ପ୍ରଶାସନ ଉପରେ ଅଙ୍କୁଶ ନ ରହିବା ଯୋଗୁଁ ସବୁ ସାମଗ୍ରୀର ଦରବୃଦ୍ଧି ଘଟୁଛି…

add-all

ଖାଉଟି ମୁଣ୍ଡରେ ଚଡକ….

ବ୍ରହ୍ମପୁର(୪/୭) : ଦିନକୁ ଦିନ ଅତ୍ୟାବଶକ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ପନିପରିବା ଦର ଆକାଶ ଛୁଆଁ ହୋଇଛି। ବର୍ତମାନ ଅଦା, କଞ୍ଚାଲଙ୍କା ,ଟମାଟୋ ,ବାଇଗଣ, ବିନସ ଓ ବିଭିନ୍ନ ପନିପରିବା ରେ ଗତ କିଛିଦିନ ହେଲା ଯେଉଁଭଳି ଦରଦାମ ବୃଦ୍ଧି ପାଇଛି ସାଧରଣ ଜନତା ଭାଗ୍ୟ କୁ ଆଦରି ନିଜର ସମ୍ଭଳ ଦେଖି ପରିବା କିଣିବାକୁ ବାଧ୍ୟ ହେଉଛି। ଏପଟେ ଗରିବ ବିଚରା ପଖାଳ ଖାଇବା ବେଳେ କଞ୍ଚାଲଙ୍କା ମଧ୍ୟ ଖାଇପାରୁନାହିଁ ଯେଉଁ ଭଳି ଦରବୃଦ୍ଧି ଘଟିଛି । ସେପଟେ ଖାଇବା ତେଲ,ଅଟା, ଜାଇ ବିଭିନ୍ନ ସାମଗ୍ରୀ କେତେକ ବ୍ୟବସାୟ ମାନେ ମନଇଚ୍ଛା ଚଢ଼ାଦର ବିକ୍ରି କରୁଥିଲେ ମଧ୍ୟ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ରହିବା ଯୋଗୁଁ ବ୍ୟବସାୟୀ ମାନେ ଲାଭବାନ ହେଉଥିବା ବେଳେ ଖାଉଟି ବିଚରା ନିଜର ସକ୍ଷମ ଦେଖି ଭାଗ୍ୟକୁ ଆଦରି ଜିନିଷ କ୍ରୟ କରିବାକୁ ବାଧ୍ୟ ହେଉଛନ୍ତି।ଶାସକ ଦଳ ନିଜର ଦଳ କୁ ମଜବୁତ କରିବାରେ ବ୍ୟସ୍ତ ରହିବା ଯୋଗୁଁ ପ୍ରଶାସନ ଅଧିକାରୀ ମାନେ ଠିକ ଭାବେ କାର୍ଯ୍ୟଳୟ କୁ ନ ଆସିବା ର ସୁଯୋଗ ନେଇ ବ୍ୟବସାୟୀ ମାନେ ମନ ଇଚ୍ଛା ରେ ପନିପରିବା ଠାରୁ ଆରମ୍ଭ କରି ଅତ୍ୟାବଶକ୍ୟ ସାମଗ୍ରୀ ଚଢ଼ା ଦରରେ ବିକ୍ରି କରୁଛନ୍ତି ଓ ଓଜନ ରେ ମଧ୍ୟ ଠକୁଛନ୍ତି ।ଜିଲ୍ଲାରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରେ ଅଧିକାରୀ ଓ କର୍ମଚାରୀ ମାନେ କେତେବେଳେ ଆସୁଛନ୍ତି କେତେବେଳେ ଯାଉଛନ୍ତି ଏହାର ହିସାବ କାହାପାଖରେ ନାହିଁ। ଏହି ଅବ୍ୟବସ୍ଥା ପାଇଁ ଶାସକ ଦଳ ଯେତିକି ଦାୟି ସେତିକି ବିରୋଧୀ ଦଳ ମଧ୍ୟ ସେତିକି ଦାୟି ବୋଲି ସଚେତନ ମୋହଲ ରେ ଚର୍ଚ୍ଚା ହେଉଛି।

ad-week
Leave A Reply

Your email address will not be published.