
ଫୁଲବାଣୀ : ପ୍ରେମିକ ଘରେ ପ୍ରେମିକାର ସନ୍ଦେହଜନକ ମୃତ ଦେହ ଉଦ୍ଧାର ଏହି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ମାଲଗୁଣ୍ଡି ଗ୍ରାମରେ । ସୂଚନା ଯୋଗ୍ୟ ପ୍ରେମିକ କାହୁଁ ଚରଣ ସେଠୀ ବାପା ସୌରଙ୍ଗ ସେଠୀଙ୍କ ଘରୁ ସୁଜାତା ଦିଗାଲଙ୍କ ମୃତ ଦେହ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପ୍ରେମିକ କାହୁଁ ଚରଣ ସେଠୀ ଆଣିଥିଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ଖଜୁରୀପଡ଼ା ଥାନା ଆଇ.ଆଇ.ସି ଗେଲି ସାହୁ କେସ ନମ୍ବର ୮୩/୨୩ ରେ ରୁଜୁ କରି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ଏବଂ ବ୍ୟବଚ୍ଛେଦ ପରେ ସମସ୍ତ ତଥ୍ୟ ଜଣା ପଡ଼ିବ ବୋଲି ଖଜୁରୀପଡ଼ା ଥାନା ଅଧିକାରୀ ଗେଲୀ ସାହୁ କହିଛନ୍ତି ।