ଐତିହାସିକ ଅଲ-ହାକିମ୍ ମସ୍‌ଜିଦ୍ ପରିଦର୍ଶନ କରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

add-all

ନିଃସର୍ତ୍ତ ଅଫିସ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଇଜିପ୍ଟର ରାଜଧାନୀ କାଇରାରେ ଥିବା ୧୧ଶହ ଶତାବ୍ଦିର ଐତିହାସିକ ଅଲ-ହାକିମ୍ ମସ୍‌ଜିଦ୍ ପରିଦର୍ଶନ କରିଥିଲେ। ଭାରତର ଦାଉଦୀ ବୋହରା ସମ୍ପ୍ରଦାୟଙ୍କ ସହାୟତାରେ ଏହି ଅଲ-ହାକିମ୍ ମସ୍‌ଜିଦ୍‌ର ଉନ୍ନତିକରଣ କରାଯାଇଛି। ଏହି ନବୀକରଣ କାମ ପ୍ରାୟ ୩ ମାସ ତଳେ ସରିଛି। ଇଜିପ୍ଟ ଗସ୍ତର ଦ୍ୱିତୀୟ ଦିନରେ ପିଏମ୍‌ ମୋଦି ଏହା ଭିତରେ ବୁଲି ଐତିହାସିକ ଭିତ୍ତିଭୂମି ଓ ସୌନ୍ଦର୍ଯ୍ୟକରଣ କାମକୁ ଦେଖିଥିଲେ।

ଏହି ମସ୍‌ଜିଦ୍‌ରେ ଶୁକ୍ରବାର ପ୍ରାର୍ଥନା ସମେତ ଅବଶ୍ୟକରଣୀୟ ୫ଟି ପ୍ରାର୍ଥନା କରାଯାଇଥାଏ। ୧୦୧୨ ମସିହାରେ ନିର୍ମିତ ଏହି ମସଜିଦ୍‌କୁ ଦେଖି ପିଏମ୍‌ ମୋଦି ଖୁସି ବ୍ୟକ୍ତ କରିଥିଲେ। ଏହି ମସ୍‌ଜିଦ୍ କାଇରୋରେ ସବୁଠାରୁ ପୁରୁଣା ୪ ମସ୍‌ଜିଦ୍‌ ମଧ୍ୟରୁ ଅନ୍ୟତମ। ପ୍ରାୟ ୧୩ ହଜାର ୫୬୦ ବର୍ଗ ମିଟର ଅଞ୍ଚଳରେ ଥିବା ଏହି ମସ୍‌ଜିଦ୍ ଭିତରେ ୫ ହଜାର ବର୍ଗ ମିଟର ପରିବ୍ୟାପ୍ତ ଆଇକନିକ୍ ସେଣ୍ଟ୍ରାଲ କୋର୍ଟୟାଡ୍‌ ରହିଛି। ଭାରତରେ ବସବାସ କରୁଥିବା ବୋହରା ସମ୍ପ୍ରଦାୟ ୧୯୭୦ରୁ ଏହାର ନବୀକରଣ ନିମନ୍ତେ ପ୍ରୟାଶ ଆରମ୍ଭ କରିଥିଲେ।

ଗୁଜୁରାଟରେ ବସବାସ କରିବା ପରଠାରୁ ମୋଦିଙ୍କ ସହ ଖୁବ୍ ଘନିଷ୍ଠ ସମ୍ପର୍କରେ ରହି ଆସିଛନ୍ତି ଏହି ସମ୍ପ୍ରଦାୟ। ତେଣୁ ମୋଦି ଏହି ଧାର୍ମିକ ସ୍ଥଳୀକୁ ପରିଦର୍ଶନ କରିବାକୁ ଖୁବ୍‌ ଗୁରୁତ୍ୱ ଦିଆଯାଉଛି।

ad-week
Leave A Reply

Your email address will not be published.