ଲେବାନନ୍‌ ସୁଟ୍‌ଆଉଟ୍‌; ଫାଇନାଲ୍‌ରେ ଭାରତ

add-all

ବେଙ୍ଗାଲୁରୁ: ଲେବାନନ୍‌କୁ ସୁଟ୍ ଆଉଟ୍‌ କରି ଭାରତ ସାଫ୍‌ ଚାମ୍ପିୟନ୍‌ସିପ୍‌ର ଫାଇନାଲ୍‌ରେ ପ୍ରବେଶ କରିଛି। ସ୍ଥାନୀୟ କାନ୍ତୀରବା ଷ୍ଟାଡିୟମ୍‌ରେ ଶନିବାର ଖେଳାଯାଇଥିବା ରୋମାଞ୍ଚକର ସେମିଫାଇନାଲ୍‌ରେ ଭାରତ ୪-୨ ପେନାଲ୍‌ଟି ସୁଟ୍‌ଆଉଟ୍‌ରେ ଲେବାନନ୍‌କୁ ହରାଇଥିଲା। ଫାଇନାଲ୍‌ରେ ଭାରତର ମୁକାବିଲା ମଙ୍ଗଳବାର କୁଏତ୍‌ ସହିତ ହେବ। ଶନିବାର ରାତିରେ ନିର୍ଦ୍ଧାରିତ ସମୟରେ ମ୍ୟାଚ୍‌ ଗୋଲ୍‌ଶୂନ୍ୟ ରହିଥିଲା ବେଳେ ଅତିରିକ୍ତ ସମୟରେ ମଧ୍ୟ କେହି କାହାରିକୁ ଗୋଲ୍‌ ଦେଇପାରିନଥିଲେ।
ଭାରତୀୟ ଗୋଲ୍‌ରକ୍ଷକ ଗୁରପ୍ରୀତ୍‌ ସିଂହ ସାନ୍ଧୁଙ୍କ ଚମତ୍କାର ବଞ୍ଚାଓ ବଳରେ ଭାରତ ପେନାଲ୍‌ଟି ସୁଟ୍‌ଆଉଟ୍‌ ପ୍ରଥମରୁ ଆଶା ଉଜ୍ଜୀବିତ ରଖିଥିଲା। ପ୍ରଥମେ ସୁନୀଲ ଛେତ୍ରୀ ସ୍କୋର କରିବା ପରେ ପଛକୁ ପଛ ଅନୱର ଅଲ୍ଲୀ, ମହେଶ ସିଂହ ଓ ଉଦାନ୍ତା ସିଂହ ଭାରତ ପାଇଁ ଗୋଲ୍‌ ଦେଇଥିଲେ। ତେବେ ଗୁରପ୍ରୀତ୍‌ ଲେବାନନର ପ୍ରଥମ ଓ ଚତୁର୍ଥ ପ୍ରୟାସକୁ ବେକାର କରିଦେବାରୁ ଭାରତ ମ୍ୟାଚ୍‌ରେ ବିଜୟୀ ହୋଇଥିଲା।

ad-week
Leave A Reply

Your email address will not be published.