ଚାଷ ଜମିରେ ପ୍ରଶିକ୍ଷଣ ବିମାନର ଜରୁରୀକାଳୀନ ଅବତରଣ

add-all

ନୂଆଦିଲ୍ଲୀ: ବୈଷୟିକ ତ୍ରୁଟି ଯୋଗୁ ଏକ ପ୍ରଶିକ୍ଷଣ ବିମାନ କର୍ଣ୍ଣାଟକର କାଲାବୁରାଗିସ୍ଥିତ ଜଣେ ବ୍ୟକ୍ତିଙ୍କ ଚାଷ ଜମିରେ ରବିବାର ପୂର୍ବାହ୍ନ ପ୍ରାୟ ୯ଟାରେ ଜରୁରୀକାଳୀନ ଅବତରଣ କରିଛି। ଏହି ବିମାନରେ ଦୁଇଜଣ ମହିଳା ପାଇଲଟ ଥିଲେ। ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ତେବେ ବିମାନ ଅବତରଣ ବେଳେ ଉକ୍ତ ଜମି ନିକଟରେ ଥିବା ଦୁଇଜଣ ଲୋକ ସାମାନ୍ୟ ଆହତ ହୋଇଛନ୍ତି।

ସେମାନଙ୍କୁ ତତକ୍ଷଣାତ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ, ଦୁଇଜଣ ମହିଳା ପାଇଲଟ ଉକ୍ତ ବିମାନକୁ ଉଡାଇ ତାଲିମ ନେଉଥିବାବେଳେ ହଠାତ ବୈଷୟିକ ତ୍ରୁଟି ଦେଖ‌ାଦେଇଥିଲା। ଉକ୍ତ ବିମାନକୁ ତତକ୍ଷଣାତ ଅବତରଣ କରିବାକୁ ଆବଶ୍ୟକ ମନେହେବାରୁ ପାଇଲଟ ଦୁଇଜଣ ଏଭଳି ପଦକ୍ଷେପ ନେଇଥିଲେ। ତେବେ ଯେଉଁ ସ୍ଥାନରେ ବିମାନ ଅବତରଣ ହେଲା ସେହି ଜମି ମଲିକାର୍ଜ୍ଜୁନ ଲାଲିଙ୍କର। ତାଙ୍କ ଜମିର ସାମାନ୍ୟ ଫସଲ ମଧ୍ୟ ନଷ୍ଟ ହୋଇଛି।

ad-week
Leave A Reply

Your email address will not be published.