ଜାତୀୟ ଡ଼ାକ୍ତର ଦିବସ ପାଳନ

add-all

ବ୍ରହ୍ମପୁର : ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି ପରିଯୋଜନା ତରଫରୁ ଜାତୀୟ ଡ଼ାକ୍ତର ଦିବସ ବ୍ରହ୍ମପୁର ଜେ ବି ପ୍ରାଙ୍ଗଣ ଠାରେ ଅନୁଷ୍ଟିତ ହୋଇଯାଇଛି l ଡ଼କ୍ଟର ଫୋରମ୍ ସଭାପତି ଡ଼ାକ୍ତର ଶଙ୍କର୍ଷଣ ପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୋଜନା ବୋର୍ଡ ଅଧକ୍ଷ ଡ଼ାକ୍ତର ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକ, ସମ୍ମାନିତ ଅତିଥି ଭବେ ପ୍ରଫେସର ସୁବାସ ଚନ୍ଦ୍ର ମହାପାତ୍ର, ADC ଲଳିତ ମୋହନ ସାହୁ, ADC ଦେବାଶିଷ କlଲୋ ଯୋଗ ଦେଇଥିଲେ l

ବିଷ୍ଣୁ ପ୍ରସାଦ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଟିତ କାର୍ଯକ୍ରମରେ ହୃଦୟ ରଞ୍ଜନ ମେକାପ ଅତିଥି ପରିଚୟ ପ୍ରଦାନ କରିଥିଲେ l ଓଡ଼ିଶା ନୋଡାଲ ଅଫିସର ଦେବେନ୍ଦ୍ର ନାୟକ ଜନ ଔଷଧି ସମ୍ପର୍କରେ ଆଲୋକପାତ କରିଥିଲେ l ଜନ ଔଷଧି ବିତରକ ପ୍ରଶାନ୍ତ ମହାପାତ୍ର, ଜନ ସଂପର୍କ ଅଧିକାରୀ ନାଗେଶ୍ଵର ପୃଷ୍ଟି ଓ ପ୍ରଶାନ୍ତ ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥଲେ l ଏହି ଅବସରରେ ସହରର ପ୍ରତିଷ୍ଠିତ ଡ଼ାକ୍ତର ମlନଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା l ଏହି କାର୍ଯ୍ୟକ୍ରମରେ ଦକ୍ଷିଣ ଓଡ଼ିଶାର ସମସ୍ତ ଜନ ଔଷଧି କେନ୍ଦ୍ରର ଅଧିକାରୀ ମାନେ ଯୋଗ ଦେଇଥିଲେ l

ad-week
Leave A Reply

Your email address will not be published.