ଡ଼ିଏଲଏସ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

add-all

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଆଇନସେବା ପ୍ରାଧିକରଣ,ଫୁଲବାଣୀର ଅଧ୍ୟକ୍ଷ ସତ୍ୟପିର ମିଶ୍ର ଙ୍କ ନିର୍ଦ୍ଦେଶ କ୍ରମେ, ସରକାରୀ ଶିଳ୍ପ ତାଲିମ କେନ୍ଦ୍ରରେ ବନ ବିଭାଗଙ୍କ ସହଯୋଗରେ ବନ ମହୋତ୍ସବ ଅବସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ 2.7.2023 ରେ ଅନୁଷ୍ଠିତ ହୋଇଯାଇ ଅଛି l ବୃକ୍ଷ ହିଁ ଜୀବନ ବୃକ୍ଷରୋପଣ ଏବଂ ଯତ୍ନ ନେବାକୁ ଭାରତୀୟମାନଙ୍କୁ ଉତ୍ସାହିତ କରି ଉତ୍ସବର ଆୟୋଜକ ମାନେ ଦେଶରେ ଅଧିକ ଜଙ୍ଗଲ ସୃଷ୍ଟି କରିବାକୁ ଆଶା କରୁଛନ୍ତି l ଏହା ବିକଳ୍ପ ଇନ୍ଧନ ଯୋଗାଇବ, ଖାଦ୍ୟ ଉତ୍ସର ଉତ୍ପାଦନ ବୃଦ୍ଧି କରିବ, ଗୋରୁମାନଙ୍କ ପାଇଁ ଖାଦ୍ୟ ଏବଂ ଛାଇ ଯୋଗାଇବ, ଛାଇ ଏବଂ ସାଜସଜ୍ଜା ଦୃଶ୍ୟ ପ୍ରଦାନ କରିବ, ମରୁଡ଼ି ହ୍ରାସ କରିବ ଏବଂ ମୃତ୍ତିକା କ୍ଷୟକୁ ରୋକିବାରେ ସାହାଯ୍ୟ କରିବ | ଜୁଲାଇର ପ୍ରଥମ ସପ୍ତାହ ହେଉଛି ଭାରତର ଅଧିକାଂଶ ଭାଗରେ ବୃକ୍ଷ ରୋପଣ ପାଇଁ ଠିକ୍ ସମୟ, କାରଣ ଏହା ମୌସୁମୀ ସହିତ ମେଳ ଖାଉଛି ବୋଲି ଅଧ୍ୟକ୍ଷ ସତ୍ୟପିର ମିଶ୍ର ବକ୍ତବ୍ୟ ରଖିଥିଲେ lଏହି କାର୍ଯ୍ୟକ୍ରମରେ ଜିଲ୍ଲା କୋର୍ଟର ସମସ୍ତ ବିଚାର ବିଭାଗୀୟ ବିଚାରପତି ଓ ବନଖଣ୍ଡ ଅଧିକାରୀ, ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଅନୁଶୀଳା ରାୟ
ଙ୍କ ସମେତ ଫୁଲବାଣୀ ଜିଲ୍ଲା ଓକିଲ ସଂଘର ସଭାପତି ଭଗବାନ ମହାନ୍ତି ସମ୍ପାଦକ କମକ ବେହେରା, ଉପ ସଭାପତି ବୀଣାପାଣି ପ୍ରଧାନ,ରମେଶ ଚନ୍ଦ୍ର ମହାନ୍ତି,ବିରେନ୍ଦ୍ର ସୁବୁଦ୍ଧି,ଜୟନ୍ତୀ ପାଣିଗ୍ରାହୀ, ନନ୍ଦିତା କୁମାରୀ ଏବଂ କୋର୍ଟ ଓ ବନ ବିଭାଗ କର୍ମଚାରୀ, ଏବଂ ଶିଳ୍ପ ତାଲିମ କେନ୍ଦ୍ରର ଛାତ୍ର ଛାତ୍ରୀ ଓ ଅଧିକାରୀ ମାନେ ଉପସ୍ଥିତ ଥିଲେ। ପାଖା ପାଖି ୧୦୦ ବୃକ୍ଷ ରୋପଣ କରାଯାଇଥିଲା l ଶେଷରେ ଆଇଟିଆଇ ର ପ୍ରଶିକ୍ଷକ ଡ଼ଃ ନୃସିଂହାନନ୍ଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l

ad-week
Leave A Reply

Your email address will not be published.