ବ୍ରହ୍ମପୁର ସଂସଦୀୟ ନିର୍ବାଚନ ମଣ୍ଡଳୀରର ପ୍ରଭାରି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ବ୍ରହ୍ମପୁର ଗସ୍ତ

add-all

ବ୍ରହ୍ମପୁର : ବ୍ରହ୍ମପୁର ସଂସଦୀୟ ନିର୍ବାଚନ ମଣ୍ଡଳୀର ର ପ୍ରଭାରି ଭାବେ ରାଜ୍ଯ ସଭା ସାଂସଦ ଶ୍ରୀଯୁକ୍ତ ମାନସ ମଙ୍ଗରାଜ ଙ୍କୁ ବିଜୁ ଜନତାଦଳ ପୁକ୍ଷରୁ ଦାୟୀତ୍ବ ପ୍ରଦାନ କରାଯିବା ପରେ ଆଜି ଦିନିକିଆ ବ୍ରହ୍ମପୁର ଗସ୍ତ ରେ ଆସି ଆୟଜିତ ଏକ ସମ୍ବୋଧନା ସଭାରେ ଯୋଗ ଦେଇଛନ୍ତି ମାନସ୍ ମଙ୍ଗରାଜ। ଏହି କ୍ରମେ ବ୍ରହ୍ମପୁର ସଂସ୍କୃତି ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜୁ ଜନତାଦଳ ର ନେତା ଓ କର୍ମୀଙ୍କ ପକ୍ଷରୁ ସାଂସଦ ମାନସ ମଙ୍ଗରାଜ ଙ୍କୁ ଭବ୍ୟ ସମ୍ବୋଧନା ଦିଆ ଜାଇଥିଲା। ବ୍ରହ୍ମପୁର ସହରର ଖୁବ ଜଣା ସୁଣା ତଥା ବରିଷ୍ଠ ସାମ୍ବାଦିକ ଡ ଜଗନ ମୋହନ ମହାପାତ୍ର ଙ୍କ ଅକାଳ ବିୟୋଗ ରେ ଶ୍ରୀ ମଙ୍ଗରାଜ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଦୁଇ ମିନଟ୍ ନିରବ ପ୍ରାର୍ଥନା ରେ ସାମିଲ ହୋଇଥିଲେ। ଏହାପରେ ବ୍ରହ୍ମପୁର ସାଂସଦିୟ ନିର୍ବାଚନ ମଣ୍ଡଳୀର ସଂଗଠନ କୁ ଆହୁରି କିଭଳି ସୁଦୃଢ କରାଜିବ ଦଳ ଭିତରେ କିଭଳି ସୃଖଳା ବଜାୟ ରଖାଯିବା ସହ ସରକାରଙ୍କ ଲୋକାଭିମୁଖି ଯୋଜନା କୁ ତୃଣ ମୁଳ ସ୍ତରରେ ପହଞ୍ଚା ଯାଇ ପାରିବ ସେନେଇ ଦଳିୟ କର୍ମକର୍ତ୍ତାଙ୍କ ସହ ସାକ୍ଷାତ କରି ବିସ୍ତୃତ ଆଲୋଚନା କରିଥିଲେ ମାନସ ମଙ୍ଗରାଜ। ନିକଟ ରେ ବ୍ରହ୍ମପୁର ସହରରେ ନୁତନ ଭାବେ ସାଂଗଠନିକ ଦାଇତ୍ବ ଗ୍ରହଣ କରିଥିବା ବିଜୁ ଜନତାଦଳ ର କର୍ମକର୍ତ୍ତାଙ୍କୁ ମଧ୍ଯ ସମ୍ବୋଧିତ କରିବା ସହ ଶ୍ରୀ ମଙ୍ଗରାଜ ଦଳିୟ ନେତୃବୃନ୍ଦ ଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ।

ad-week
Leave A Reply

Your email address will not be published.