
ହିଞ୍ଜିଳିକାଟୁ (୨9 ।୬) : ହିଞ୍ଜିଳିକାଟୁ ବ୍ଲକ କାର୍ଯ୍ୟାଳୟ ପରିସରରେ ଗୁରୁବାର ଦୀନଦୟାଲ ଗ୍ରାମୀଣ କୌଶଳ ଯୋଜନା ଆନୁକୂଲ୍ୟରେ ବ୍ଲକସ୍ତରୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ପଞ୍ଜୀକରଣ, ସହାୟତା ସମେତ ମୋଟ ୭ଟି ଷ୍ଟଲ ହୋଇଥିଲା। ୧୨ଟି ଟ୍ରେଡ୍ ପାଇଁ ମୋଟ ୨୪୦ ଜଣ ନିଯୁକ୍ତି ଆଶାୟୀ ଯୁବତୀ ଯୁବକ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୧୧୦ ଜଣଙ୍କୁ ଚୟନ କରାଯାଇଥିବା ବେଳେ ଆସନ୍ତା ସୋମବାରଠାରୁ ସେମାନଙ୍କୁ ତାଲିମ ପ୍ରଦାନ କରାଯିବ ବୋଲି ଜଣାଯାଇଛି।ହିଞ୍ଜିଳିକାଟୁ
ବ୍ଲକ ଅଧ୍ୟକ୍ଷା ସରସ୍ୱତୀ ସେଠୀ ଶିବିରକୁ ଉଦ୍ଘାଟନ କରିଥିଲେ। ବିଡିଓ ସୁବ୍ରତ କୁମାର ଜେନା ଙ୍କ ଅଧ୍ୟକ୍ଷତାରେ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଅନ୍ୟତମ ଅତିଥିଭାବେ ନନ୍ଦିକ ସରପଞ୍ଚ କୃଷ୍ଣ ଭୋଳ, ଧୋବାଡି ସମିତି ସଭ୍ୟ କାଳିଆ ଵେହେରା ଯୋଗଦେଈଥୁଲେ ।ଓରମାସ ଜିଲ୍ଲା ଏକାଉଣ୍ଟାଣ୍ଟ ରାଜେନ୍ଦ୍ର ପଟ୍ଟନାୟକ ଗ୍ରାମାଞ୍ଚଳର ଯୁବତୀ ଯୁବକଙ୍କୁ ଦକ୍ଷତା ବିକାଶ ତାଲିମ ଦ୍ୱାରା ଅଧିକ ରୋଜଗାରକ୍ଷମ କରିବା ଲକ୍ଷ୍ୟରେ ସରକାର ଏହି ଯୋଜନା କାର୍ଯ୍ୟକାରୀ କରିଥିବା ସମ୍ପର୍କରେ ଆଲୋକପାତ କରିଥିଲେ। ହିଞ୍ଜିଳିକାଟୁ ବ୍ଲକ ଅତିରିକ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ ଅରୁଣ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।