
ଦାରିଙ୍ଗବାଡ଼ି, (୨୯/୦୬) : ଦାରିଙ୍ଗବାଡିରୁ ବ୍ରାହ୍ମଣୀଗାଁ ଯିବା ସମୟରେ ବଙ୍ଗଡ଼ଦୁଆ ଘାଟି ରାସ୍ତା ଦେଇ ଯିବାକୁ ପଡ଼େ । ପୁଇଗୁଡା ଗାଁ ନିକଟରୁ ବଙ୍ଗଡ଼ଦୁଆ ଘାଟି ଆରମ୍ଭ ହୁଏ। ଏହି ଘାଟି ରାସ୍ତାର ଦୁଇ ପାର୍ଶ୍ଵରେ ବିପଦ ସଂକୁଳ ପରିସ୍ଥିତିରେ କିଛି ବିରାଟ କାୟ ଗଛ ରହିଛି। ବର୍ଷା ଜଳରେ ମାଟି ଧୋଇ ହୋଇ ଚେର ସବୁ ଦେଖା ଯାଉଛି। ବର୍ଷା ସମୟ ଆସି ଯାଇଛି। ପବନ ହେଉକି ଲଗାଣ ବର୍ଷାରେ ମାଟି ଅତଡା ଖସି କେତେ ବେଳେଯେ ରାସ୍ତା ଉପରେ ଗଛ ପଡି ଧନ ଜୀବନ ନଷ୍ଟନ ହେବ କହି ହେଉନାହିଁ।ମୋଟର ସାଇକେଲ ଅରୋହି ହୁଅନ୍ତକି ଯାତ୍ରୀବାହୀ ଅଟୋ ଓ ବସ ଏହି ଘାଟି ପହଞ୍ଚିଲେ ଭୟ ଭିତ ହୋଇ ଗମନା ଗମନ କରୁ ଥିବା ସାଧାରଣରେ ଚର୍ଚ୍ଚା ହେଉଥିବା ଜଣା ପଡ଼ିଛି। ବ୍ରାହ୍ମଣୀଗାଁ ବନାଞ୍ଚଳ କାର୍ଯ୍ୟାଳୟ ଠାରୁ ବଙ୍ଗଡ଼ଦୁଆ ଘାଟିର ଦୂରତା ଅତି ବେଶୀରେ ଦେଢ଼ କି.ମି। ବନ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ସେହି ରାସ୍ତା ଦେଇ ପ୍ରତି ଦିନ ଯାତାୟାତ କରୁଛନ୍ତି, ହେଲେ ଦୁର୍ଭାଗ୍ୟୟର ବିଷୟ ଆଗୁଆ ପ୍ରତିକାର ବ୍ୟବସ୍ଥା ପ୍ରତି ଦୃଷ୍ଟି ଦେଇ ନାହାନ୍ତି। ପ୍ରକାଶ ଥାଉକି ଏହି ରାସ୍ତାରେ ପ୍ରତି ଦିନ ବହୁ ଯାତ୍ରୀବାହୀ ବସ ସହିତ ଟୁରିଷ୍ଟବସ ଯାତାୟାତ କରୁଛି। ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି ଠାରୁ ତପ୍ତପାଣି ଉଷ୍ଣପ୍ରଶନ ବନ ଓ ଓଟିଡିସି ପାନ୍ଥ ନିବାସ ସହିତ ଚନ୍ଦ୍ରଗିରି ସ୍ଥିତ ବୌଦ୍ଧ ମନ୍ଦିରର ଦୂରତା ପ୍ରାୟ ଶହେ କିମି। ଏଣୁ ଏହି ରାସ୍ତାରେ ପ୍ରତି ଦିନ ଶତାଧିକ ଟୁରିଷ୍ଟ ଆତଜାତ କରୁଛନ୍ତି। ଏହି ସବୁ ଦୃଷ୍ଟିରୁ ଯଥା ସମ୍ଭବ ଜନସାଧାରଣଙ୍କ ସହିତ ଟୁରିଷ୍ଟଙ୍କ ଗମନା ଗମନର ସୁଗମ ପ୍ରତି ବନ ବିଭାଗ ଉଚ୍ଚ ଅଧିକାରୀଙ୍କ ସହିତ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି।