ସର୍ବଭାରତୀୟ ନାଟକ ପ୍ରତିଯୋଗିତା ପାଇଁ ବହିପୂଜା ଅନୁଷ୍ଠିତ

add-all

ଚିକିଟି : ଝାରଖଣ୍ଡର ଧାନବାଦ ଠାରେ ଚଳିତ ମାସ 21 ରୁ 23 ତାରିଖ ଯାଏଁ ଅନୁଷ୍ଠିତ ସର୍ବଭାରତୀୟ ବହୁଭାଷୀ କ୍ଷୁଦ୍ର ନାଟକ ଓ ନୃତ୍ୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଗଂଜାମ ଚିକିଟୀ ଗଡ଼ ଶ୍ରୀଜଗନ୍ନାଥ କଳା ପରିଷଦର କଳାକାର ମାନେ ଅଲ ଇଣ୍ଡିଆ ଥିଏଟର କାଉନସିଲର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆଶିଷ ଅଂଶୁମାନ ସୌଖିନ କଳାକାର ସଂଘର ସଭାପତି ରାଜଗୋପାଳ ପାଢ଼ୀଙ୍କ ନେତୃତ୍ୱରେ ଧାନବବାଦରେ ଦିବଂଗତ ନାଟ୍ୟକାର ରଣଜିତ ପଟ୍ଟନାୟକଙ୍କ ରଚିତ ନାଟକ “ଉଭା କୁବେର ପୋତା ସପନ” ମଂଚସ୍ଥ କରିବେ। ସେ ଉପଲକ୍ଷେ ଶନିବାର ଚିକିଟି ଗଡ଼ ହନୁମାନ ମନ୍ଦିର ପରିସରରେ ନାଟକ ବହିପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ନାଟକ ଅଭ୍ୟାସ ଆରମ୍ଭ ହୋଇଛି ।

ନାଟକରେ ରାମଶଙ୍କର ପଟ୍ଟନାୟକ, ନିଳାଞ୍ଚଳ ପାତ୍ର,ଅଶୋକ ପାଣିଗ୍ରାହୀ,କାହ୍ନୁଚରଣ ଜେନା ଓ ନାଟକର ନିର୍ଦ୍ଦେଶକ ଦାୟିତ୍ୱ ତୁଲାଉଥିବା ରାଜଗୋପାଳ ପାଢ଼ୀ ବିଭିନ୍ନ ଭୂମିକାରେ ଅଭିନୟ କରୁଥିବା ବେଳେ ଅରୁଣ ସାହୁ ସଙ୍ଗୀତ ନିର୍ଦ୍ଦେଶନାରେ ରହିଛନ୍ତି । ବହିପୂଜନ ବେଳେ ନାଟକର ନିର୍ଦ୍ଦେଶକ,ସମସ୍ତ କଳାକାରଙ୍କ ସହ ପ୍ରଦୀପ କୁମାରପାଣି,ବିଷ୍ଣୁ ପ୍ରସାଦ ପଣ୍ଡା ଓ ଅରୁଣ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଚଳିତ ମାସ 20 ତାରିଖ ଦିନ କଳାକାର ମାନେ ଧାନବବାଦ ଅଭିମୁଖେ ଗସ୍ତ କରିବେ । ଏହି ଗସ୍ତରେ ଅନ୍ୟମାନଙ୍କ ମଧ୍ୟରେ ଦୀନବନ୍ଧୁ ଶତପଥୀ,ସିଏଚ.ଦେବଦାସ,ଶ୍ୟାମ ସୁନ୍ଦର ମହାପାତ୍ର,ନିରୁପାରାଣୀ ପାଢ଼ୀ ଓ ଅଂଶିକା ଅନ୍ବିତା ପାଢ଼ୀ ପ୍ରମୂଖ ଯାଉଛନ୍ତି ।

ad-week
Leave A Reply

Your email address will not be published.