Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
କୋଇଲା ଭାଟିରୁ ମିଳିଲା କିଶୋରୀଙ୍କ ଦଗ୍ଧ ମୃତଦେହ, ଦୁଷ୍କର୍ମ ପରେ ହତ୍ୟା ଆଶଙ୍କା
ଜୟପୁର : ରାଜସ୍ଥାନର ଭିଲୱାରା ଜିଲ୍ଲାରେ ଘଟିଛି ଦୁଃଖଦ ଘଟଣା। ଜଣେ କିଶୋରଙ୍କ ଦଗ୍ଧ ମୃତଦେହ ଗୋଟିଏ କୋଇଲା ଭାଟିରୁ ମିଳିଛି। ଭାଟି ନିକଟରୁ ତାଙ୍କ ଦଗ୍ଧ ମୃତଦେହର କିଛି ଅଂଶ, ଚପଲ ଓ ବ୍ରେସଲେଟ୍ ମିଳିବା ପରେ ହଇଚଇ ସୃଷ୍ଟି ହୋଇଛି।ପୁଲିସ୍ କହିଛି ଯେ ବୁଧବାର ସକାଳେ କିଶୋରୀ ଜଣଙ୍କ ତାଙ୍କ!-->…
ଆଗ ଆତଙ୍କବାଦ ବନ୍ଦ କର..ତାପରେ ଆଲୋଚନା, ପାକିସ୍ତାନକୁ କହିଲା ଭାରତ
ନୂଆଦିଲ୍ଲୀ : ପାକିସ୍ତାନର ଆଲୋଚନା ପ୍ରସ୍ତାବ ଉପରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ବୟାନ ସାମ୍ନାକୁ ଆସିଛି । ପାକିସ୍ତାନ ସମେତ ଅନ୍ୟ ସମସ୍ତ ପଡ଼ୋଶୀ ଦେଶ ସହ ଭାରତ ସ୍ୱାଭାବିକ ସମ୍ପର୍କ ଚାହୁଁଛି ବୋଲି ମନ୍ତ୍ରଣାଳୟ ଦୋହରାଇଛି। କିନ୍ତୁ ତାପୂର୍ବରୁ ଆତଙ୍କବାଦ ବନ୍ଦ ହେବା ଦରକାର!-->…
ଆରମ୍ଭ ହେଲା ‘ଷ୍ଟଡି ଇନ୍ ଇଣ୍ଡିଆ’ ପୋର୍ଟାଲ
ନୂଆଦିଲ୍ଲୀ : ଭାରତରେ ପଢିବାକୁ ଚାହୁଁଥିବା ବିଦେଶୀ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଗୁରୁବାର ନୂଆଦିଲ୍ଲୀଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ‘ଷ୍ଟଡି ଇନ୍!-->…
ନୁହ ହିଂସା : ୧୧୬ ଗିରଫ, ୯୦ ଅଟକ; ୧୯ ଜଣଙ୍କୁ ୧୪ ଦିନ ଲାଗି ବିଚାର ବିଭାଗୀୟ ହେପାଜତକୁ ପଠାଇଲେ ଅଦାଲତ
ନୁହ: ହରିୟାଣାର ନୁହ ସାଂପ୍ରଦାୟିକ ହିଂସା ଘଟଣାରେ ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଏହି ଘଟଣାରେ ସଂଶ୍ଲିଷ୍ଟ ଥିବା ୧୯ ଜଣଙ୍କୁ ଆଜି ସ୍ଥାନୀୟ ଅଦାଲତରେ ପେଶ୍ କରିଥିଲା। ମାମଲାର ଶୁଣାଣି କରି ଅଦାଲତ ସେମାନଙ୍କୁ ୧୪ ଦିନ ଲାଗି ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଏହି!-->…
ତାମିଲନାଡ଼ୁ : ୧୦୦ ବର୍ଷ ପରେ ମନ୍ଦିରରେ ପ୍ରବେଶ କଲେ ଦଳିତ
ତିରୁଭାନ୍ନାମଲାଇ: ତାମିଲନାଡୁର ତିରୁଭାନ୍ନାମଲାଇ ଜିଲ୍ଲାରେ ଆଜି ଏକ ଐତିହାସିକ ପଦକ୍ଷେପ ନିଆଯାଇଛି । ୧୦୦ ବର୍ଷ ପରେ ଦଳିତମାନେ ଜିଲ୍ଲାର ଚେଲାଙ୍ଗୁପ୍ପାମ ଗ୍ରାମର ମରିୟମ୍ମନ ମନ୍ଦିରରେ ପ୍ରବେଶ କରିଛନ୍ତି। ଏଠାରେ ଅନେକ ଦଳିତ ପରିବାର ପ୍ରଥମ ଥର ପାଇଁ ଏହି ମନ୍ଦିରକୁ ପ୍ରବେଶ କରିଛନ୍ତି।!-->…
ଅକ୍ଟୋବର ୧ରୁ ଅନଲାଇନ ଗେମିଂ ଉପରେ ଲାଗୁ ହେବ ୨୮% ଜିଏସଟି, ଘୋଷଣା କଲେ ସୀତାରମଣ
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୫୧ତମ ଜିଏସଟି ପରିଷଦର ବୈଠକରେ ଅନଲାଇନ୍ ଗେମିଂ, କ୍ୟାସିନୋ ଓ ଘୋଡ଼ାଚଢ଼ା ଭଳି କ୍ରୀଡ଼ା ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି। ଜିଏସଟି ପରିଷଦର ୫୧ତମ ବୈଠକ ପରେ ସୀତାରମଣ!-->…
ବିଜେଡି ଓ ୱାଇଏସଆର କଂଗ୍ରେସକୁ ଚିଦାମ୍ବରମଙ୍କ ପ୍ରଶ୍ନ, ଦିଲ୍ଲୀ ସେବା ବିଲରେ କଣ ଭଲ ଦେଖିଲେ..?
