ତାଲାବନ୍ଦ ଘରୁ ହୋଇଥିବା ଚୋରି ଘଟଣାର ପର୍ଦ୍ଦାଫାସ କଲା ବ୍ରହ୍ମପୁର ପୁଲିସ

add-all

ବ୍ରହ୍ମପୁର : ବ୍ରହ୍ମପୁର ସହର ସମେତ ଉପକଣ୍ଠରୁ ଗତ କିଛି ମାସ ଭିତରେ ଏକାଧିକ ତାଲା ବନ୍ଦ ଘରୁ ହୋଇଥିବା ଚୋରି ଘଟଣାର ପର୍ଦ୍ଦାଫାସ କରିଛି ବ୍ରହ୍ମପୁର ପୁଲିସ । ଏହି ମାମଲାରେ ଗୋପାଳପୁର ପୁଲିସ ୩ ଜଣ ଅଭିଯୁକ୍ତକୁ ଗିରଫ କରିଛି । ସେମାନଙ୍କ ଠାରୁ ପୁଲିସ ୨୩୦ ଗ୍ରାମ ସୁନାଯାହାର ଅନୁମାନିକ ମୂଲ୍ୟ ୧୨ଲକ୍ଷ ୪୦ହଜାର ଟଙ୍କା ହେବ ଏବଂ ୪୦୦ ଗ୍ରାମରୁ ଉର୍ଦ୍ଧ୍ବ ରୂପା ଉଦ୍ଧାର କରିଛି ଯାହାର ମୂଲ୍ୟ୩୨ ହଜାର ଟଙ୍କା ହେବ ବୋଲି ପୋଲିସ କହିଛି । ଗତ ୨୭ତାରିଖରେ ଗୋପାଳପୁର ଥାନା ଅନ୍ତର୍ଗତ ନୀଳମାଧଵ ସାହୁ ଘରେ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ।ଅଭିଯୋଗ କୁ ଭିତ୍ତି କରି ଗୋପାଳପୁର ଥାନା ପୋଲିସ ତଦନ୍ତ କରିବା ସହିତ କାଳୁଆ ରାସ୍ତା ବାଘଝରି ଗ୍ରାମର ଚନ୍ଦନ ପାତ୍ର, ସୁଦାମ ପାତ୍ର ଏବଂ ବାଲିପଡା ଗ୍ରାମର ଟିସୁ କୁ ଗିରଫ କରିଛି ପୋଲିସ।ତାଙ୍କ ଠାରୁ ନିମଖଣ୍ଡି, ଗୋଳନ୍ଥରା ଏବଂ ଗୋପାଳପୁର ଥାନା ଇଲାକାରେ ହୋଇଥିବା ଚୋରି ଘଟଣାର ଚୋରି ସାମଗ୍ରୀ ଉଦ୍ଧାର କରିଛି।

ad-week
Leave A Reply

Your email address will not be published.