ବ୍ରାହ୍ମଣୀଗାଁ ବନାଞ୍ଚଳରେ ୭୪ ତମ ବନ ଉତ୍ସଵ ପାଳନ

add-all

ଦାରିଙ୍ଗବାଡ଼ି, (୦୨/୦୭) ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧିକାରୀ ବିରେନ୍ଦ୍ର କୁମାର ପଟ୍ଟନାୟକଙ୍କ ତତ୍ୱାବଧାନରେ ୭୪ ତମ ବନ ଉତ୍ସବ ପାଳିତ ହୋଇଛି। ବ୍ରାହ୍ମଣୀଗାଁ ପଞ୍ଚାୟତ ମହକୁମାର ଅଲାଞ୍ଜୁରି ରାସ୍ତାର ମିନି ଷ୍ଟାଡିୟମ ନିକଟରେ ୧୦ ହେକ୍ଟର ଜମିରେ ପ୍ରାୟ ସଉଳ ହଜାର ରୁ ଅଧିକ ଫଳନ୍ତି ଓ ମୂଲ୍ୟବାନ ବୃକ୍ଷ ଚାରା ରୋପଣ ହେବା ସୂଚନା ରହିଛି। ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସରପଞ୍ଚ ସଂଯୁକ୍ତା ମଳିକ ଯୋଗ ଦେଇଥିବା ବେଳେ, ସମାନିତ ଅତିଥି ଭାବେ ପୂର୍ବତନ ସମିତି ଉପାଧକ୍ଷ ରମାକାନ୍ତ ବଳୀୟରସିଂ, ପୂର୍ବତନ ସରପଞ୍ଚ ରମେଶ ମାଝୀ, ଦିବ୍ୟସିଂହ ପାତ୍ର,ଭିଏସଏସ ସଭାପତି ଚିତ୍ରସେନ ପାତ୍ରଙ୍କ ସହିତ ବିଭିନ୍ନ ଗଣ ମାଧ୍ୟମ ପ୍ରତି ନିଧି, ୱାର୍ଡ ସଭ୍ୟ ସଭ୍ୟା, ମହିଳା ସ୍ୱୟଂସେବକ ଦଳ, ସମାଜି କର୍ମୀ ସମୂହ ଉପସ୍ଥିତ ରହି ବୃକ୍ଷ ଚାରା ରୋପଣ କରିଥିବା ସୂଚନା ରହିଛି। ଏହି ସମସ୍ତ କାର୍ଯ୍ୟରେ ବ୍ରାହ୍ମଣୀଗାଁ ବନ ପାଳ ଇନଚାର୍ଜ ଦୀପକ ରଂଜନ ପଟ୍ଟନାୟକ, ଗଦାପୁର ଇନଚାର୍ଜ ସଞ୍ଜୀବ କୁମାର ବେହେରା, କାଟିଙ୍ଗିଆ ବନପାଳ ସରୋଜ ମଙ୍ଗରାଜ ଙ୍କ ସହିତ ବନାଞ୍ଚଳ ଅଧିନ ସମସ୍ତ ବନରଖି ଓ ଫାୟାର ଗାର୍ଡଙ୍କ ସହଯୋଗରେ ବନ ମହୋତ୍ସବ ସମ୍ପାଦିତ ହୋଇଥିବା ଜଣା ପଡ଼ିଛି।

ad-week
Leave A Reply

Your email address will not be published.