ଛଟେଇ କର୍ମଚାରୀଙ୍କର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ

add-all

କୁଆଁରମୁଣ୍ଡା : କୁଆଁରମୁଣ୍ଡା ବ୍ଳକ ଅନ୍ତର୍ଗତ ସ୍ଵସ୍ତିକ କାରଖାନାର କିଛି କର୍ମଚାରୀଙ୍କୁ କାରଖାନାର କର୍ତ୍ତୃପକ୍ଷ ଛଟେଇ କରିବା ଅଭିଯୋଗ ନେଇ କର୍ମଚାରୀମାନେ କୁଆଁରମୁଣ୍ଡା ବ୍ଳକ ଅଧିକାରୀ ଶ୍ରୀମତୀ ତୃପ୍ତି ବରାଇଙ୍କୁ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ କୁଆଁରମୁଣ୍ଡା ନାଗରିକ କମିଟିର ଆବାହକଙ୍କ ନେତୄତରେ ପ୍ରଦାନ କରିଥିଲେ । ପ୍ରକାଶ ଥାଉକି ଗତକିଛିଦିନ ହେଲା ବେକାର ଯୁବକଯୁବତୀଙ୍କ ଥଇଥାନ ପାଇଁ କୁଆଁରମୁଣ୍ଡା ନାଗରିକ କମିଟିର ଆବାହକ ତଥା ସଦସ୍ଯ ମାନଙ୍କ ସହିତ ଜନସାଧାରଣ ମିଳିତ ସହଯୋଗ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ଦେବା ସହିତ ଆନ୍ଦୋଳନ ଚଳାଇ ଆସୁଥିଲେ । ତଥାପି କାରଖାନାର କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ ସମସ୍ତ ଙ୍କ ମନରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି । ଏହା କାହାର ନିର୍ଦ୍ଦେଶ ରେ କର୍ତ୍ତୃପକ୍ଷ ଛଟେଇ କରିଛନ୍ତି ତାହା ମଧ୍ଯ ଅନ୍ଧାର ଭିତରେ ରହିଛି । ଏଥିନେଇ ଛଟେଇ କର୍ମଚାରୀ ମାନେ କୁଆଁରମୁଣ୍ଡା ନାଗରିକ କମିଟିର ସଦସ୍ଯ ମାନଙ୍କ ସହିତ ଏକ ଦାବିପତ୍ର ବି.ଡି.ଓ ଙ୍କ ଜରିଆରେ ଜିଲ୍ଲାପାଳ ସୁନ୍ଦରଗଡ ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ । ପ୍ରକାଶ ଥାଉ କି, ଏହାର ସମାଧାନ ଯଥାଶୀଘ୍ର କରା ନଗଲେ ରାଜ୍ୟରାଜପଥ ଅବରୋଧ ସହ ଅର୍ଥନୈତିକ ଆନ୍ଦୋଳନ କରିବାପାଇଁ ଚେତାବନୀ ଶୁଣାଇ ଛନ୍ତି ।

ad-week
Leave A Reply

Your email address will not be published.