ଶତାଧିକ ଗ୍ରାମବାସୀ ବିଦ୍ୟୁତ ଯୋଗାଣ କାର୍ଯ୍ୟାଳୟର ଗେଟ୍ ରେ ତାଲାପକାଇ ବିକ୍ଷୋଭ କଲେ

add-all

କୁଆଁରମୁଣ୍ଡା : କୁଆଁରମୁଣ୍ଡା ବିଦ୍ୟୁତ ଯୋଗାଣ କାର୍ଯ୍ୟାଳୟ କୁ ଶତାଧିକ ଗ୍ରାମବାସୀ ଏକତ୍ରିତ ହୋଇ ଆସି ଗେଟ୍ ରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିବାର ଦେଖିବାକୁ ମିଳିଥିଲା । ଘଟଣାଟି ଏପରି ଯେ, ଗତ ୧୫ଦିନ ହେବ ନାଇକିନ୍ ବାହାଲ, ପୁଟ୍ଖଖମନ, କାଲୋଶିହରିଆ ତଥା ଆଖପାଖ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ହୋଇ ଯାଇ ଥିବା ଯୋଗୁ ଗ୍ରାମବାସୀମାନେ ନାହିଁ ନଥିବା
ହଇରାଣ ହେଉଥିଲେ । ଏମିତିକି ବର୍ଷାଦିନ ଥିବାରୁ ବିଷଧର ସର୍ପ ମାନଙ୍କ ବୁଲୁଥିବାର ଦେଖିବାର ମଧ୍ଯ ମିଳୁଥାଏ। ପିଲାମାନଙ୍କ ପାଠ ପଢିବା ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏସବୁକୁ ଦୃଷ୍ଟିରେ ରଖି ଯୁବବିଜେଡି ନେତା ଶ୍ରୀ ରାଜେଶ କେର୍କେଟା
ଙ୍କ ନେତୄତ ରେ ଗ୍ରାମବାସୀମାନେ ବିଦ୍ୟୁତ ଯୋଗାଣ କାର୍ଯ୍ୟାଳୟର ଗେଟକୁ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ଦୀର୍ଘ ସମୟ ବିତିଯିବାପରେ ବିଦ୍ୟୁତ ଯୋଗାଣ କାର୍ଯ୍ଯାଳୟର ଏସ. ଡି.ଓ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କାରୀଙ୍କ ସହ ଆଲୋଚନା
କରି ୩ଦିନ ମଧ୍ଯ ରେ ବିଦ୍ୟୁତ ସରବରାହ କରିବାପାଇଁ ଲିଖିତ ପ୍ରତିଶୃତି ଦେବା ପରେ ଗଟ ତାଲା ଖୋଲି ବିକ୍ଷୋଭ ପ୍ରଦର୍ଶନ କରିଥିବା ଗ୍ରାମବାସୀମାନେ ଧାରଣା ସ୍ଥଳରୁ ଉଠିଥିଲେ ।

ad-week
Leave A Reply

Your email address will not be published.