ଠିକାଦାର ଭାଙ୍ଗିଦେଲେ କେଦାରଗୌରୀ ମନ୍ଦିର ପାଚେରୀ : ଏଏସଆଇ

add-all

ଭୁବନେଶ୍ବର: ଆଜି କେଦାରଗୌରୀ ମନ୍ଦିରର ଗୋଟିଏ ପାର୍ଶ୍ବ ପାଚେରୀ ଭାଙ୍ଗି ଦିଆଯାଇଛି। ବିନା ଅନୁମତିରେ କେଦାରଗୌୀ ମନ୍ଦିର ପାଚେରୀ ଭଙ୍ଗାଯାଇଛି ବୋଲି ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ (ଏଏସଆଇର) ଅଭିଯୋଗ କରାଯାଇଛି। ମନ୍ଦିର ସୁରକ୍ଷା କର୍ମୀଙ୍କ ବାରଣ ସତ୍ତ୍ବେ କେଦାରଗୌରୀ ମନ୍ଦିରର ପାଚେରୀକୁ ଠିକାଦାର ଭାଙ୍ଗିଦେଲେ ବୋଲି ଏଏସଆଇ ପକ୍ଷରୁ କୁହାଯାଇଛି।

ଏ ସଂକ୍ରାନ୍ତରେ ସ୍ଥାନୀୟ କପୋରେଟର ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ କେଦାରଗୌରୀ ମନ୍ଦିର ପାର୍ଶ୍ବରେ ଡ୍ରେନ ନିର୍ମାଣ କରାଯିବକୁ ଯୋଜନା ପ୍ରସ୍ତୁତ କରାଯାଇଛି। ତେଣୁ ଡ୍ରେନ ନିର୍ମାଣ କରାଯିବା ପାଇଁ କେଦାରକୌରୀ ମନ୍ଦିରର ପାଚେରୀ ଭଙ୍ଗା ଯାଇଛି। ସମ୍ପୃକ୍ତ ଜମି ଭୁବନେଶ୍ବର ମହାନଗର ନିଗମ(ବିଏମସି)ର ହୋଇଥିବାବେଳେ ଏଥିନେଇ ଆମେ ପାଲଟା ଅଭଯୋଗ କରିବୁ ବୋଲି ସେ ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.