Browsing Category

ଦେଶ

ମୋଦୀ ସରକାର ହେଉଛନ୍ତି ପାର୍ଲେ-ଜି ବିସ୍କୁଟ: ସଂସଦରେ ଅଖିଳେଶଙ୍କ କଟାକ୍ଷ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ସରକାର ଏବଂ ବିରୋଧୀ ଦଳଙ୍କ ମଧ୍ୟରେ ବିବାଦ ସମୟରେ ସଂସଦର ପରିବେଶକୁ ହସଖୁସିରେ ପରିଣତ କରିଥିଲେ ଏସ୍‌ପି ମୁଖ୍ୟ ତଥା ସାଂସଦ ଅଖିଳେଶ ଯାଦବ।​ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କୁ ପାର୍ଲେ-ଜି ବିସ୍କୁଟ ସହ ତୁଳନା କରି କଟାକ୍ଷ କରିଥିଲେ। ସାଧାରଣ

ଆୟର୍ଲାଣ୍ଡକୁ ୨-୦ ଗୋଲ୍‌ରେ ପରାଜିତ କଲା ଭାରତ, ହରମନପ୍ରୀତ ଦେଲେ ୨ ଗୋଲ୍

ପ୍ୟାରିସ୍: ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଖେଳାଯାଇଥିବା ପୁଲ୍ ‘ବି’ ମ୍ୟାଚ୍‌ରେ ଭାରତ ୨-୦ ଗୋଲ୍‌ରେ ଆୟର୍ଲାଣ୍ଡକୁ ପରାଜିତ କରିଛି। ପ୍ରଥମ କ୍ୱାର୍ଟରରେ ଏକ ଗୋଲ୍ ସ୍କୋର କରି ହରମାନପ୍ରୀତ ସିଂ ଆୟର୍ଲାଣ୍ଡ ବିପକ୍ଷରେ ଭାରତକୁ ପ୍ରାରମ୍ଭିକ ଅଗ୍ରଣୀ

ପ୍ରେମିକାକୁ ୨୦ ଥର ଛୁରୀ ଭୁଶି ହତ୍ୟା; ପ୍ରେମିକ ଗିରଫ

ମୁମ୍ବାଇ : ମୁମ୍ବାଇର ଏକ ରେଳ ଷ୍ଟେସନ ନିକଟରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହେବା ଘଟଣାର ଅଭିଯୁକ୍ତ ଗିରଫ। ଅଭିଯୁକ୍ତ ପ୍ରେମିକକୁ କର୍ଣ୍ଣାଟକ ଶାହପୁରରୁ ଗିରଫ କରିଛି ପୁଲିସ।ଦୁଇ ଦିନ ତଳେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଆଜି ପୁଲିସ ଅଭିଯୁକ୍ତ ଦାଉଦ ଶେଖଙ୍କୁ ଗିରଫ କରିଛି।

ଜମି ଖଣ୍ଡେ ପାଇଁ ପାକିସ୍ତାନରେ ଦଙ୍ଗା, ୪୯ ମୃତ

ଇସ୍ଲାମାବାଦ: ଜମି ଖଣ୍ଡିଏ ପାଇଁ ପାକିସ୍ତାନରେ ଦୁଇ ଜନଜାତି ସମୁଦାୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି । ପାକିସ୍ତାନର ଖାଇବର ପଖ୍ତୁନଖୱା ପ୍ରଦେଶରେ ହୋଇଥିବା ଏହି ରକ୍ତାକ୍ତ ସଂଘର୍ଷରେ ଏପର୍ଯ୍ୟନ୍ତ ୪୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। କୁରମ

ରାହୁଲ ଗାନ୍ଧିଙ୍କ ପ୍ରତି ଅନୁରାଗ ଠାକୁରଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ : ଜାତିଗତ ଜନଗଣନା କଥା କହୁଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ପ୍ରତି ବିବାଦୀୟ ଟିପ୍ପଣୀ କରିଛନ୍ତି ବିଜେପି ସାଂସଦ ଅନୁରାଗ ଠାକୁର। ଯେଉଁମାନେ ନିଜର ଜାତି ସମ୍ପର୍କରେ ଜାଣି ନାହାନ୍ତି, ସେମାନେ ଜାତିଗତ ଜନଗଣନା କଥା କହୁଥିବା ଅନୁରାଗ ଠାକୁର କହିଛନ୍ତି।ଏପରି ବୟାନକୁ

