Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ୟୁକ୍ରେନ ଉପରେ ରୁଷର ଆକ୍ରମଣ, ୨୭ ମୃତ
ନୂଆଦିଲ୍ଲୀ : ୟୁକ୍ରେନର ରାଜଧାନୀ କିଭ୍ ଉପରେ ରୁଷର ଆକ୍ରମଣ । ଫଳରେ ବୁଚା ଜିଲ୍ଲାରେ ରୁଷ ଆକ୍ରମଣରେ ୨୭ ଜଣ ପ୍ରାଣ ହରାଇଛନ୍ତି । ସ୍ଥାନୀୟ ଆଞ୍ଚଳିକ ସାମରିକ ପ୍ରଶାସନର ମୁଖ୍ୟ ତିମୁର ଟକାଚେଙ୍କୋଙ୍କ ସୂଚନା ଅନୁଯାୟୀ, ଏହି ଆକ୍ରମଣରେ ୫୦ରୁ ଅଧିକ କୋଠା କ୍ଷତିଗ୍ରସ୍ତ ହୋଇଛି । ଏକ!-->…
ନେପାଳ-ତିବ୍ବତରେ ସୀମାରେ ଭାଙ୍ଗିଲା ଆଉ ଏକ ଗ୍ଲେସିୟର ହ୍ରଦ, ବିହାରରେ ହାଇଆଲର୍ଟ
ନେପାଳ : ପ୍ରକୃତିର ତାଣ୍ଡବରେ ଘାଣ୍ଟି ହେଉଥିବା ପଡ଼ୋଶୀ ଦେଶ ନେପାଳ ଉପରେ ବିପଦ ବଢିବାରେ ଲାଗିଛି । ତିବ୍ବତ-ନେପାଳ ସୀମାରେ ଥିବା ଆଉ ଏକ ଗ୍ଲେସିୟର ହ୍ରଦ ଫାଟିଯିବା ପରେ ଭୟାବହ ବନ୍ୟାର ଆଶଙ୍କା ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ବିହାର ପ୍ରଶାସନ ପକ୍ଷରୁ ହାଇଆଲର୍ଟ ଜାରି!-->…
ବିଳମ୍ବିତ ରାତିରେ ଧସିଲା ସ୍ବାମୀ ନାରାୟଣ ମନ୍ଦିରର କିଛି ଅଂଶ
ପ୍ରୟାଗରାଜ : ପ୍ରୟାଗରାଜରେ ଶୁକ୍ରବାର ବିଳମ୍ବିତ ରାତିରେ ବଡ଼ ଅଘଟଣ ଘଟିଛି । ଜର୍ଜ ଟାଉନ ଥାନା ଅନ୍ତର୍ଗତ ସ୍ବାମୀନାରାୟଣ ମନ୍ଦିରର ୩ ମହଲା ବିଲିଡିଂର ଗୋଟେ ଅଂଶ ନିର୍ମାଣ କାର୍ଯ୍ୟ ପାଇଁ ଖୋଳାଯାଇଥିବା ବେଳେ ଧସିଯାଇଛି । ଏହି ଘଟଣା ପରେ ମନ୍ଦିର ପରିସରରେ ଆତଙ୍କ ଖେଳିଯାଇଛି ।!-->…
ଭେନେଜୁଏଲାର ୬୫ ବିଲିୟନ ବ୍ୟାରେଲ ତୈଳ ଭଣ୍ଡାରକୁ ନିୟନ୍ତ୍ରଣ କରିବ ଆମେରିକା: ଟ୍ରମ୍ପ
ନୂଆଦିଲ୍ଲୀ: ଭେନେଜୁଏଲାକୁ ନେଇ ଆମେରିକାର ବଡ଼ ପଦକ୍ଷେପ। ଭେନେଜୁଏଲାର ପ୍ରାୟ ୬୫ ବିଲିୟନ ବ୍ୟାରେଲ ଅଶୋଧିତ ତୈଳ ଭଣ୍ଡାର ଉପରେ ଆମେରିକା ନିୟନ୍ତ୍ରଣ ନେବ ବୋଲି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ଏହାକୁ ସେ “ବିଶ୍ୱ ଇତିହାସର ସବୁଠାରୁ ବଡ଼ ତୈଳ ଚୁକ୍ତି” ବୋଲି!-->…
ୟୁଟ୍ୟୁବ୍ ଓ ଇନଷ୍ଟାଗ୍ରାମକୁ ଟକ୍କର ଦେବ ‘କ୍ଲବ୍’ ଆପ୍: କମ୍ ଫଲୋଅର୍ସ ଥାଇ ବି କ୍ରିଏଟରଙ୍କୁ ମିଳିବ ରୋଜଗାର ସୁଯୋଗ
ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରୁ ରୋଜଗାର କରିବା ଶୁଣିବାକୁ ଯେତିକି ସହଜ ଲାଗେ, ବାସ୍ତବରେ ତାହା ସେତିକି ସିଧାସଳଖ ନୁହେଁ। ୟୁଟ୍ୟୁବ୍ ହେଉ କିମ୍ବା ଇନଷ୍ଟାଗ୍ରାମ୍, ଟଙ୍କା ରୋଜଗାର କରିବା ପାଇଁ ଲକ୍ଷ ଲକ୍ଷ ଭ୍ୟୁଜ୍ ଏବଂ ଅନେକ ସର୍ତ୍ତାବଳୀ ପୂରଣ କରିବାକୁ ପଡ଼ିଥାଏ । ତେବେ ଏହି!-->…