ନୂଆଦିଲ୍ଲୀ :ମଙ୍ଗଳବାର ଲୋକସଭାରେ ଆଗତ ହୋଇଛି ଦିଲ୍ଲୀ ସେବା ବିଲ୍। କେନ୍ଦ୍ର ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ବିଲକୁ ଆଗତ କରିଛନ୍ତି। ଏହି ବିଲ୍ ଉପରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ଏବଂ ଜଗନ୍ ମୋହନ ରେଡ୍ଡୀଙ୍କ ପାର୍ଟି ୱାଇଏସଆର କଂଗ୍ରେସ ମୋଦୀ ସରକାରଙ୍କୁ ସମର୍ଥନ!-->…
ମୋଦି ସରକାରକୁ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପିର ସମର୍ଥନ
ନୂଆଦିଲ୍ଲୀ: ରାଜନୀତିରେ ସବୁ ସମ୍ଭବ। ଆଜି ଯିଏ ଶତ୍ରୁ, କାଲି ସିଏ ମିତ୍ର ହୋଇପାରେ। ଏହାର ଜ୍ୱଳନ୍ତ ଉଦାହରଣ ଏବେ ସାମ୍ନାକୁ ଆସିଛି। ଆନ୍ଧ୍ର ପ୍ରଦେଶର ତେଲୁଗୁ ଦେଶମ ପାର୍ଟି(ଟିଡିପି) ଏହି କଥାକୁ ପ୍ରମାଣିତ କରି ଦେଖାଇଛି।ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଏକଦା କେନ୍ଦ୍ରରେ କ୍ଷମତାସୀନ!-->…
କେରଳ : ଆଶ୍ରମରେ ରହିବାକୁ ଆସିଥିବା ଆମେରିକୀୟ ମହିଳାଙ୍କୁ ଗଣଦୁଷ୍କର୍ମ, ୨ ଗିରଫ
ନୂଆଦିଲ୍ଲୀ: କେରଳର କୋଲ୍ଲାମ ଜିଲ୍ଲାରେ ଜଣେ ୪୪ ବର୍ଷୀୟ ଆମେରିକୀୟ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ମହିଳାଙ୍କୁ ନିଶା ଦେବା ପରେ ଦୁଇ ଅଭିଯୁକ୍ତ ତାଙ୍କୁ ନିଜ ସହ ଏକ ଅଜଣା ସ୍ଥାନକୁ ନେଇଯାଇଥିଲେ, ଯେଉଁଠାରେ ତାଙ୍କୁ ଅନେକ ଥର ଦୁଷ୍କର୍ମ କରାଯାଇଥିଲା। ଏହି ଘଟଣାରେ!-->…
ହରିୟାଣା ହିଂସାକୁ ନେଇ ଦିଲ୍ଲୀରେ ବିକ୍ଷୋଭ: ‘ଘୃଣ୍ୟ ଭାଷଣ’ ଉପରେ ନିଷେଧାଦେଶ ଜାରି ସହ ରାଲିର ଭିଡିଓଗ୍ରାଫି ପାଇଁ…
ନୂଆଦିଲ୍ଲୀ: ହରିୟାଣାରେ ସାମ୍ପ୍ରଦାୟିକ ସଂଘର୍ଷକୁ ନେଇ ଆନ୍ଦୋଳନ ଦିଲ୍ଲୀ ସୀମାରେ ପହଞ୍ଚିଥିବା ବେଳେ ସୁପ୍ରିମକୋର୍ଟ ସାମ୍ପ୍ରଦାୟିକ ନିଆଁ ଲଗାଇବା ଏବଂ ଲୋକଙ୍କୁ ହିଂସା ପାଇଁ ଉତ୍ସାହିତ କରୁଥିବା ରାଲିକୁ ବନ୍ଦ କରିବା ପାଇଁ ହୋଇଥିବା ଏକ ଆବେଦନର ଶୁଣାଣି କରି ଭିଏଚ୍ପି/ବଜରଙ୍ଗ ଦଳର!-->…