Browsing Category

ଅପରାଧ

ପୁଣି ମୋ ବସ୍‌ରେ ଲୁଟ୍, କଲେଜ ଛାତ୍ରୀଙ୍କ ବ୍ୟାଗରୁ ନେଇଗଲେ ମୋବାଇଲ

ଭୁବନେଶ୍ୱର: ‘ମୋ ବସ୍’ ଭିତରୁ ପୁଣି ଲୁଟ୍ । ଗତକାଲି ‘ମୋ ବସ୍’ରେ ଯାଉଥିବା ବେଳେ ଜଣେ କ୍ୟାନସର ପୀଡ଼ିତ ୧୫ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ କରିଥିଲେ । ଉକ୍ତ ଚୋରି ଘଟଣାକୁ ୨୪ ଘଣ୍ଟା ବି ପୂରିନି । ‘ମୋ ବସ୍’ରେ ଆଜି ପୁଣି ୨ ଜଣ ଛାତ୍ରୀଙ୍କ ମୋବାଇଲ୍ ଚୋରି ହୋଇଥିବା ନେଇ…

ସାମ୍ବାଦିକଙ୍କ ଉପରେ ଆକ୍ରମଣ କରି ବଦଳିଲେ ଅତିରିକ୍ତ ଏସପି

ନବରଙ୍ଗପୁର : ବହୁ ବାଦବିବାଦ ପରେ ନବରଙ୍ଗପୁର ଅତିରିକ୍ତ ଏସପି ବଦଳିଛନ୍ତି । ପାପଡ଼ାହାଣ୍ଡି ଥାନାରେ ସାମ୍ବାଦିକଙ୍କୁ ଠେଙ୍ଗାରେ ଆକ୍ରମଣ ଘଟଣା ପରେ ତାଙ୍କୁ ବଦଳି ପାଇଁ ସାମ୍ବାଦିକମାନେ ଦାବି କରିଥିଲେ। ନବରଙ୍ଗପୁରର ବିବାଦୀୟ ଅତିରିକ୍ତ ଏସପି ଜୟକୃଷ୍ଣ ବେହେରା ଙ୍କର ବଦଳି…

ଗଞ୍ଜେଇ ଖୋଜୁ ଖୋଜୁ ମିଳିଲା କୁଇଣ୍ଟାଲରୁ ଅଧିକ ରୂପା ଇଟା

କଟକ: କଟକ ଟାଙ୍ଗୀରୁ ବିପୁଳ ପରିମାଣରେ ରୂପା ଇଟା ଜବତ । ଟାଙ୍ଗୀ ଟୋଲଗେଟ୍ ନିକଟରେ ଅବକାରୀ ଗୁଇନ୍ଦା ବିଭାଗ ଗଞ୍ଜେଇ ଚୋରା ଚାଲାଣ ସଂପର୍କରେ ଖବର ପାଇ ଚଢ଼ାଉ କରିଥିଲା। ତେବେ ଖୋଳତାଡ଼ ବେଳେ କୁଇଣ୍ଟାଲେରୁ ଅଧିକ ରୂପା ଇଟା ଓ ଅଳଙ୍କାର ଜବତ ହୋଇଛି। କାଗଜରେ ଗୁଡାଇ ରୁପା ଇଟା ଗୁଡ଼ିକୁ…

ଶିକ୍ଷୟିତ୍ରୀଙ୍କୁ ହାଣିଲେ ୩ ଲୁଟେରା…

ବାଲେଶ୍ୱର: ଲୁଟ୍‌ରେ ବାଧା ଦେବାରୁ ଶିକ୍ଷୟିତ୍ରୀଙ୍କୁ ଭୁଜାଲିରେ ହାଣି ପକାଇଲେ ଲୁଟେରା। ଆକ୍ରମଣରେ ଶିକ୍ଷୟିତ୍ରୀଙ୍କ ଦୁଇ ହାତରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ଶିକ୍ଷୟିତ୍ରୀ ଜଣକ ରେମୁଣା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଆଜି ବାଲେଶ୍ୱର ରେମୁଣା ବ୍ଲକ ନରହରିପୁର ବାଇପାସ୍…

ଜ୍ୱାଇଁର ଠେଙ୍ଗା ମାଡ଼ରେ ଶ୍ୱଶୁର ମୃତ

ପାତ୍ରପୁର: ଜରଡ଼ା ଥାନା ସାମନ୍ତିଆ ପଲ୍ଲୀ ପଞ୍ଚାୟତ ମୁଣ୍ଡକେରୀ ଗ୍ରାମରେ ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜ୍ବାଇଁର ଠେଙ୍ଗା ମାଡ଼ରେ ଶଶୁରର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଆପନା ବେହେରା (୬୫) ବୋଲି ଜଣାଯାଇଛି। ଆପନାକୁ ହତ୍ୟା କରିବା…

