ସିଆରପିଏଫ -୨ ବାଟାଲିୟନ ପକ୍ଷରୁ ବିଶ୍ବ ରକ୍ତଦାନ ଦିବସରେ ରକ୍ତଦାନ ଶିବିର ଆୟୋଜିତ

add-all

ମାଲକାନଗିରି : ମାଲକାନଗିରି ସୀମାନ୍ତ ସୁକୁମା ଠାରେ ବିଶ୍ବ ରକ୍ତଦାନ ଦିବସରେ , ସିଆରପିଏଫ -୨ ର ସୈନିକମାନେ ଏକ ମହାନ ଦାନ ଭାବରେ ନିଜ ରକ୍ତ ଦେଇ ରକ୍ତଦାନକୁ ସଫଳ କରିଥିଲେ | ବିଶ୍ବ ରକ୍ତ ଦାନ ଦିବସ ଅବସରେ କମାଣ୍ଡେଣ୍ଟ ଶ୍ରୀ ରତିକାନ୍ତ ବେହେରା ଙ୍କ ନିର୍ଦ୍ଦେଶ ଅନୁଯାୟୀ ବରିଷ୍ଠ ଚିକିତ୍ସାଅଧିକାରୀ ଡକ୍ଟର ଅନୀଲ କୁମାରଙ୍କ ନେତୃତ୍ବରେ ସୁକମା ର ଏସଟିଏଫ କ୍ୟାମ୍ପରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । କମାଣ୍ଡେଣ୍ଟ ଶ୍ରୀରତିକାନ୍ତ ବେହେରା ଙ୍କ ସହ ଏହି ଅବସରରେ , ସିଆରପିଏଫ -୨ ବାହିନୀ ବହୁ ଅଧିକାରୀ , ଅଧିନସ୍ଥ ଅଧିକାରୀ ଏବଂ ଯବାନ ମିଳିତ ଭାବେ ସ୍ୱେଚ୍ଛାକୃତ ଭାବରେ ସମୁଦାୟ ୩୨ୟୁନିଟ ରକ୍ତ ଦାନ କରିଥିଲେ । ସମସ୍ତଙ୍କୁ ଜଣା ଯେ ସୁକମା ଏବଂ ନିକଟବର୍ତ୍ତୀ ଅଞ୍ଚଳର ଅଧିକାଂଶ ରୋଗୀ ରକ୍ତହୀନତାର ଶିକାର ହୋଇ ବହୁ ରୋଗରେ ଆକ୍ରାନ୍ତ ହୁଅନ୍ତି ଏବଂ ସେମାନଙ୍କ ଚିକିତ୍ସା ସମୟରେ ଜିଲ୍ଲା ଡାକ୍ତରଖାନା ସୁକମାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ଚିକିତ୍ସା ପାଇଁ ବହୁ ସମୟରେ ରକ୍ତର ଆବଶ୍ୟକ ହୁଏ । ଏହି ଆବଶ୍ୟକତାକୁ ଦୃଷ୍ଟିରେ ରଖି ସିଆରପିଏଫ -୨ ବାହିନୀର ଅଧିକାରି ସମୁହ ଶ୍ରୀ ରତିକାନ୍ତ ବେହେରା କମାଣ୍ଡେଣ୍ଟ ପଵନ କୁମାର , ଦ୍ୱିତୀୟ କମାଣ୍ଡେଣ୍ଟ , ଶ୍ରୀ ଅନାମୀ ଶରଣ , ଦ୍ୱିତୀୟ କମାଣ୍ଡେଣ୍ଟ , ଶ୍ରୀ ଭାସ୍କର ଭଟ୍ଟାଚାର୍ଯ୍ୟ , ଡେପୁଟି କମାଣ୍ଡେଣ୍ଟ ଉପସ୍ଥିତ ଥିଲେ । ଏହି ଅବସରରେ କମାଣ୍ଡେଣ୍ଟ ସାଧାରଣ ଜନତାଙ୍କୁ ରକ୍ତଦାନର ମହତ୍ତ୍ବ ବିଷୟରେ ବୁଝାଇ ଥିଲେ । ଏହା ପୂର୍ବରୁ , ସିଆରପିଏଫ -୨ ବାହିନୀ ର ଯବାନଙ୍କ ଦ୍ବାରା ଜରୁରୀକାଳୀନ ପରିସ୍ଥିତିରେ ରକ୍ତ ଦାନ କରି ସ୍ଥାନୀୟ ନାଗରିକଙ୍କ ଜୀବନ ଅନେକ ଥର ବଞ୍ଚା ଯାଇଛି । ଏହି ଅବସରରେ ବିଶ୍ବ ରକ୍ତ ଦାତା ଦିବସରେ କମାଣ୍ଡେଣ୍ଟ , ସିଆରପିଏଫ -୨ ବାହିନୀର କମାଣ୍ଡେଣ୍ଟ ଶ୍ରୀ ରତିକାନ୍ତ ବେହେରା ସମସ୍ତ ସ୍ଥାନୀୟ ଲୋକ ଏବଂ ସ୍ବାସ୍ଥ୍ୟ କର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି |

ad-week
Leave A Reply

Your email address will not be published.