ବିରାଟ ସ୍କାମ : ଭଦ୍ରକ କାଳୀଙ୍କ ପୀଠରେ ଭୁଷୁଡ଼ି ପଡିଛି ବିରାଟ ପାଚେରୀ

add-all

ଭଦ୍ରକ : ଭଦ୍ରକ କାଳୀଙ୍କ ପୀଠରେ ମହା ଦୁର୍ନୀତିର ଗନ୍ଧ, ବିକାଶ ନାଁ ରେ ହରିଲୁଟ ସୌନ୍ଦର୍ଯ୍ୟକରଣ ପାଇଁ ଖର୍ଚ୍ଚ ହେଉଥିବା କୋଟି କୋଟି ଟଙ୍କାର କାମ ଏବେ ସାମାନ୍ୟ ବର୍ଷା ପବନ ରେ ନଷ୍ଟ ହୋଇଯାଉଛି ଏତେ ନିମ୍ନ ମାନର କାମ କାହିଁକି ହେଉଛି, କିଏ ନେଉଛି ପିସି, ବର୍ଷା ରେ ଧସିଗଲା ନୂଆ କରି ନିର୍ମାଣ ହୋଇଥିବା ମା ଭଦ୍ରକାଳୀଙ୍କ ପୀଠ ରେ ଅବସ୍ଥିତ ପୋଖରୀର ପାଚେରୀ ଭଦ୍ରକର ଜନ ସାଧାରଣ ଏହାର ଉତ୍ତର ମାଗୁଛନ୍ତି ଦେଇପାରିବେ କି ?

ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ମା’ ଭଦ୍ରକ କାଳୀ ପୀଠ ପରିସରରେ ଥିବା ମନ୍ଦିର ପୋଖରୀ ଗାର୍ଡ ଓ୍ବାଲର ଏକ ଅଂଶ ସୋମବାର ସକାଳେ ଭୁଷୁଡ଼ି ପଡ଼ିଛି ଏହା ପ୍ରାୟ ୩୦ ଫୁଟ ହେବ ସୂଚନା ଅନୁଯାୟୀ ୨୦୧୯-୨୦ ଆଥିକ ବର୍ଷ ରେ ଭଦ୍ରକ ବିଧାୟକ ହାତ ପାଣ୍ଠି ରୁ ୯ ଲକ୍ଷ ଓ ଏନଆରଇଜିଏସ ପାଣ୍ଠି ରୁ ୧୨ ଲକ୍ଷ ଏହିପରି ମୋଟ ୨୧ ଲକ୍ଷ ଟଙ୍କା ବ୍ଯୟ ରେ ଉକ୍ତ ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ସମ୍ପନ୍ନ ହୋଇଥିଲା ତେବେ ନିର୍ମାଣ ର ୨ବର୍ଷ ପରେ ଆଜି ସକାଳେ ଉକ୍ତ ପୋଖରୀର ୩୦ ଫୁଟ ର ଓ୍ବାଲ ହଠାତ୍ ଭୁଷୁଡ଼ି ପଡି ପୋଖରୀ ଗର୍ଭ କୁ ଚାଲି ଯାଇଥିଲା ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରତିକ୍ରିୟା ପ୍ରକାଶ ପାଇଛି ,ଏହାର ପୁନଃନିର୍ମାଣ କାର୍ଯ୍ୟା କରାଯିବ ବୋଲି ଭଦ୍ରକ ପଞ୍ଚାୟତ ସମିତି ପକ୍ଷରୁ କୁହାଯାଇଛି ଅପରପକ୍ଷେ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଧର ଉକ୍ତ ଘଟଣା ର ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି |

ad-week
Leave A Reply

Your email address will not be published.