ଦିଗପହଣ୍ଡି ବସ୍ ଦୁର୍ଘଟଣା: ଆହାତଙ୍କୁ ଭେଟିଲେ ମନ୍ତ୍ରୀ

Independence

ଗଞ୍ଜାମ: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଧେଶ କ୍ରମେ ଦିଗପହଣ୍ଡି ଠାରେ ହୋଇଥିଲା ବସ୍ ଦୁର୍ଘଟଣା ରେ ଆହତ ହୋଇ ବ୍ରହ୍ମପୁର ଏମ୍.କେ.ସି.ଜି ମେଡ଼ିକାଲ ଚିକିତ୍ସିତ ହେଉଥିଲା ଆହତ ମାନଙ୍କୁ ମାନ୍ୟବର ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଭେଟି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି ଏଥି ସହିତ ମେଡିକାଲ କର୍ତୃପକ୍ଷ ଙ୍କ ସହ ଚିକିତ୍ସା ତ୍ଵରାନିତ କରିବା ପାଇଁ ଆଲୋଚନା କରିଛନ୍ତି ।

ମାନ୍ୟବର ଅର୍ଥମନ୍ତ୍ରୀ ଙ୍କ ସହିତ ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିକ୍ରମ କୁମାର ପଣ୍ଡା, ରାଜ୍ଯ ଯୋଜନା ବୋର୍ଡ ସଦସ୍ୟ ତଥା ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀଯୁକ୍ତ ଡ଼ାଃ. ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକ, କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ,ରାଜ୍ଯ କାଜୁ ନିଗମ ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବାସ ମହାରଣା, ମହାନଗର ନିଗମ ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ଉପ ମେୟର ଶ୍ରୀ ଇ.ବିବେକ ରେଡ୍ଡୀ,ଗଞ୍ଜାମ ଜିଲ୍ଲାପାଳ ଦିବ୍ଯଜ୍ଯୋତି ପରିଡା, ବ୍ରହ୍ମପୁର ଉପ ଜିଲ୍ଲାପାଳ, ବ୍ରହ୍ମପୁର ଏସପି ମଧ୍ୟ ଆହତ ଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝି ଛନ୍ତି ।

ad-week
Leave A Reply

Your email address will not be published.