ମାସାନ୍ତ ସାହିତ୍ୟ ଆସର ଓ ପୁସ୍ତକ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ

add-all

ଫୁଲବାଣୀ (୨୬/୬) : ଜିଲ୍ଲା ଲେଖକ ସାମୁଖ୍ୟ କାର୍ଯ୍ୟାଳୟ ରେ ରବୀନ୍ଦ୍ର ନାଥ ମିଶ୍ରଙ୍କ ପୌରହିତରେ ମାସାନ୍ତ ରବିବାସରୀୟ ସୃଜନ ସାହିତ୍ୟ ସନ୍ଧ୍ୟା ଓ କବିତା ପାଠୋତ୍ସବ ଆୟୋଜିତ ହୋଇ ଯାଇଛି । ସାମୁଖ୍ୟ ଦ୍ୱାରା ପ୍ରତ୍ୟେକ ମାସର ଶେଷ ରବିବାର ଦିନ ଏହା ଆୟୋଜିତ କରାଯାଉଅଛି ।ନୁତନ କବି ଓ କବୟିତ୍ରୀ ମାନେ ସ୍ୱ ଲିଖିତ କବିତା ପାଠ କରିବା ସୁଯୋଗ ପାଇବା ସହ ସେମାନଙ୍କ ସୃଜନ ଶକ୍ତିର ବିକାଶ ହୋଇ ପାରୁଛି ।ସାଧାରଣ ସମ୍ପାଦକ ବନ ବିହାରୀ ନନ୍ଦ ପ୍ରାରମ୍ଭିକ ସୂଚନା ଦେବା ସହ କାର୍ଯ୍ୟକ୍ରମର ଉଦେଶ୍ୟ ବିଷୟରେ ସମସ୍ତଙ୍କୁ ଅବଗତ କରିଥିଲେ ।ଏହି ଅବସରରେ ଯୁବ କବି ଅନୀଲ କୁମାର ପ୍ରଧାନଙ୍କ ରଚିତ ପୁସ୍ତକ ବଜ୍ରଆଶା ଉନ୍ମୋଚିତ ହେବା ସହ ଲୋକାର୍ପିତ ହୋଇଥିଲା ।ବର୍ଷିୟାନ କବି ନବୀନ କିଶୋର ପଣ୍ଡା, ଦୁର୍ଯ୍ୟୋଧନ ପ୍ରଧାନ, ପ୍ରସନ୍ନ ପଣ୍ଡା ପୁସ୍ତକଟିର ସମୀକ୍ଷା କରିଥିଲେ ।ପରେ ପରେ ପ୍ରସନ୍ନ ପଣ୍ଡାଙ୍କ ସଂଯୋଜନାରେ ଲେଖକ ସାମୁଖ୍ୟର କବି ଓ କବୟିତ୍ରୀ ମାନେ ସ୍ୱଲିଖିତ କବିତା ପାଠ କରିଥିଲେ ।ଶେଷରେ ସଙ୍ଗଠନ ସମ୍ପାଦକ ପ୍ରସନ୍ନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.