ଉଦୀୟମାନ କ୍ରୀଡାବିତଙ୍କୁ ସହାୟତାର ହାତ ବଢାଇଲେ ୫ଟି ସଚିବ

add-all

ମାଲକାନଗିରି, (୦୧/୦୭) : ୫ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନଙ୍କ ତ୍ଵରିତ ପଦକ୍ଷେପ ଯୋଗୁଁ ଆଜି ମାଲକାନଗିରି ଜିଲ୍ଲାର ଉଦୀୟମାନ କ୍ରୀଡାବିତ ଷ୍ଟେଲନ ରାଜ୍ ଖୋସଲାଙ୍କ ସ୍ବପ୍ନ ସତ ହୋଇଛି । କୁମୁଟିଗୁଡ଼ା ନିବାସୀ ଷ୍ଟେଲନ କ୍ରିକେଟ ରେ ନିଜ ଭବିଷ୍ୟତ ଗଠନ କରିବେ ବୋଲି ୫ଟି ସଚିବଙ୍କ ମାଲକାନଗିରି ଜିଲ୍ଲା ଗସ୍ତ ସମୟରେ ଜଣାଇଥିଲେ। ୫ଟି ସଚିବ ଶ୍ରୀ ପଣ୍ଡିଆନ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଷ୍ଟେଲନଙ୍କ ବିଷୟରେ ଅବଗତ କରାଇଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଷ୍ଟେଲନଙ୍କ ସ୍ବପ୍ନ କୁ ସାକାର କରିବା ପାଇଁ ସମସ୍ତ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଫଳ ସ୍ୱରୂପ ସେ କଟକ କ୍ରୀଡା ହଷ୍ଟେଲ ରେ ରହିବେ । ତାଙ୍କର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ସେ କଟକର ରାଇଜିଂ ଷ୍ଟାର କ୍ଲବ୍ରେ ପ୍ରଶିକ୍ଷଣ ନେବେ । ଏଥି ସହିତ ସେ ପାଠ ପଢା ମଧ୍ଯ ଜାରି ରଖିବେ ।ସେ କଟକର କ୍ରାଇଷ୍ଟ କଲେଜ ରେ ଅଧ୍ୟୟନ କରିବେ ।

ତାଙ୍କର ସ୍ବପ୍ନକୁ ସାକାର କରିଥିବାରୁ ସେ ଏବଂ ତାଙ୍କ ପରିବାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ୫ଟି ସଚିବ ତ୍ୱରିତ ପଦକ୍ଷେପ ନେଇଥିବାରୁ ସାରା ଜୀବନ ତାଙ୍କ ନିକଟରେ କୃତଜ୍ଞ ରହିବେ ବୋଲି କହିଛନ୍ତି।
ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ, ଶ୍ରୀ ବିଶାଲ ସିଂ ଜିଲ୍ଲା ପ୍ରଶାସନ ତରଫରୁ ତାଙ୍କୁ କୋଡ଼ିଏ ହଜାର ଟଙ୍କାର ଆର୍ଥିକ ରାଶି ସହାୟତା ପ୍ରଦାନ କରିଛନ୍ତି। କ୍ରିକେଟ୍ ଖେଳରେ ଉତ୍ତମ ପ୍ରଦର୍ଶନ କରି ଜିଲ୍ଲା ତଥା ରାଜ୍ୟ ର ଟେକ ରଖିବା ପାଇଁ ଜିଲ୍ଲାପାଳ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସୂଚନା ଥାଉ କି ଷ୍ଟେଲନ ପିଲାଟି ଦିନରୁ ବାପାଙ୍କୁ ହରାଇଛନ୍ତି। ମାଆଙ୍କ ସହ ମାମୁ ଘରେ ରୁହନ୍ତି । ମାମୁଙ୍କ ସ୍ୱଳ୍ପ ରୋଜଗାରରେ ପୁରା ପରିବାର ଚଳିବା କଷ୍ଟକର ଥିଲା। ତଥାପି ତାଙ୍କ ପ୍ରତିଭା ନିକଟରେ ଅର୍ଥ ହାର ମାନିଛି। ସେ ପିଲା ବେଳେ ଜାଳେଣି କାଠ ରୁ ବ୍ୟାଟ୍ ତିଆରି କରି ଖେଳୁଥିଲେ। ନିଶା ଏତେ ବଢି ଯାଇଥିଲା ଯେ ସେ କ୍ରିକେଟ୍ ରେ ନିଜ ଭବିଷ୍ୟତ ଗଠନ କରିବେ ବୋଲି ମନସ୍ଥ କରିଥିଲେ। ସେ ୧୪ ବର୍ଷ ରୁ କମ ବର୍ଗ ରେ ଜିଲ୍ଲାର ପ୍ରତିନିଧିତ୍ଵ କରିଥିଲେ। ତା ସହ ବିଭିନ୍ନ ସ୍ଥାନରେ ଉଚ୍ଚକୋଟୀର କ୍ରିକେଟ୍ ଖେଳି ପ୍ରଶଂସାଭାଜନ ହୋଇପାରିଛନ୍ତି । ସେ ମାଲକାନଗିରି ସରକାରୀ ମହାବିଦ୍ୟାଳୟ ର +୩ ଇଂରାଜୀ ସମ୍ମାନର ଶେଷ ବର୍ଷର ଛାତ୍ର। ସେ ଦୃଢ଼ ପରିଶ୍ରମ କରି ଜିଲ୍ଲା ତଥା ରାଜ୍ୟ ର ଗୌରବ ବୃଦ୍ଧି କରିବେ ବୋଲି କହିଛନ୍ତି ।

ad-week
Leave A Reply

Your email address will not be published.