ଚିକିଟୀ ଷ୍ଟେଟବ୍ୟାଙ୍କରେ ୬୮ ତମ ପ୍ରତିଷ୍ଠା ଦିବସ ପାଳିତ

add-all

ଚିକିଟୀ : ସ୍ଥାନୀୟ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ଦ୍ୱାରା ୬୮ ତମ ପ୍ରତିଷ୍ଠା ଦିବସ ଆନନ୍ଦ ରେ ପାଳିତ ହୋଇଯାଇଛି l ଏହି ଅବସରରେ ବ୍ୟାଙ୍କରେ ଉପସ୍ଥିତ ଥିବା ଗ୍ରାହକ ମାନଙ୍କୁ ମିଠା ବଣ୍ଟନ କରାଯାଇ ସ୍ୱାଗତ ପରେ ବ୍ୟାଙ୍କ ସେବା ପ୍ରଦାନ କରାଯାଇଥିବା ଦେଖିବାକୁ ମିଳିଥିଲା l ସୂଚନା ପ୍ରକାରେ ଚିକିଟୀ ଷ୍ଟେଟବ୍ୟlଙ୍କ ତାର ଛତିଶ ହଜାର ଗ୍ରାହକଙ୍କୁ ଅନବରତ ଉତ୍ତମ ସେବା ପ୍ରଦାନ କରି ଆସୁଅଛି l ଆଜିର ବ୍ୟାଙ୍କ ଦିବସରେ ଶାଖା ପରିଚାଳକ ସୁରେନ୍ଦ୍ର କୁମାର ବେହେରା ,ସହାୟକ ପରିଚାଳକ ସମ୍ୟଜୀତ ମହାନ୍ତିଙ୍କ ଉପସ୍ଥିତରେ ଚାରିଜଣ ଙ୍କୁ ପୁଷ୍ପଗୁଛ ଓ ଉପଢୌକନ ସହ ସମ୍ମାନିତ କରାଯାଇଥିଲା | ଏଥି ମଧ୍ୟରେ ଅଂଚଳର ଦୁଇ ଜଣାଶୁଣା ଅଭିଜ୍ଞ ଡାକ୍ତର ପ୍ରଭୁପ୍ରସାଦ ପଣ୍ଡା,ବି.କିରଣ କୁମାର ସୁବୁଦ୍ଧି ,ଙ୍କ ସହ ଚିକିଟି ସରସ୍ୱତୀ ଶିଶୁ ବିଦ୍ୟlମନ୍ଦିର ଜଣେ ମେଧାବୀ ଛାତ୍ର,ଓ ସରକାରୀ ହାଇସ୍କୁଲର ଜଣେ ମେଧାବୀ ଛାତ୍ରଙ୍କୁ ମଧ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା l ଶାଖାରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ମଧ୍ୟରୁ ବିଶ୍ୱନାଥ ସାହୁ,ପଙ୍କଜ ସାହୁ,ରବି ମହାପାତ୍ର, ସୁଧାକର ରାଉତ,ଧୁବା ଗୋୖଡ଼,ହରିହର ଗିରି ପ୍ରମୁଖ ଙ୍କ ସହଯୋଗ ପରିଶ୍ରମରେ ଆଜି ଚିକିଟୀ ଷ୍ଟେଟବ୍ୟlଙ୍କ ନିଜର ସ୍ୱତନ୍ତ୍ର ପରିଚୟ ଗଞ୍ଜାମରେ ବଜାଇ ରଖିଛି ବୋଲି ଶ୍ରୀଯୁକ୍ତ ବେହେରା ମତ ପ୍ରକାଶ କରିଥିଲେ l

ad-week
Leave A Reply

Your email address will not be published.