କିରାମା କଲର୍ଭଟ କାମ ନିମ୍ନମାନର ଅଭିଯୋଗ

add-all

ଦାରିଙ୍ଗବାଡ଼ି (୪/୭) : ଦାରିଙ୍ଗବାଡି ବ୍ଲକ ଅଧିନ ଝିଞ୍ଜିରିଗୁଡା ପଞ୍ଚାୟତ କିରମା ନାଳରେ କଲର୍ଭଟ କାମ ଆରମ୍ଭ ହୋଇଛି। ହେଲେ ଏହି କଲର୍ଭଟ ନିର୍ମାଣ କରୁଥିବା ଠିକାଦାର ପଟୁବାଲି ସହିତ ନିମ୍ନମାନର ମେଟାଲ ବ୍ୟବହାର ଜରୁଥିବା ଅଞ୍ଚଳ ବାସୀ ଦାବୀ କରୁଛନ୍ତି। ଏହି କଲଭେଟ ଉପରେ ବ୍ରାହ୍ମଣୀଗାଁ ଗ୍ରାମ ପଞ୍ଚାୟତର କିନାରୀଗାଁ ଓ ନୂଆଗାଁ ସହିତ ଝିଞ୍ଜିରିଗୁଡା ଗ୍ରାମ ପଞ୍ଚାୟତର କିରାମା, କୂଟଲାରୀଗାଁ, ଗଡମା, ସାଙ୍ଗଡ଼ମା, ପାଡିପଙ୍କା ଓ ବାଘପଦା ଗ୍ରାମ ବାସୀ ନିର୍ଭରକରନ୍ତି। ବ୍ରାହ୍ମଣୀଗାଁ ଆସିବା ପାଇଁ ଏହି ସବୁ ଗ୍ରାମ ବାସୀଙ୍କ ପାଇଁ ଏକ ମାତ୍ର ମୁଖ୍ୟ ରାସ୍ତା ଅଟେ। ଆରଡ଼ି ବିଭାଗ ମାଧ୍ୟମରେ କଲ ଭେଟ କାମ ଠିକାଦର କରୁଥିବା ଜଣା ପଡ଼ିଛି। ଏଣୁ ବିଭାଗୀୟ ଉଚ୍ଚ ଅଧିକାରୀ ଏହାର ତଦନ୍ତ କରିବା ସହିତ ବିଭାଗୀୟ କନିଷ୍ଟ ଯନ୍ତ୍ରୀଙ୍କ ତଦାରଖରେ କାମ ହେବାକୁ ଅଞ୍ଚଳ ବାସୀ ଦାବୀ କରିଥିବା ପ୍ରକାଶ ପାଇଛି।

ad-week
Leave A Reply

Your email address will not be published.