ଏସୟୁଜେ କନ୍ଧମାଳ ଶାଖା ପକ୍ଷରୁ ୧୧ ଦଫା ଦାବି ପତ୍ର ପ୍ରଦାନ

add-all

ଫୁଲବାଣୀ : ଷ୍ଟେଟ ୟୁନିଅନ ଅଫ୍ ଜର୍ନାଲିଷ୍ଟସ (ଏସୟୁଜେ)ଓଡ଼ିଶା” କନ୍ଧମାଳ ଜିଲ୍ଲା ଶାଖାର ସଭାପତି ଗୋପାଳ କୃଷ୍ଣ ପଟ୍ଟନାୟକଙ୍କ ନେତୃତ୍ଵରେ ସାମ୍ବାଦିକ ମାନଙ୍କ ନିମନ୍ତେ ୧୧ ଦଫା ସମ୍ମିଳିତ ଏକ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କ ଉଦ୍ଦେଶ୍ୟରେ କନ୍ଧମାଳ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି l ଏଥିରେ ଉଲେଖ ଅଛି ଯେ ସରକାରଙ୍କ ପକ୍ଷରୁ ରାଜ୍ୟର ସବୁ ବର୍ଗର ଲୋକଙ୍କ ପାଇଁ ବିଭିନ୍ନ ସମୟରେ ଅନେକ କଲ୍ୟାଣ ମୂଳକ ସୁବିଧା ସୁଯୋଗ ସହିତ ପ୍ରଶଂସନୀୟ ଜନ କଲ୍ୟାଣ ଯୋଜନା ମାନ ପ୍ରଣୟନ କରି ସମଗ୍ର ଦେଶରେ ନିଜର ତଥା ଓଡ଼ିଶାର ଗାରିମା ଓ ସୁନାମକୁ ଶୀର୍ଷରେ ପହଞ୍ଚାଇ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଉପସ୍ଥାପିତ କରି ପାରିଛନ୍ତି।ଅନ୍ୟ ପକ୍ଷରେ ସରକାରଙ୍କ ର ସମସ୍ତ କଲ୍ୟାଣକାରୀ ଯୋଜନା ଓ ସୁଶାସନ ନେଇ ଓଡ଼ିଶାର ସାମ୍ବାଦିକ ମାନେ ଖବର ପରିବେଷଣ କରିଚାଲିଛନ୍ତି। ସଂଖ୍ୟାଧିକ ସାମ୍ବାଦିକ ଆର୍ଥିକ ଅନାଟନ ର ସମ୍ମୁଖୀନ ହେବା ସହ ବିଭିନ୍ନ ପ୍ରତିକୂଳ ପରିସ୍ଥିତି ରେ କାମ କରୁଛନ୍ତି। ଗଣମାଧ୍ୟମ ପ୍ରତିନିଧି ମାନେ ଖବର ସଂଗ୍ରହ ଓ ପରିବେଷଣ ବେଳେ ଅସାମାଜିକ ଏବଂ ମାଫିଆ ମାନଙ୍କ ଦ୍ଵାରା ଆକ୍ରମଣର ଶିକାର ହେଉଛନ୍ତି। ଏ ସମସ୍ତ ସମସ୍ୟାର ସମାଧାନ ପାଇଁ ଏସୟୁଜେ ଓଡ଼ିଶା ପକ୍ଷରୁ ୧୧ ଦଫା ସମ୍ମିଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି l ଅନ୍ୟ ମାନଙ୍କ ମଧ୍ୟରେ ଶାଖାର ସମ୍ପାଦକ ବିମଳ କୁମାର ନାୟକ,ବରିଷ୍ଠ ସାମ୍ବାଦିକ ଶିବାନନ୍ଦ ପଟ୍ଟନାୟକ, ଅଜିତ ମହାରଣା, ରମେଶ ଚନ୍ଦ୍ର ପ୍ରଧାନ, ଶିବ ନାୟକ, ପ୍ରଶାନ୍ତ କୁମାର ଜେନା, ସୁଧୀର ମହାରଣାଙ୍କ ସମେତ ବହୁ ସଂଖ୍ଯାରେ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.