
ହିଞ୍ଜିଳିକାଟୁ : ମୁଖ୍ୟମନ୍ତ୍ରୀଙ୍କନିର୍ବାଚନ ମଣ୍ଡଳୀ ଶେରଗଡ ବ୍ଲକର ବିଭିନ୍ନ ଗ୍ରାମରେ ଗତ ପାଚଂ ଦିନ ଧରି ଡାଇରିଆ ରୋଗ ମହାମାରୀ ରୂପ ନେଲାଣି । ତଥାପି ସ୍ଥାନୀୟ ପ୍ରଶାସନ ପଦକ୍ଷେପ ନେଇନାହାନ୍ତି। ଦୁଷିତ ପାଣି ପିଇବା ହେତୁ ଏହି ଭୋଗ ଦ୍ଯାପୁଥିବା ବିଶେଷଜ୍ଞମାନେ କହିଛନ୍ତି । ହିଞ୍ଜିଳିକାଟୁ ଓ ଶେରଗଡ ମୁଖ୍ୟମନ୍ତ୍ରୀଙ୍କନିର୍ବାଚନ ମଣ୍ଡଳୀ ଶେରଗଡ ବ୍ଲକର ବିଭିନ୍ନ ଗ୍ରାମରେ ଗତ ପାଚଂ ଦିନ ଧରି ଡାଇନିଆ ରୋଗ ମହାମାରୀ ରୂପ ନେଇଛି । । ପାଚଂ ଦିନ ତଳେ ଜଣେ ସମ୍ପର୍କୀୟ ଙ୍କ ଭୋଜି ଖାଇ ଶେରଗଡ ବ୍ଳକ ଠୁରୁବୁରାଈ ,ବାଇସିପୋଳ ଓ ଖାସପା ଗ୍ରାମର ୫୦ରୁ ଉର୍ଦ୍ଧ୍ଵ ଗ୍ରାମ ବାସୀ ଝାଡା ବାନ୍ତି ହୋଇଥିବା ରୋଗୀ କହିଛନ୍ତି । ଏଥିରେ ଆକୃଷ୍ଟ ହୋଇ ରାମଚନ୍ଦ୍ରପୁର ଗ୍ରାମର ଚମ୍ପା ଦଳାଇ ୫୫ ଖାସପା ସମ୍ପର୍କୀୟ ଙ୍କ ଘରକୁ ଭୋଜି ଖାଇବାକୁ ଯାଇ ଭୋଜି ହେଉ କିମ୍ବା ଦୁଷିତ ପାଣି ପିଇ ଡାଇରିଆ ରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଥିବା ସୂଚନା ମିଳିଥିବା ବେଳେ ଖାସପା ଗ୍ରାମର ଚିତ୍ର ସ୍ବାଇଁ ଙ୍କ ଏହି ରୋଗ ରେ ମୃତ୍ୟୁ ଘଟିଛି। ଅନ୍ୟ ଜଣେ କଙ୍କୋରଡା ମେଡିକାଲ ରେ ମୃତ୍ୟୁ ଘଟିଥିବା ସୁଚନା। ସେହିପରି ଠୁରୁବୁରାଈ ପଚାଂୟତ ସରପଂଚ ସିଲୁ ଆଚାରୀଙ୍କ ଭାଇ ଲୁଲୁ ଆଚାରୀ ମଧ୍ୟ ଡାଇରିଆ ରେ ଆକ୍ରାନ୍ତ ହୋଇ ଵ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଖାସପା ଗ୍ରାମର ଵହୂ ଗ୍ରାମବାସୀ ଲୁଚା ଛପାରେ ୱୌଷଧ କିଣି ଖାଉଥିବା ବଳେ ଦୁଇ ଜଣ ଗୁରୁତର ଭାବେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହେଉଥିବା ବେଳେ ଭୟରେ ଆଖ ପାଖ ଅଞ୍ଚଳରେ ଚିକିତ୍ସିତ ହେଉଛନ୍ତି।ଘଟଣାରରୁ ପ୍ରକାଶ କରାଯାଇଥିବା ପାନୀୟଜଳ ଠିକ ଭାବରେ ଫିଲଟର ହେଇନଥିବା ସହ ନିୟମିତ କ
ବ୍ଳିଚିଂ ପାରତର ପକାନଯିବା ହେତୁ ଏହି ରୋଗ ବ୍ୟାପୁଥିବା ଆଲୋଚନା ହେଉଛି । ଅପରପକ୍ଷରେ ଦୂଷିତ ଜଳ ବ୍ୟବହାର ହେତୁ ଏହି ରୋଗ ବ୍ୟାପୃଥିବା ଡାକ୍ତର କହିଛନ୍ତି । ପାନୀୟ ଜଳକୁ ବିଶୁଦ୍ଧ କରି ପିଇବା ସହ ଦୂଷିତ ପାଣି ବ୍ୟବହାର ନକରିବାକୁ ତା. ସାହୁ ପରାମର୍ଶ ଦେଇଛନ୍ତି । ତେବେ ପାଞ୍ଚ ଦିନ ଧରି ସରକାରୀ ଚିକିତ୍ସାଳୟ ସମେତ ବିଭିନ୍ନ ବେସରକାରୀ । ଚିକିତ୍ସାଳୟରେ ରୋଗୀଙ୍କ ସଂଖ୍ୟା ଵଢୁଥିବା ବେଳେ ସ୍ଥାନୀୟ ବ୍ଳକ କର୍ତ୍ତୃପକ୍ଷ ଓ ଜନସ୍ବାସ୍ଥ୍ୟ ବିଭାଗ, କିମ୍ବା ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ କୌଣସି ସୂଚନା ନାହିଁ। ବେଳ ଥାଉ ପ୍ରଶାସନ ଏ ଦିଗରେ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ସ୍ଥାନୀୟ ପଚାଂୟତ ସହ ଅନ୍ୟ ଅଞ୍ଚଳରରେ ଡାଇରିଆ ମହାମାରୀ ରୂପ ଧାରଣ କରିବ ବୋଲି ସାଧାରଣରେ ଆଲୋଚନା ହେଉଛି।