇଁ ବିଏସ୍ଏଫ୍ ଏକ ବଡ ଅପରେସନ୍ ଆରମ୍ଭ କରିଛି। ମିଳିଥିବା ଏହି ସୁଡଙ୍ଗଟି ଆଇବିରରୁ ୧୫୦ ମିଟର ଦୂରରେ ଏବଂ ସୀମାର ବାଡ ଠାରୁ ୫୦ ମିଟର ଦୂରରେ ଅଛି। ଏହି ସୁଡଙ୍ଗକୁ ଭାରତ ପଟୁ ୯୦୦ମିଟର ଦୂରରେ ଥିବା ପାକିସ୍ତାନୀ ପୋଷ୍ଟ ଚାମନ ଖୁର୍ଡ (ଫିଆଜ) ସମ୍ମୁଖରୁ ଚିହ୍ନଟ କରାଯାଇଛି।

ad-week
Leave A Reply

Your email address will not be published.