ହିଞ୍ଜିଳିରେ ପ୍ରଦୀପ ପାଣିଗ୍ରାହୀ ବିଜେଡି ଗୋଷ୍ଠୀକନ୍ଦଳର ଫାଇଦା ନେବ କି ‘ପ୍ରଦୀପ ସେନା’ ?

add-all

ହିଞ୍ଜିଳିକାଟୁ (୩୦।୬) : ହିଞ୍ଜିଳି ରେ ଶୁକ୍ରବାର ଜୈନିକ ଵ୍ୟକ୍ତି ଙ୍କ ବିବାହ ଉତ୍ସବ ରେ ଯୋଗଦେବା ପରେ ହିଞ୍ଜିଳି ରାଜନୀତିରେ ନୂଆ ସମୀକରଣ ହେବ ବୋଲି ଆଲୋଚନା ଯୋର ଧରିଛି । ଶୁକ୍ରବାର ନିଜ ସମର୍ଥକଙ୍କ ସହ ଏକ ଵିଭାହ ଉତ୍ସବ ରେ ଯୋଗଦେବା ପରେ ହିଞ୍ଜିଳି ଆଦିଷ୍ଟାତା ଦେବି ମାଁ କନକ ଦୁର୍ଗା ମନ୍ଦିର ବୁଲି ମାଁ କନକ ଦୁର୍ଗା ଙ୍କୁ ଦର୍ଶନ କରିଥିଲେ। ହିଞ୍ଜିଳି ନିର୍ବାଚନମଣ୍ଡଳୀର ହିଞ୍ଜିଳିରେ ପହଞ୍ଚିବାପରେ ପ୍ରଦୀପଙ୍କୁ ଏହିପରି ଢଙ୍ଗରେ ସ୍ୱାଗତ କରିଛନ୍ତି କର୍ମୀ । । ପରେ ନିଜ ସମର୍ଥକ ଓ ଆତ୍ମିୟ ଙ୍କ ଘରକୁ ଯାଇଥିଲେ। ସାଥିରେ ହିଞ୍ଜିଳି ଅଞ୍ଚଳର ଯୁବ ବିଜେପି ଯୁବ ନେତା ସନ୍ତୋଷ କୁମାର ପାଣିଗ୍ରାହୀ ରହିଥିଲେ। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ପ୍ରଦୀପ ବିଜେଡିରୁ ବହିଷ୍କୃତ ହେବା ପରେ ହିଞ୍ଜିଳି ପ୍ରଥମ ଥର ପାଇଁ ଶୁକ୍ରବାର ହିଞ୍ଜିଳି ଆସିବା ପରେ ସେ ପୁଣି ନିଜ ଆଧିପତ୍ୟ ଜାହିର କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି । ଯାହାକୁ ନେଇ ହିଞ୍ଜିଳି ନିର୍ବାଚନମଣ୍ଡଳୀ ରାଜନୈତିକ ପାଣିପାଗ ବେଶ୍ ସରଗରମ ହୋଇ ଉଠିଛି। ପୁର୍ବରୁ ଶ୍ରୀ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀ ଙ୍କ ନିକଟତର ହୋଇ ହିଞ୍ଜିଳି ନିର୍ଵାଚନ ମଣ୍ଡଳି ଦାୟିତ୍ବ ନିର୍ବାହ କରୁଥିଲେ। କେବଳ ଏତିକି ନୁହେଁ, ବର୍ତ୍ତମାନ ଏହି ନିର୍ବାଚନମଣ୍ଡଳୀରେ ବିଜେଡିରେ ଖୋଲାଖୋଲି ଗୋଷ୍ଠୀକନ୍ଦଳ ସାମ୍ନାକୁ ଆସୁଥିବା ବେଳ‌େ ‘ପ୍ରଦୀପ ସେନା’ ଏହାର କେମିତି ଫାଇଦା ନେବ ଏହା ଦେଖିବାକୁ ବାକି ରହିଛି।

ad-week
Leave A Reply

Your email address will not be published.