ୱାୟନାଡ ଭୂସ୍ଖଳନ: ମୃତ୍ୟୁସଂଖ୍ୟା ଶହେ ଟପିଲା

ୱାୟନାଡ : କେରଳ ୱାୟନାଡରେ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ଶହେ ପାର୍ ହୋଇଛି। ଆଜି ସନ୍ଧ୍ୟା ସୁଦ୍ଧା ୧୦୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇ ଥିବାବେଳେ ଏବେ ମଧ୍ୟ ଶତାଧିକ ଲୋକ ମାଟି ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି।ପ୍ରବଳ ବର୍ଷା ପରେ କେରଳର ୱାୟନାଡରେ ତାଣ୍ଡବ ରଚିଛି ପ୍ରକୃତି। ଗୋଟିଏ

ଅଗଷ୍ଟ ୩ ସୁଦ୍ଧା ପ୍ରତିଦିନ ସୁପ୍ରିମକୋର୍ଟରେ ଚାଲିବ ଲୋକ ଅଦାଲତ

ନୂଆଦିଲ୍ଲୀ: ସୁପ୍ରିମ୍ କୋର୍ଟ ଆଜି ନିଜର ପ୍ରଥମ ସ୍ବତନ୍ତ୍ର ଲୋକ ଅଦାଲତର ଶୁଭାରମ୍ଭ କରିଛନ୍ତି। ଏହି ଲୋକ ଅଦାଲତ ଜରିଆରେ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ସମସ୍ତ ମାମଲାର ଶୁଣାଣି ଖୁବ୍ ଶୀଘ୍ର କରିବାକୁ ଚେଷ୍ଟା କରୁଛନ୍ତି। ଆଜିଠାରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ଲୋକ ଅଦାଲତ

ଜାତିଗତ ଜନଗଣନା କରି ‘ପଦ୍ମବ୍ୟୁହ’କୁ ଭାଙ୍ଗିବୁ: ରାହୁଲ ଗାନ୍ଧି

ଆଜି ଲୋକସଭାରେ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ବିଜେପିକୁ ଟାର୍ଗେଟ କରି କହିଛନ୍ତି, ଏକବିଂଶ ଶତାବ୍ଦୀରେ ଭାରତକୁ ପଦ୍ମବ୍ୟୁହରେ ଫସାଯାଇଛି। ବର୍ତ୍ତମାନ ଦେଶ ଭୟର ବାତାବରଣରେ ବଞ୍ଚିଛି। ଏହି ଭୟ ପ୍ରତି କୋଣକୁ ବ୍ୟାପି ଯାଇଛି। ଦେଶ ଭୟରେ ଥିବା କହିବା ପରେ ବିଜେପି

ଦିଲ୍ଲୀ ମଦ ଦୁର୍ନୀତି: କେଜ୍ରିଓ୍ୱାଲଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା CBI  

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆକ୍ସନ ମୁଡ୍‌ରେ ରହିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ତଥା ସିବିଆଇ। ଏହି ମାମଲାରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ବିରୋଧରେ ସିବିଆଇ ଚାର୍ଜଶିଟ୍‌ ଦାଖଲ କରିଛି। ରାଉସ ଆଭେନ୍ୟୁ କୋର୍ଟରେ ଏହି

‘ଅଭିମନ୍ୟୁଙ୍କ ଭଳି ଭାରତକୁ ୬ ଜଣ ଚକ୍ରବ୍ୟୁହରେ ଫସାଇଛନ୍ତି’

ମହାଭାରତର ଚକ୍ରବ୍ୟୁହ ଉଦାହରଣ ଦେଇ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ଆଜି ଲୋକସଭାରେ ଅଭିଭାଷଣ ରଖି ରାହୁଲ ଗାନ୍ଧି କହିଛନ୍ତି, ଅଭିମନ୍ୟୁଙ୍କୁ ଯେମିତି ଚକ୍ରବ୍ୟୁହରେ ଫସାଇ ୬ ଜଣ ଲୋକ ମାରିଥିଲେ, ସେହିପରି ଭାରତକୁ ୬ ଜଣ ଲୋକ