ରାଜଧାନୀରେ ବଧୂ ହତ୍ୟା ଅଭିଯୋଗ

ଭୁବନେଶ୍ୱର: ରାଜଧାନୀରେ ବଧୂ ହତ୍ୟା ଅଭିଯୋଗ । କ୍ୟାପିଟାଲ ଥାନା ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ । ମୃତକ ହେଲେ ନୟାଗଡ ଅଞ୍ଚଳର ସୁମିତ୍ରା କାଟିଆ । ଖବର ପାଇ କ୍ୟାପିଟାଲ ଥାନା ପୋଲିସ ଓ ଫରେନସିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଖବର ଅନୁଯାୟୀ, ୨୦୨୦ ଡିସେମ୍ବରରେ ନୟାଗଡ଼…

ନକଲି ଔଷଧ କାରବାର ମାମଲା, ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ PIL

କଟକ ୨୧।୦୯: ନକଲି ଔଷଧ କାରବାରର ପର୍ଦ୍ଦାଫାଶ ହେବା ଦରକାର । ଏହି ଘଟଣାରେ ସିବିଆଇ ତଦନ୍ତ ଆବଶ୍ୟକ କହି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି ଅଭିଷେକ ଦାସ । ଏହି ମାମଲାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏକାଧିଜ ବିଭାଗକୁ ପକ୍ଷଭୁକ୍ତ କରାଯାଇଛି। ଯେହେତୁ ଏହି ବେଆଇନ…

ଡାକ୍ତରଙ୍କୁ ମାଡ ଅଭିଯୋଗରେ ବ୍ୟବସାୟୀ ଗିରଫ

ସମ୍ୱଲପୁର ୨୧/୦୯: ସମ୍ବଲପୁରରେ ଡାକ୍ତରଙ୍କୁ ମାଡ ଅଭିଯଗୋରେ ବ୍ୟବସାୟୀ ଗିରଫ । ଗିରଫ ବ୍ୟବସାୟୀ ଜଣକ ହେଲେ ନଟବର ବାଙ୍କା । ଗତକାଲି ସେ ସନ ଡାଇଗ୍ନୋଷ୍ଟିକକୁ ଯାଇ ସେଠାରେ କାର୍ଯ୍ୟରତ ଡାକ୍ତର ଚିଦାନନ୍ଦ ମିଶ୍ରଙ୍କୁ ଚପଲରେ ମାଡ ମାରିବା ସହ ମହିଳା କର୍ମଚାରୀଙ୍କୁ ମଧ୍ୟ ଚପଲ ଉଠାଇଥିଲେ । …

୮୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

ଜଳେଶ୍ୱର: ଜଳେଶ୍ୱର ଅଞ୍ଚଳରୁ ଜବତ ହୋଇଛି ୭୯୩ ଗ୍ରାମ ବ୍ରାଉନସୁଗାର। ଯାହା ଅନୁମାନିକ ମୂଲ୍ୟ ପ୍ରାୟ ୮୦ ଲକ୍ଷ ଟଙ୍କା। ଏହି ବ୍ରାଉନସୁଗାର ବ୍ୟବସାୟ କରୁଥିବା ୩ ଜଣଙ୍କୁ ଗିରଫ କରାଯାଇଛି। ଆଜି ଜଳେଶ୍ୱର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଧଳାଜହର କାରବାର କରୁଥିବା ଅସାମାଜିକଙ୍କ ଉପରେ…

ଭିଜିଲାନ୍ସ୍ ଜାଲରେ ଥାନା ଏସ୍‌ଆଇ

ଖଲ୍ଲିକୋଟ: ଏକ ମାମଲାରେ ଦଫା କୋହଳ କରିବାକୁ ୧୫ ହଜାର ଟଙ୍କା ଲାଞ୍ଚ ମାଗି ଭିଜିଲାନ୍ସ୍ ଜାଲରେ ପଡ଼ିଛନ୍ତି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଏସ୍‌ଆଇ ତଥା ଭାରପ୍ରାପ୍ତ ଭେଜିପୁଟ ଫାଣ୍ଡି ଅଧିକାରୀ ସ‌ନ୍ତୋଷ କୁମାର ସ୍ବାଇଁ। ଅଭିଯୋଗକାରୀ ତଥା ବୁରପଲ୍ଲୀ ଗ୍ରାମର ଭୁବନ ପାତ୍ରଙ୍କଠୁ ଆଜି…