ୟୁନିଫର୍ମ ସିଭିଲ କୋଡ: ମୋଦିଙ୍କୁ କାଉଣ୍ଟର କଲା ଷ୍ଟାଲିନଙ୍କ ଡିଏମକେ

add-all

ଚେନ୍ନାଇ : ୟୁନିଫର୍ମ ସିଭିଲ କୋର୍ଡ(ୟୁସିସ) ବା ଏକକ ନାଗରିକ ସଂହିତା ସପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତ ରଖିବା ପରେ ଏହା ଉପରେ ପ୍ରଶ୍ନ ଉଠାଛି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ଦଳ ଡିଏମକେ। ତାମିଲନାଡୁର ଶାସକ ଡିଏମକେ କହିଛି ଯେ ୟୁନିଫର୍ମ କୋଡ ପ୍ରଥମେ ହିନ୍ଦୁ ମାନଙ୍କ ଉପରେ କାର୍ଯ୍ୟକାରୀ ହେବା ଦରକାର। ଫଳରେ ସେମାନେ ସବୁ ଜାତିର ଲୋକଙ୍କୁ ମନ୍ଦିରରେ ପୂଜାର୍ଚ୍ଚନା କରିବାକୁ ଅନୁମତି ଦେବେ।
ଡିଏମକେର ଟିକେଏସ ଇଲାନଗୋଭାନ କହିଛନ୍ତି, “ହିନ୍ଦୁ ସଂପ୍ରଦାୟରେ ପ୍ରଥମେ ୟୁସିସି ଲାଗୁ କରାଯାଉ। ଦେଶର ଯେକୌଣସି ସ୍ଥାନରେ ଥିବା ମନ୍ଦିରରେ ଅନୁସୂଚିତ ଜାତି ଓ ଜନଜାତିଙ୍କୁ ପୂଜା କରିବାକୁ ଅନୁମତି ଦିଆଯାଉ। ସମ୍ବିଧାନ ପ୍ରତ୍ୟେକ ଧର୍ମକୁ ସୁରକ୍ଷା ଦେଇଛି ବୋଲି କେବଳ ଆମେ ୟୁସିସି ଚାହୁଁନାହୁଁ।”
ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦି ଗରିବୀ, ଦର ବୃଦ୍ଧି ଓ ବେକାରୀ ସମସ୍ୟା ଉପରେ ଉତ୍ତର ରଖନ୍ତୁ। ସେ ଏଯାଏ ମଣିପୁର ପ୍ରସଙ୍ଗରେ ମତ ରଖି ନାହାନ୍ତି। ପୂରା ରାଜ୍ୟ ଜଳୁଛି। ସେ କେବଳ ଲୋକଙ୍କୁ ମୂଳପ୍ରସଙ୍ଗରୁ ବିଚ୍ୟୁତ କରିବାକୁ ଚାହୁଁଛନ୍ତି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।
ବିଜେପି ନିର୍ବାଚନୀ ଇସ୍ତାହାରରେ ୟୁସିସି ଲାଗୁ କରିବାର ପ୍ରତିଶ୍ରୁତି ଦେଇଥିବାରୁ ଆଜି ପ୍ରଧାନମନ୍ତ୍ରୀ ମୋଦି ଭୋପାଲରେ ଏହା ସପକ୍ଷରେ ମତ ରଖିଥିଲେ। ଗୋଟିଏ ଦେଶରେ ଦୁଇଟି ଆଇନ ଗ୍ରହଣୀୟ ନୁହେଁ। ଏହା ଦ୍ୱାରା ଦେଶ ଚାଲିପାରିବ ନାହିଁ। ଗୋଟିଏ ପରିବାରର ଭିନ୍ନ ଲୋକଙ୍କ ପାଇଁ ଭିନ୍ନ ଆଇନ ହୋଇନ ପାରେ।
ତେଣୁ ୟୁସିସି ଲାଗୁ କରିବାର ଆବଶ୍ୟକତା ରହିଛି। ସୁପ୍ରିମକୋର୍ଟ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବାକୁ କହିଥିବା ମୋଦି ଆଜି କହିଥିଲେ। ଏବେ ଡିଏମକେ ଓ କଂଗ୍ରେସ ଏହାକୁ କାଉଣ୍ଟର କରିଛନ୍ତି।

ad-week
Leave A Reply

Your email address will not be published.