ବଡ ଶୁଣ୍ଢି ସମାଜ ଫୁଲବାଣୀର ଦ୍ବି – ବାର୍ଷିକ ମହୋତ୍ସବ

add-all

ଫୁଲବାଣୀ : ଦୁଇଦିନ ଧରି ଘୋଡାଗାଡୁ ଠାରେ ବଡ ଶୁଣ୍ଢି ସମାଜ ଫୁଲବାଣୀର ଦ୍ବି ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଥିଲା l ରବିବାର ଦିନ ସକାଳୁ ମହିଳା ମାନଙ୍କ ଦ୍ୱାରା କଳସ ଯାତ୍ରା ସରିବା ପରେ ହୋମ ଯଜ୍ଞର ଆୟୋଜନ କରାଯାଇଥିଲା l ଏଥି ସହିତ ଉକ୍ତ ମହୋତ୍ସବରେ ସମାଜର ପତାକା ଉତ୍ତୋଳନ କରାଯାଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶୁଭ ଉଦଘାଟନ କରାଯାଇଥିଲା l ସମାଜର ସମ୍ପାଦକ ତଥା ବରିଷ୍ଠ ଆଇନଜୀବୀ ଓ ପୂର୍ବତନ ଜିଲ୍ଲା ଖାଉଟି ବିବାଦର ସଭାପତି ଅଶୋକ କୁମାର ବେହେରା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ lସମାଜ ସଭାପତି ଡାକ୍ତର ରାଜ କିଶୋର ବେହେରାଙ୍କ ଅଭିଭାଷଣ ପରେ ବକ୍ତା ମାନେ ନିଜ ନିଜର ବକ୍ତବ୍ୟ ସମାଜ ପ୍ରତି କଣ ହେବା କଥା ସମାଜ କଣ ସମାଜ ଦ୍ୱାରା ସଦସ୍ୟଙ୍କ ଲାଭ କଣ ଏ ସମ୍ପର୍କରେ ଅବଗତ କରାଇଥିଲେ l ବାଲ୍ୟ ବିବାହ, ଯୌତୁକ ପ୍ରଥାର ଉଛେଦ,ଶିକ୍ଷା,ସ୍ୱାସ୍ଥ୍ୟ, ଭ୍ରାମ୍ୟମାଣ ରକ୍ତଦାନ ଶିବିର ଜରିଆରେ ୪୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l,କୃତି ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା,ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା, ଅସହାୟ କୁ ସାହାଯ୍ୟ, ଵୃକ୍ଷ ରୋପଣ ଏପରି ଅନେକ କାର୍ଯ୍ୟକ୍ରମ ନିଷ୍ପତ୍ତି ନିଆଯାଇଥିଲା l ସମାଜ ଗଠନ ଓ ସୁସ୍ଥ ପରିବାର ଗଠନ ଉପରେ ସୁଦାମ ଚରଣ ବେହେରା, ଆଇନଜୀବୀ ପିତାମ୍ବର ସାହୁ, ଅଧ୍ୟାପକ ଶ୍ରୀରାମ ସାହୁ ଏ ସମ୍ପର୍କରେ ବିସ୍ତ୍ରୁତ ଆଲୋଚନା କରିଥିଲେ l


ଏଥିରେ ସମସ୍ତ ଆଞ୍ଚଳିକ ସଭାପତି ଓ ଜିଲ୍ଲା କର୍ମକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ l ସନ୍ଧ୍ୟାରେ ଶୁଣ୍ଢି ସମାଜର ବାଳକ ବାଳିକା ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମକୁ ସମାଜର ବହୁ ସଦସ୍ୟ ମାନେ ଉପସ୍ଥିତ ରହି ସହଯୋହ କରିଥିଲେ lଏହି ଅବସରରେ ଏକ ଆଦର୍ଶ ବାହାଘର ଅନୁଷ୍ଠିତ ହୋଇଥିଲା l

ad-week
Leave A Reply

Your email address will not be published.