ମହାନଗର ନିଗମ ଦ୍ୱାରା ବ୍ୟାଡ଼ମିଣ୍ଟନ ଇନଡୋର ହଲର ଭବ୍ୟ ଉଦ୍‌ଘାଟନ

add-all

ବ୍ରହ୍ମପୁର : ସ୍ଥାନୀୟ ଇଞ୍ଜିନିଅର ସ୍କୁଲ ଖେଳ ପଡିଆ ନିକଟରେ ବ୍ୟାଡ଼ମିଣ୍ଟନ ଇଣ୍ଡୋର ହଲ ଉଦଘାଟନ ହୋଇଛି | ମୁଖ୍ୟ ଅତିଥି ଭାବେ ବିଧାୟକ ବିକ୍ରମ ପଣ୍ଡା, ସମ୍ମାନିତ ଅତିଥି ମେୟର ସଂଘମିତ୍ରା ଦଳେଇ, ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବିମସି କମିଶନର ଜେ ସୋନାଲ, ଡେପୁଟି ମେୟର ଇ. ବିବେକ ରେଡି,କର୍ପୋରେଟର ମଳୟ ବିଶୋଇ, ସମୀର ଦାସ, ସନିଆ ଦାସ ଉପସ୍ଥିତ ରହି ଆଗାମୀ ଦିନରେ ରାଜ୍ୟ ଓ ରାଜ୍ୟ ବାହାରକୁ ଯିବାକୁ ଥିବା ଖେଳାଳି ମାନଙ୍କ ଖେଳ ଉପଭୋଗ କରିଥିଲେ | ଆଗାମୀ ସାତ ତାରିଖରେ ଏଠାରେ ରାଜ୍ୟ ସ୍ତରୀୟ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ ଅନୁଷ୍ଠିତ ହେବାକୁ ଯାଉଛି | ଅନ୍ୟ ମାନଙ୍କ ମଧ୍ୟରେ ବ୍ୟାଡ଼ମିଣ୍ଟନ ଗଞ୍ଜାମ ଜିଲ୍ଲା ମୁଖ୍ୟ ମିତେନ ଭୂୟାଁ ସଙ୍ଘର ମେମ୍ବର ପ୍ରମୋଦ ମହାକୁଡ଼, ସୁରେଶ ମିଶ୍ର, କେଶବ ବେହେରା ଉପସ୍ଥିତ ରହି ସହଯୋଗ କରୁଥିଲେ |

ad-week
Leave A Reply

Your email address will not be published.