ବିଜେପି ପକ୍ଷରୁ ପାଣ୍ଡିଆନ ଓ ଉପ ଜିଲ୍ଲାପାଳଙ୍କ କୁଶ ପୁତ୍ତଳିକା ଦାହ

add-all

ନନ୍ଦାହାଣ୍ଡି ( ୨୬/୦୬) : ଆଜି ନବରଙ୍ଗପୁର ଭାରତୀୟ ଜନତା ପାର୍ଟି ପକ୍ଷରୁ ଫାଇଭ୍ ଟି ସଚିବ ଭିକେ ପାଣ୍ଡିଆନ ଓ ଦୁର୍ନିତିରେ ଲିପ୍ତ ଉପ ଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି। ବିଗତ ଦିନରେ ନବରଙ୍ଗପୁର ଉପ ଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ୯ଗୋଟି ଆବାସ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରି ତିନି କୋଟି ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କା ଜବତ କରିଛି ଭିଜିଲାନ୍ସ।

ଉପ ଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ବିଜେଡ଼ି ଲିଙ୍କ ରହିଥିବା ବେଳେ ପଣ୍ଡିଆନଙ୍କ ସୁରକ୍ଷା ପାଇ ଆୟ ବହିର୍ଭୁତ ଟଙ୍କା ବିଭିନ୍ନ ଦୁର୍ନିତି କରି ପାର୍ଟି ଚାନ୍ଦା ଆଦାୟ କରି ଚାଲିଥିଲେ ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ଆଜି ଚଉରିଆ ଗୁଡ଼ା ବିଜେପି କାର୍ଯ୍ୟଳୟ ଠାରୁ ଶତାଧିକ ବିଜେପି କର୍ମୀ ମାନେ ଏକ ସଭାଯତ୍ରାରେ ବାହାରି ପଣ୍ଡିଆନ ଓ ପ୍ରଶାନ୍ତ ରାଉତଙ୍କ କୁଶ ପୁତ୍ତଳିକା ଧରି ବିଭିନ୍ନ ସ୍ଲୋଗାନ ଦେଇ ଭଣ୍ଡାର ଘରଣୀ ମନ୍ଦିର ସମ୍ମୁଖରେ ପହଞ୍ଚି ପ୍ରତିବାଦ ସଭା କରିବା କୁଶ ପୁତ୍ତଳିକା ଦାହ କରଯାଇଥିଲା।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ, ଜିଲ୍ଲା ସଭାପତି ଜଗଦୀଶ ବିଷୋୟୀ, ଉମର କୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ,ମହିଳା ନେତ୍ରୀ ଶର୍ମିଷ୍ଠା ଦେଓ, ମିନତୀ ପଟ୍ଟନାୟକ, ରାଜେନ୍ଦ୍ର ବିଶୋଇ, ଦେବଦାସ ମହାକୁଡ, ସରୋଜ କୁମାର ବେହେରା, ଯୁବ ମୋର୍ଚ୍ଚା ସଭାପତି ଚନ୍ଦ୍ର ଭାନୁ ନାୟକ ସମେତ ବହୁ ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.