ଦ୍ରୁତ ଗତିରେ ତରଳୁଛି ହିମାଳୟର ହିମଶୈଳ; ୨୭ ମିଟର ପର୍ଯ୍ୟନ୍ତ ହ୍ରାସ ପାଇଛି ବରଫର ଘନତା
କାଠମାଣ୍ଡୁ: ନେପାଳରେ ସାମ୍ପ୍ରତିକ ଭୟଙ୍କର ଆକସ୍ମିକ ବନ୍ୟା ଘଟିବାର ପ୍ରାୟ ୫ ମାସ ପୂର୍ବରୁ ହିମାଳୟ ଅଞ୍ଚଳର ହିମଶୈଳ ଦ୍ରୁତ ଗତିରେ ତରଳୁଥିବା ଏବଂ ଏହା ଭବିଷ୍ୟତରେ ଭୟଙ୍କର ବିପଦର କାରଣ ହୋଇପାରେ ବୋଲି ଦୁଇଟି ରିପୋର୍ଟରେ ସତର୍କ କରାଯାଇଥିଲା। ଚଳିତବର୍ଷ ମାର୍ଚ୍ଚରେ ଆନ୍ତର୍ଜାତିକ!-->…
ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ୍ ମିସାଇଲ୍ କିଣିବ ଭାରତ !
ନୂଆଦିଲ୍ଲୀ: ଭାରତ ଯୁଦ୍ଧ-ପରୀକ୍ଷିତ ଆମେରିକା ନିର୍ମିତ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ୍ ମିସାଇଲ୍ ସିଷ୍ଟମ ହାସଲ କରିବାକୁ ଯୋଜନା କରୁଛି। ଭାରତର ଏହି ଯୋଜନାକୁ ନୂଆଦିଲ୍ଲୀରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗୋର୍ ପ୍ରଶଂସା କରିଛନ୍ତି। ଗୋର୍ କହିଛନ୍ତି ଯେ, ଏହା!-->…
୫୪୭କୁ ବୃଦ୍ଧି ପାଇଲା ନେପାଳ ମୃତ୍ୟୁ ସଂଖ୍ୟା, ୩୨୦ ଭାରତୀୟଙ୍କ ମିଳୁନି ପତ୍ତା
ନେପାଳ : ନେପାଳ ବନ୍ୟା ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏଯାଏଁ ୫୪୭ ଟପିଲାଣି । ଆହୁରି ବଢ଼ିବା ଆଶଂକା । ଅନେକ ଲୋକ ନିଖୋଜ ରହିଛନ୍ତି । ପ୍ରାୟ ୧୫ ଶହ ଲୋକ ନିଖୋଜ ଥିବା ଏପର୍ଯ୍ୟନ୍ତ ଆକଳନ କରାଯାଇଛି । ନେପାଳରେ ୯୦୦ରୁ ଅଧିକ ଲୋକଙ୍କ ପତ୍ତା ମିଳୁନି । ସେହିଭଳି ତିବ୍ବତର!-->…
୩୦ ଫୁଟ ତଳକୁ ଖସିଲା ବସ୍, ୫ ମୃତ, ଅନେକ ଆହତ
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବ୍ୟାବରା ସହରର ଭୋପାଳ ବାଇପାସରେ ଏକ ଯାତ୍ରୀବାହୀ ବସ୍ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୪!-->…
ଲକ୍ଷ୍ନୌରେ ସ୍ବାଇନ୍ ଫ୍ଲୁରେ ଜଣେ ମହିଳା ମୃତ
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ସ୍ବାଇନ୍ ଫ୍ଲୁକୁ ନେଇ ଚିନ୍ତା ବୃଦ୍ଧି ପାଉଛି । ଏହାରି ମଧ୍ୟରେ ସ୍ବାଇନ୍ ଫ୍ଲୁ କାରଣରୁ ଲକ୍ଷ୍ନୌରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ମହିଳା ଜଣଙ୍କ ବୟସ ହେଉଛି ୫୦ ବର୍ଷ ଏବଂ ଇନ୍ଦିରାନଗରର ବାସିନ୍ଦା ।
!-->!-->!-->…