ବାହାନଗା ଟ୍ରେନ୍‌ ଦୁର୍ଘଟଣା: ସତ୍ୟନଗର ଶ୍ମଶାନରେ ବିହାର ଓ ଝାଡ଼ଖଣ୍ଡର ୨ ମୃତଦେହର ଶେଷକୃତ୍ୟ ସମ୍ପନ୍ନ

add-all

ଭୁବନେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ମୃତ ଝାଡ଼ଖଣ୍ଡ ଓ ବିହାରର ଦୁଇ ଜଣ ବ୍ୟକ୍ତିଙ୍କ ମୃତଦେହ ଆଜି ଭୁବନେଶ୍ବରର ସତ୍ୟନଗରସ୍ଥିତ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଝାଡଖଣ୍ଡର ମୃତକ ହେଲେ ଦିନେଶ ଯାଦବ ଓ ବିହାରର ମୃତକ ହେଲେ ସୁରେଶ ରାୟ ।

ସୂଚନା ଅନୁସାରେ ବାହାନାଗା ରେଳ ଦୁର୍ଘଟଣାର ଡି ଏନ ଏ ରିପୋର୍ଟ ଆସିଲା ପରେ ଚିହ୍ନଟ ହୋଇଥିବା ମୃତକଙ୍କ ପାର୍ଥିବ ଶରୀରକୁ ସେମାନଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ବିହାର ଏବଂ ଝରଖଣ୍ଡର ଦୁଇ ପରିବାର ମୃତ ଶରୀରକୁ ଜନ୍ମମାଟିକୁ ନ ନେଇ ଏଇଠି ସତ୍କାର କରିବା ପାଇଁ ଅନୁରୋଧ କରିବାରୁ ମୃତଦେହ ଗୁଡିକର ଭୁବନେଶ୍ୱର ସତ୍ୟ ନଗର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମ ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରୁଥିବା ବେଳେ ମେୟର ସୁଲୋଚନା ଦାସ କହିଛନ୍ତି ଯେ, ଭୁବନେଶ୍ୱର ଏମ୍ସରେ ମୋଟ ୮୧ଟି ମୃତଦେହକୁ ସଂରକ୍ଷିତ କରାଯାଇଥିବା ବେଳେ ସେ ଭିତରୁ ୧୯ଟି ଚିହ୍ନଟ ହୋଇ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ଉଭୟ ଝାଡଖଣ୍ଡ ଓ ବିହାରର ଦୁଇଟି ପରିବାର ଏତେ ଦୂର ମୃତଦେହକୁ ନେବାକୁ ଆଗ୍ରହୀ ନହେବାରୁ ସତ୍ୟ ନଗର ଶ୍ମଶାନରେ ହୋଇଛି ଶେଷକୃତ୍ୟ।

ad-week
Leave A Reply

Your email address will not be published.