
ବ୍ରହ୍ମପୁର : ଦୁର୍ନୀତିର ଗନ୍ତାଘର ସାଜିଛି ଭଞ୍ଜନଗର ଜଳସମ୍ପଦ ବିଭଗ ଡିଭିଜନ । ଏହି ଡିଭିଜନରେ କାର୍ଯ୍ୟରତ ଥିବା ଅଧିକ୍ଷଣ ଯନ୍ତ୍ରୀ ଚଳିତବର୍ଷ ଖରିଫ ଋତୁରେ ଚାଷଜମି କୁ ପାଣି ନ ଯୋଗାଇବା ଫଳରେ କେନାଲ ଗୁଡିକ ରକ୍ଷଣାବେକ୍ଷଣ ହୋଇନାହିଁ। ବର୍ତ୍ତମାନ ଓଡ଼ିଶା ରେ ମୌସୁମୀ ପ୍ରବେଶ କରିବା ପରେ କାମ କରିବାକୁ ସେ ଚାହୁଁଛନ୍ତି। ଅର୍ଥାତ କେଉଁ କେନାଲରେ କିମ୍ବା ନଦୀବନ୍ଧ ରେ କିଛି କାମ ନ କରି ଫ୍ଲ।ଲସ ବିଲକୁ ସେ ଅପେକ୍ଷା କରିଛନ୍ତି । ଗତ ୨୦୨୧ ମସିହାରେ ତତ୍କାଳୀନ ମୁଖ୍ୟଯନ୍ତ୍ରୀ ବନ୍ୟା ନିୟନ୍ତ୍ରଣ ଏହି ଡିଭିଜନ କୁ ଏକ କୋଟି ପଚାଶ ଲକ୍ଷ ଟଙ୍କାର ବିଭିନ୍ନ ନଦୀର ଦୁର୍ବଳ ନଦୀ ବନ୍ଧ ମାନଙ୍କ ମରାମତି ପାଇଁ ଦେଇଥିଲେ।କିନ୍ତୁ ଅଧିକ୍ଷଣ ଯନ୍ତ୍ରୀ ମହାଶୟ କୁଆଡେ ସେହି ଟଙ୍କାକୁ କାମ ନ କରି ଫେରାଇ ଦେଇଥିଲେ । ଯାହା ଫଳରେ ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ଓ ହିଂଜିଳି ବ୍ଲକ ଅଂଚଳର ଋଷିକୂଲ୍ୟା, ଘୋଡାହାଡ ଓ ବଦନଦୀ ରେ ଉପୁଜିଥିବା ଦୁର୍ବଳ ନଦୀବନ୍ଧ ମାନଙ୍କର ମରା ମତି କାର୍ଯ୍ୟ ଆଜି ଯାଏ ହୋଇପାରିନାହିଁ। ଗତ୨୦୨୦- ୨୧ ଆର୍ଥିକ ବର୍ଷରୁ ଆସ୍କା ସାଂସଦ ଏବଂ କିଛି ବିଧାୟକ ସେମାନଙ୍କ ଅଞ୍ଚଳରେ ଉନ୍ନୟନ ମୁଳକ କାର୍ଯ୍ୟ କରିବା ପାଇଁ ସାଂସଦ ପାଣ୍ଠି ଓ ବିଧାୟକ ପାଣ୍ଠି ଦ୍ଵାରା ଉନ୍ନୟନ ମୁଳକ କାର୍ଯ୍ୟକରୀ ଥିଲେ ସୁଦ୍ଧା ସେହି କାର୍ଯ୍ୟ ର ବିଲ ଠିକାଦାର ମାନଙ୍କୁ ପୈଠ ନକରି ରାଜ୍ୟ ଓ କେନ୍ଦ୍ରସରକାର ଙ୍କ ନିର୍ଦେଶ କୁଁ ଅବମାନନା କରୁଥିବା ନଜରକୁ ଆସୁଛି।ଏବଂ ଏଥିରୁ ସ୍ପଷ୍ଟ ଜଣାପଡୁଛି।ବିଧାୟକ ଏବଂ ସାଂସଦ ମାନେ ନିଜର ଚୌକି ପାଇଁ ତତ୍ପର ନା ନିଜ ଅଞ୍ଚଳ ଉନ୍ନତି ପାଇଁ। ଅଧିକ୍ଷଣ ଯନ୍ତ୍ରୀ ଏଠାକୁ ଆସିବାପରେ ଆସ୍କା ସବଡ଼ଭିଜନ ରେ କେତେକ କାର୍ଯ୍ୟ ବିଲ ରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଙ୍କ ର ଚେକ ମେଜେର୍ମେଣ୍ଟ ନକରି ନିଜେ ଅଧିକ୍ଷଣ ଯନ୍ତ୍ରୀ ବିଲ ପୈଇମେଣ୍ଟ କରିଛନ୍ତି।ଯାହାକି ପି ଡବ୍ଲୁ ଡି କୋଡ଼ର ନିୟମ ବିରୁଦ୍ଧ ଅଟେ।ଏହି ଦୁର୍ନୀତି ର ଉଚ୍ଚସ୍ତରୀୟ ତଦନ୍ତ ହେଲେ ଏହି ଡିଭିଜନରେ ଚାଲିଥିବା ଦୁର୍ନୀତି ର ପର୍ଦାଫସ ହେବ ଏବଂ ମୁଖ୍ୟମନ୍ତ୍ରୀ ଙ୍କ ଅଞ୍ଚଳର ଚାଷୀମାନେ କିଭଳି ଅସୁବିଧାର ସମ୍ମୁଖୀନ ହେଁଛନ୍ତି ତାର ଲୋକଲୋଚନକୁ ଆସିବ ।